ଓ୍ବିମ୍ବେଲଡନ୍,୯ା୭:ସୋମବାର ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏମ୍ମା ନାଭାରୋ, ଏଲିନା ରିବାକିନା, ଏଲିନା ସ୍ବିତୋଲିନା ଓ ଜେଲେନା ଅଷ୍ଟାପେଙ୍କୋ। ସେହିପରି ପୁରୁଷ ବର୍ଗରେ ଲରେଞ୍ଜୋ ମୁସେଟ୍ଟି, ଆଲେକ୍ସ ଡି ମିନାଉର ଓ ଟେଲର ଫ୍ରିଟ୍ଜ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଲରେଞ୍ଜୋ ମୁସେଟ୍ଟି କ୍ୱାର୍ଟରରେ ପ୍ରବେଶ କରିବା ସହ ପ୍ରଥମ ଥର ଇଟାଲୀର ୩ ଜଣ ଖେଳାଳି ଏକ ଗ୍ରାଣ୍ଡସ୍ଲାମର ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ସୋମବାର ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କୋକୋ ଗଫ୍ଙ୍କୁ ବିଦା କରିଥିଲେ ଆଉ ଜଣେ ଆମେରିକୀୟ ଖେଳାଳି ଏମ୍ମା ନାଭାରୋ। ଏମ୍ମା ୬-୪, ୬-୩ର ସିଧାସଳଖ ସେଟରେ ଏହି ମ୍ୟାଚ୍କୁ ଜିତି ନେଇଥିଲେ। ପୂର୍ବରୁ ଏମ୍ମା ଚଳିତ ଟୁର୍ନାମେଣ୍ଟରେ ପୂର୍ବତନ ଏକ ନମ୍ବର ଖେଳାଳି ନାଓମି ଓସାକାଙ୍କୁ ଦ୍ୱିତୀୟ ରାଉଣ୍ଡରୁ ବିଦା କରିଥିଲେ। ଏହି ବିଜୟ ସହ ଏମ୍ମା ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଜସ୍ମିନ ପାଓଲିନିଙ୍କୁ ଭେଟିବେ। ବିଶ୍ୱ ମାନ୍ୟତାର ୨୧ ନମ୍ବର ସ୍ଥାନରେ ଥିବା ୟୁକ୍ରେନର ଏଲିନା ସ୍ବିତୋଲିନା ୬-୨, ୬-୧ ସେଟରେ ଚାଇନାର ଓ୍ବାଙ୍ଗ ଜିନ୍ୟୁଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ସ୍ବିତୋଲିନା ଓ୍ବିମ୍ବେଲଡନ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ସେ ଗୋଟିଏ ବି ସେଟ୍ ହାରିନାହାନ୍ତି। ଅନ୍ୟ ଏକ ରାଉଣ୍ଡ ଅଫ ୧୬ ମ୍ୟାଚ୍ରେ ଆହତ କାରଣରୁ ଆନ୍ନା କାଲିନସ୍କାୟା ଓହରି ଯାଇଥିଲେ। ଫଳରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା କାଜାଖ୍ସ୍ତାନର ଏଲିନା ରିବାକିନା। ମ୍ୟାଚ୍ରେ ଆନ୍ନା କାଲିନସ୍କାୟା ୩-୬ ଓ ୦-୩ରେ ପଛୁଆ ରହିଥିବା ବେଳେ ତାଙ୍କ କଚଟିରେ ଆଘାତ କାରଣରୁ ସେ ଓହରିବାକୁ ବାଧ୍ୟ ହୋଇଥିଲେ। ସେହିପରି ଏଲିନା ରିବାକିନା ତୃତୀୟ ଥର ପାଇଁ ଓ୍ବିମ୍ବେଲଡନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ତିମ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ଲାଟଭିଆର ଜେଲେନା ଅଷ୍ଟାପେଙ୍କୋ ୬-୨, ୬-୩ର ସିଧାସଳଖ ସେଟରେ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭାଙ୍କୁ ହରାଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ୪ ସେଟ୍ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଫ୍ରାନ୍ସର ଜିଓଭାନି ଏମ୍ପେଟଶି ପେରିକାର୍ଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୪-୬, ୬-୩, ୬-୩ ଓ ୬-୨ ସେଟରେ ବିଶ୍ୱ ମାନ୍ୟତାର ୨୫ ତମ ସ୍ଥାନରେ ଥିବା ମୁସେଟ୍ଟି ବିଜୟୀ ହୋଇଥିଲେ। ଏହା ସହିତ ସେ ନିଜ କ୍ୟାରିୟରରେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ରାଉଣ୍ଡ ଅଫ୍ ୧୬ ମୁକାବିଲାରେ ବିଶ୍ୱ ମାନ୍ୟତାର ୯ ନମ୍ବର ଖେଳାଳି ଆଲେକ୍ସ ଡି ମିନାଉର ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆର ଏହି ଖେଳାଳି ଫ୍ରାନ୍ସର ଅଣସିଡେଡ ଖେଳାଳି ଆର୍ଥର ଫିଲ୍ସଙ୍କୁ ୬-୨, ୬-୪, ୪-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ। ତୃତୀୟ ଥର ପାଇଁ ସେ କୌଣସି ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପୂର୍ବରୁ ୨୦୨୦ ୟୁଏସ୍ ଓପନ ଓ ୨୦୨୪ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ମିନାଉର। ତେବେ ପୁରୁଷ ସିଙ୍ଗଲ୍ସରେ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ବିଶ୍ୱ ମାନ୍ୟତାର ୪ ନମ୍ବର ଖେଳାଳି ଆଲେକଜାଣ୍ଡା ଜେଭ୍ରେଭ୍ଙ୍କ ସହ। ଆମେରିକାର ଟେଲର ଫ୍ରିଟ୍ଜଙ୍କ ବିପକ୍ଷ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍କୁ ହାରି ଯାଇଥିଲେ। ଫ୍ରିଟ୍ଜ ଚମତ୍କାର ଆତ୍ମବିଶ୍ୱାସ ଦେଖାଇ ୫ ସେଟ ବିଶିଷ୍ଟ ମୁକାବିଲାକୁ ୪-୬, ୬-୭(୪/୭), ୬-୪, ୭-୬(୭-୩) ଓ ୬-୩ରେ ବିଜୟୀ ହୋଇଥିଲେ। ଜେଭ୍ରେଭ୍ ପ୍ରଥମ ଦୁଇ ସେଟ୍ ମ୍ୟାଚ୍ ଜିତଥିବା ବେଳେ ତୃତୀୟ ସେଟ୍ରେ ମଧ୍ୟ ୩-୧ରେ ଆଗୁଆ ଥିଲେ। ଏପରି ସ୍ଥିତିରୁ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଫ୍ରିଟ୍ଜ ଅନ୍ତିମ ୩ ସେଟ୍କୁ ଜିତି ନେଇଥିଲେ।
ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ
ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି।…
ଏହି ହୋଟେଲରେ ରୁଟି ଖାଉଥିଲେ ସାବଧାନ! ଛେପ ପକାଇ କରୁଥିଲେ, ଭାଇରାଲ ହେଉଛି ଭିଡିଓ
ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ…
ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…
କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…
ଦୋଳ ଯାତ୍ରା: ଡିଜେ କଟକଣା, ଫୁଟିବନି ବାଣ
ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଗଞ୍ଜାମ ଐତିହାସିକ ଦୋଳପୂର୍ଣ୍ଣମୀ ଯାତ୍ରା। ଏଥିପାଇଁ ସମସ୍ତ ସାହି ଗୁଡିକରେ ଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏହି…
ରାସ୍ତା ପାଶର୍ବକୁ ଖସିଲା ଫର୍ଣ୍ଣିଚର ବୋଝେଇ ଟ୍ରକ
ବାଲେଶ୍ୱର,୨୨।୨( ବାଞ୍ଛାନିଧି ଦେ ): ବାଲେଶ୍ବର ଜିଲା ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା।ଶନିବାର…
ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ମେସେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…
ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…
ଚଳନ୍ତା ଟ୍ରେନ୍ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…
ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…
ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର
ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…
Archives

