ନବୀନଙ୍କୁ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି: ଭାଜପା

ଭୁବନେଶ୍ୱର, ୫।୯(ସୁନିତ୍‌ ମିଶ୍ର): ବିଜେଡି ସରକାର ୨୪ ବର୍ଷ ଶାସନରେ ଥିବାବେଳେ ମହିଳାଙ୍କୁ ଆର୍ଥତ୍କ ସଶକ୍ତୀକରଣ ପାଇଁ କିଛି କରି ନ ଥିଲା। ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଏତେଦିନ ପରେ ହଠାତ୍‌ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି, ସେହି ସମୟରେ ନବୀନବାବୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟିପ୍ପଣୀ ଦେବା କେତେଦୂର ସମୀଚୀନ ତାହା ବୁଝାପଡୁନାହିଁ। ବାସ୍ତବରେ ନବୀନବାବୁଙ୍କୁ ଏବେ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଊର୍ମିଳା ମହାପାତ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଊର୍ମିଳା କହିଛନ୍ତି, ନବୀନବାବୁ ଶାସନ ଗାଦିରେ ଥାଇ ଏଭଳି କଥା କହିଥିଲେ ଶୋଭାପାଇଥାନ୍ତା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବେ ଯେତେବେଳେ ଭାଜପା ସରକାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଛି ସେତେବେଳେ ନବୀନବାବୁ ଏତେ ଅସହିଷ୍ଣୁ କାହିଁକି ହୋଇପଡୁଛନ୍ତି। ବିଜେଡି ନିର୍ବାଚନ ହାରିବା ପରେ ତାଙ୍କ ମୁଖିଆ ହତାଶ ହୋଇପଡିଥିବା ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଏଭଳି ବିବୃତି ଦେଇଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗିଯିବା ଭୟ ନବୀନବାବୁଙ୍କ ମନରେ ସୃଷ୍ଟି ହୋଇଛି। କେବଳ ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାରକରି ଠକିବା ସେ ଜାଣିଥିଲେ। ତାଙ୍କ ସରକାର ସମୟରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ସୀମା ଲଂଘିଥିଲା। ମମିତା ମେହେର, ସ୍ମିତାରାଣୀ, ଇତିଶ୍ରୀ, ବେବିନା, ମାଧବୀଲତା, ପରୀ ହତ୍ୟାକାଣ୍ଡ କାହା ସମୟରେ ଘଟିଥିଲା ସମସ୍ତେ ଜାଣନ୍ତି। ଭାଜପା ସରକାର ମହିଳାଙ୍କୁ ଆର୍ଥତ୍କ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖିଛି। ଆଗାମୀ ଆର୍ଥତ୍କ ବର୍ଷରେ ‘୨୬ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି’ର ସମ୍ମାନ ମିଳିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଊର୍ମିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri