ଭୁବନେଶ୍ୱର,୧୫।୨: ସରଗରମ ରହିଛି ଆଜିର Odisha Assembly। ଦୁଇ ଦୁଇ ଥର ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି। ଏହି ସମୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା Naveen Patnaik।
ନବୀନ କହିଛନ୍ତି, ସରକାର ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରିଛନ୍ତି। ପୂର୍ବ ସରକାରର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା ହୋଇଛି। ଭାଜପା ର୍ନିବାଚନ ପୂର୍ବରୁ ଚାଷୀଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲା। କଟନୀଛଟନୀ ହେବନି କହିଥିଲେ, ହେଲେ ଆସିବା ପରେ କଥା ଭିନ୍ନ। କିନ୍ତୁ ଛାତିରେ ହାତ ରଖି କହିପାରିବେ କି କଟନୀଛଟନୀ ହେଉନି।
ବର୍ତ୍ତମାନ ଚାଷୀ ଅବହେଳିତ, ଆଇନଶୃଙ୍ଖଳା ଭୁଶୁଡ଼ିଛି, ନାରୀ ର୍ନିଯାତନା ଶୀର୍ଷରେ ରହିଛି ଓଡ଼ିଶାରେ। ଡବଲ ଇଞ୍ଜିନ ସରକାରରେ ପୂର୍ବତନ ମନ୍ତ୍ରୀଙ୍କ ଘରୁ ଡବଲ ଚୋରି ହେଉଛି। ରାଜ୍ୟପାଳଙ୍କ ଅଭିଭାଷଣରେ ନୋ ଭିଜନ, ଲୋକେ ସବୁ ଜାଣିଛନ୍ତି ବୋଲି ସରକାରଙ୍କୁ କଟାକ୍ଷ କରିଛନ୍ତି ନବୀନ।

