Posted inଖେଳ

ପଦକ ନିଶ୍ଚିତ କଲେ ନାଓରେମ୍‌ ରୋଶିବିନା ଦେବୀ

ହାଙ୍ଗଝୋ,୨୬ା୯: ଏସିଆନ୍‌ ଗେମ୍ସ ୨୦୨୩ର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିଙ୍କ ମିଶ୍ର ପ୍ରଦର୍ଶନ ଜାରି ରହିଛି। ଉଷୁରେ ଭାରତର ନାଓରେମ୍‌ ରୋଶିବିନା ଦେବୀ ଏକ ପଦକ ପକ୍କା କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗର ସାଣ୍ଡାରେ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନୂ୍ୟନ ଏକ ବ୍ରୋଞ୍ଜ ପଦକ ହାସଲ କରିବା ସ୍ପଷ୍ଟ ହୋଇଛି । ସେ ପୂର୍ବରୁ ୨୦୧୮ ସଂସ୍କରଣରେ ମଧ୍ୟ ଏକ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ କାଜାଖସ୍ତାନର ଆଇମାନ କାର୍ଶିଗାଙ୍କୁ ପରାସ୍ତ କରିଥିଲେ।
ଚେସ୍‌: ଚେସ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଭିଦିତ ସନ୍ତୋଷ ଗୁଜରାଠୀ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହ ଦୁଇଟି ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଦିନରେ ସଫଳ ରହିଥିବା ଉଭୟ ମହିଳା ଖେଳାଳି ଗୋଟିଏ ଲେଖାଏ ଡ୍ର ଓ ପରାଜୟ ହାସଲ କରିଛନ୍ତି। ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ୨୮ ବର୍ଷୀୟ ଗୁଜରାଠୀ ତୃତୀୟ ରାଉଣ୍ଡରେ ଥାଇଲାଣ୍ଡର ପ୍ରିନ୍‌ ଲାଓହାଓ୍ବିରାପାପଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ଭିଏତନାମର ଲେ ଟୁଆନ୍‌ ମିନଙ୍କୁ ହରାଇଥିଲେ। ଅନ୍ୟତମ ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ୍‌ ଏରିଗାସୀ ଭିଏତ୍‌ନାମର ଏନ୍‌ଗୁଏନ୍‌ ଏନଗକ୍‌ ଟ୍ରୁଓଙ୍ଗଙ୍କୁ ହରାଇଥିବା ବେଳେ ଇରାନର ଗ୍ରାଣ୍ଡ ମାଷ୍ଟର ଟାବାଟବେଆଇ ସୟଦ ମହମ୍ମଦାମିଙ୍କ ସହିତ ମ୍ୟାଚ୍‌ ଡ୍ର ରଖିଥିଲେ। ଉଭୟ ଭିଦିତ ଓ ଅର୍ଜୁନ୍‌ ୩ ପଏଣ୍ଟ ସହିତ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଜ୍‌ବେକିସ୍ତାନର ନୋଡିର୍ବେକ୍‌ ଅବଦୁସାଟୋରୋଭ ଓ ଚାଇନାର ଓ୍ବେଇ ଇ ୩.୫ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।
ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ଡି. ହାରିକା ଓ କୋନେରୁ ହମ୍ପି ଗୋଟିଏ ଲେଖାଏ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଗୋଟିଏ ଲେଖାଏ ପରାଜୟ ବରଣ କରିଛନ୍ତି। ଉଭୟ ପ୍ରଥମ ଦିନରେ ୨ ପଏଣ୍ଟ ଲେଖାଏ ଅର୍ଜନ କରିଥିଲେ। ଚାଇନାର ଟପ୍‌ ସିଡ୍‌ ଖେଳାଳି ହୋଉ ୟିଫାନ୍‌ ଉଭୟ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଚାଇନାର ଝୁ ଜିନରଙ୍କ ସହିତ ହମ୍ପି ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଉଜ୍‌ବେକିସ୍ତାନର ନିଲୁଫର ୟାକୁବ ବାୟେଭାଙ୍କ ସହିତ ଡ୍ର ରଖିଥିଲେ ଡି ହାରିକା।
ଟେନିସ୍‌: ଟେନିସ୍‌ରେ ଭାରତ ସୋମବାର ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟପ୍‌ ସିଡେଡ୍‌ ତଥା ସ୍ବର୍ଣ୍ଣ ପଦକ ଫେଭରିଟ୍‌ ରୋହନ ବୋପାନ୍ନା-ୟୁକି ଭାମ୍ବ୍ରିଙ୍କ ଯୋଡି ବିଦାୟ ନେଇଛନ୍ତି। ଉଜବେକିସ୍ତାନର ସେର୍ଗେଇ ଫୋମିନ୍‌-ଖୁମୋୟୁନ୍‌ ସୁଲତାନୋଭଙ୍କଠାରୁ ୨-୬, ୬-୩ ଓ ୧୦-୬ରେ ପରାସ୍ତ ହୋଇଛନ୍ତି। ୨୦୧୮ରେ ଦ୍ୱିଜ ଶରଣଙ୍କ ସହିତ ବୋପାନ୍ନା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ।
ରଗ୍‌ବୀ: ସେଭେନ୍‌ ଏ ସାଇଡ୍‌ ରଗ୍‌ବୀରେ ଭାରତୀୟ ମହିଳା ଦଳ କ୍ରମାଗତ ୪ ମ୍ୟାଚରେ ପରାଜୟ ବରଣ କରିଛି। ପ୍ରଥମ ଦିନରେ ଦୁଇଟି ପରାଜୟ ସହ ଦଳ ବିଦାୟ ନେଇଥିଲା। ରବିବାର ହଂକଂ ଓ ଜାପାନଠାରୁ ହାରିଥିବା ବେଳେ ସୋମବାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ସିଙ୍ଗାପୁର ଠାରୁ ୧୫-୦ରେ ପରାଜିତ ହୋଇଥିଲା। ସପ୍ତମ-ଅଷ୍ଟମ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚରେ କାଜାଖସ୍ତାନ ନିକଟରୁ ୨୪-୭ରେ ପରାଜିତ ହୋଇ ଅଭିଯାନ ଶେଷ କରିଛି ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri