ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍‌ଚାର୍ଜ

ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି।

ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍‌ରେ ଭର୍ତ୍ତି କରାଯାଇଛି। ସମ୍‌ ଅଲ୍‌ଟିମେଟ୍‌ରେ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ନବୀନଙ୍କ ଚିକିତ୍ସା କରୁଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍‌ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲ ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୦ରେ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ଅପରେଶନ ପାଇଁ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୨ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ। ସେବେଠାରୁ ନବୀନ ନିବାସରେ ସେ ରହିବା ସହିତ ଦଳୀୟ ନେତୃବୃନ୍ଦଙ୍କ ସହିତ କମ୍‌ ସାକ୍ଷାତ ଆଲୋଚନା କରୁଥିବା ଜଣାଯାଇଛି। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଖୁବ୍‌ଶୀଘ୍ର ଭଲ ହୋଇଯାଆନ୍ତୁ। ଏହାସହିତ ତାଙ୍କ ପ୍ରତି ରାଜ୍ୟବାସୀଙ୍କ ଆଶୀର୍ବାଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri