ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ କରିଛି। ଦୁର୍ଗ ରାୟପୁରରେ ଆୟୋଜିତ ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲରେ ଏକାଡେମୀର ଛାତ୍ର ଭୂମରାଜ ସାହୁ, ବୀରେନ୍ଦ୍ର କୁରେ, ଦୀପତେଶ ହେର୍ଣ୍ଣା, ବିଭୁ ସାହୁ ଓ ମୟଙ୍କ ବାଗ ପ୍ରମୁଖ ଉଚ୍ଚକୋଟିର ଡ୍ୟାନ୍ସ ପ୍ରଦର୍ଶନ କରି ଜୁନିଅର ଗ୍ରୁପ ଫୋକ ଡ୍ୟାନ୍ସରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଏକାଡେମୀର ସହାୟକ ଶିକ୍ଷକ ପବିତ୍ର କୈବର୍ତ୍ତଙ୍କୁ ଗୁରୁ ଆଚାର୍ଯ୍ୟ ସମ୍ମାନ ଓ ନିର୍ଦ୍ଦେଶକ ଧର୍ମେଶ ମେହେରଙ୍କୁ ଗୁରୁ ଆଚାର୍ଯ୍ୟ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି। ଏକାଡେମୀର ଛାତ୍ର କେବଳ ଡ୍ୟାନ୍ସରେ ସଫଳତା ଅର୍ଜନ କରିଛନ୍ତି ତା’ ନୁହଁ, କରାଟେ, ଯୋଗରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଚାଲିଛନ୍ତି।


