ଧର୍ମଶାଳା, ୧୦।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚଢ଼େଇଧରା ଅଞ୍ଚଳର ଦୁଇ ବ୍ୟକ୍ତି ଷଣ୍ଢ ଘଉଡାଇବାକୁ ଯାଇ ଥିବା ବେଳେ ଆଜି ସକାଳୁ ଏକ ଅଜଣା ହାଇୱା ଗାଡ଼ି ମାଡ଼ି ଯାଇଥିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ମୃତକମାନେ ଚଢ଼େଇଧରା ଗ୍ରାମର ନବଘନ ପରିଡ଼ା ଓ ଲୁଣିବେର ଗ୍ରାମର ସନାତନ ସାମଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।


