ମିସେସ୍‌ ୱାଲର୍‌ଡ ପ୍ରତିଯୋଗିତାରେ ରାଜଗାଙ୍ଗପୁରର ନବଦୀପ

ରାଜଗାଙ୍ଗପୁର, ୨୯ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ବୋହୂ ନବଦୀପ କୌର (୩୨) ମିସେସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୯ରେ ଆମେରିକାର ଲାସ୍‌ଭେଗାସଠାରେ ଏହି ପ୍ରତିଯୋଗିତା ହେବ। ସେ ଏଥିରେ ଭାରତ ପକ୍ଷରୁ ଭାଗ ନେବାକୁ ଯାଉଛନ୍ତି। ନବଦୀପ ୨୦୨୧ରେ ମିସେସ୍‌ ଇଣ୍ଡିଆ ଓ୍ବାଲର୍‌ଡ ମୁକୁଟ ବିଜୟିନୀ ହୋଇଥିଲେ। ଏହି ସଫଳତା ପରେ ସେ ଆଗକୁ ବଢ଼ିବାକୁ ମନ ବଳାଇ ଉଦ୍ୟମ ଜାରି ରଖିଥିଲେ। ଏହି ପ୍ରତିଯୋଗିତାରେ ୬୦ରୁ ଊର୍ଦ୍ଧ୍ୱ ଦେଶର ପ୍ରତିଯୋଗୀ ଭାଗ ନେବେ। ଆସନ୍ତା ୯ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଚାଲିବ। ଜାନୁୟାରୀ ୧୫ରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ତେବେ ଏହି ଖବର ପ୍ରଚାରିତ ହେବା ପରେ ରାଜଗାଙ୍ଗପୁର ସମେତ ସମଗ୍ର ଜିଲାରେ ଖୁସିର ଲହରି ଖେଳିଯାଇଛି।
ନବଦୀପଙ୍କ ଘର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂସବାହାଲ ବିଲେଇଗଡ଼ରେ। ସେ ହେଉଛନ୍ତି, କମଲଦୀପ ସିଂଙ୍କ ସ୍ତ୍ରୀ ଏବଂ ସ୍ବର୍ଗତ ସୁଖବୀର ସିଂ ଓ ହରଶରଣ କୌରଙ୍କ ବୋହୂ। www. misses world.com ୱେବ୍‌ସାଇଟ୍‌କୁ ଯାଇ delegatesରେ India ବାହାର କରି ତାଙ୍କ ଫଟୋରେ ଭୋଟ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ୍‌, ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)...

ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର...

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ...

ଝିଆରୀଙ୍କ ପାଇଁ ନବଙ୍କ ପାଖକୁ ଯାଉଥିଲେ ଗୋପାଳ: ନରସିଂହ ମିଶ୍ର

ଭୁବନେଶ୍ୱର,୭।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।...

ବମକେଇରେ ପୁଣି ରାଜନୈତିକ ହିଂସା: ଅଟୋଚାଳକ ଗୁରୁତର

ଦିଗପହଣ୍ଡି,୧୧ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଏକ ରାଜନୈତିକ ଦଳର ସମର୍ଥକ ହୃଷିକେଶ ପ୍ରଧାନଙ୍କୁ ଅନ୍ୟଏକ ଦଳର ୪ ଜଣ...

ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପ/କୁଜଙ୍ଗ/ଭୁବନେଶ୍ୱର, ୩ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଶନିବାର ମଧ୍ୟରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବୃନ୍ଦାବନ...

ସ୍ବିଡେନ୍‌ ସରକାରଙ୍କ ଆର୍ଟ ଆଡ୍‌ଭାଇଜର୍‌ ହେଲେ ମହାନନ୍ଦିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ସ୍ବିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ତଥା ଆର୍ଟ ଆଡ୍‌ଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ଏଥିପାଇଁ ମୁଖ୍ୟମନ୍ତ୍ରୀ...

ଲକ୍ଷ୍ୟଭ୍ରଷ୍ଟ ବିରୋଧୀ: ମନ୍ତ୍ରୀ, ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ୧୬ଶ ବିଧାନସଭାରେ ବିରୋଧୀ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି। ଲୋକମାନଙ୍କ ସମସ୍ୟାକୁ ଉତ୍ଥାପନ କରିବା ବଦଳରେ ଉଭୟ ଭାଜପା ଓ କଂଗ୍ରେସ ପରସ୍ପର ଗୋହି ଖୋଳାଖୋଳି ହେଉଛନ୍ତି।...

Advertisement
Archives

Model This Week