Posted inଫୁରସତ

ପ୍ରକୃତି ପର୍ଯ୍ୟଟନର ଗନ୍ତାଘର ଭିତରକନିକା

ପ୍ରାକ୍ତନ କନିକା ରାଜ୍ୟର ଭିତିରିଆ ଅଞ୍ଚଳ ହୋଇଥିବାରୁ ନଁା ତା’ର ଭିତରକନିକା। ଅନାବିଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘଞ୍ଚ ହେନ୍ତାଳବନ ପରିବେଷ୍ଟିତ ଏହି ଇଲାକା ପ୍ରକୃତି ପର୍ଯ୍ୟଟନ ଦୃଷ୍ଟିକୋଣରୁ ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା ରାଜ୍ୟର ପୂର୍ବ ଉପକୂଳରେ, ବଙ୍ଗୋପସାଗର ତଟ ଦେଶରେ ଏବଂ ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ତ୍ରିକୋଣ ଭୂମି ଅଞ୍ଚଳରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ତ୍ରିବେଣୀ ସଂଗମ।
ଡାଙ୍ଗମାଳ: ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକାର ଡାଙ୍ଗମାଳ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହି ମନୋମୁଗ୍ଧକର, ଚିତ୍ତାକର୍ଷକ ପର୍ଯ୍ୟଟନସ୍ଥଳୀରେ ରହିଛି ଭାରତର ସର୍ବବୃହତ୍‌ କୃତ୍ରିମ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର। ଅନେକ ଛୋଟବଡ଼ ପର୍ଯ୍ୟଟନ କୁଟୀର ବ୍ୟତୀତ ରହିଛି ଗୋଟେ ଛୋଟ ମ୍ୟୁଜିୟମ୍‌, ଯେଉଁଠି ବଉଳା କୁମ୍ଭୀର ଓ ଲୁଣା ଜଙ୍ଗଲରେ ମିଳୁଥିବା ମାଛ, କଙ୍କଡା ଓ ଅନ୍ୟାନ୍ୟ ସରୀସୃପମାନଙ୍କର କଙ୍କାଳ ସଂରକ୍ଷିତ ରହିଛି। ଦୁଇ ପଟରୁ ପହଞ୍ଚତ୍ ହେବ ଏହି ଅନନ୍ୟ ପ୍ରାକୃତିକ ପରିବେଷ୍ଟନୀ ଭିତରେ। ଭଦ୍ରକ ଜିଲାର ଚାନ୍ଦବାଲିଠାରୁ ମୋଟର ଲଞ୍ଚ୍‌ରେ ବୈତରଣୀ ନଦୀରେ କିଛିବାଟ ଗଲେ ପଡ଼ିବ ‘ଦୁର୍ଗାପୁର’ ମୁହାଣ, ବ୍ରାହ୍ମଣୀ ବୈତରଣୀ ନଦୀର ସଂଗମସ୍ଥଳ। ଏଠାରୁ ନଦୀସ୍ରୋତରେ ତଳକୁ କିଛି ବାଟ ଗଲେ ପଡ଼ିବ ‘ଖୋଳା’। ପ୍ରାୟ ୮୫/୯୦ ବର୍ଷ ତଳେ ତତ୍କାଳୀନ କନିକା ରାଜା ଖୋଳାଇଥିଲେ ଦୁଇ କିଲୋମିଟର ଦୀର୍ଘ ଏହି କୃତ୍ରିମ ନାଳ, ଅପରପଟେ ବୋହି ଯାଇଥିବା ଭିତରକନିକା ନଦୀ ସହ ସଂଯୋଗ ସ୍ଥାପନ କରିବା ପାଇଁ। କୃତ୍ରିମ ଭାବରେ ଖୋଳା ଯାଇଥିବାରୁ ନାଁ ତାର ‘ଖୋଳା’। ଏହି ଖୋଳା ନାଳି ବା କ୍ରିକ୍‌ ବାଟରେ ଗଲେ ମୋଟର ଲଞ୍ଚ୍‌ରେ ଡାଙ୍ଗମାଳରେ ପହଞ୍ଚତ୍ ହେବ।
ବଗ ଗହନ: ବର୍ଷା ଋତୁର ପ୍ରାରମ୍ଭରେ, ମୌସୁମୀ ପ୍ରବାହର ଆଗମନରେ ବଗ, ଗେଣ୍ଡାଳିଆ, ପାଣିକୁଆ, କ୍ରୋଞ୍ଚ୍‌, କର୍ମୋରାଣ୍ଟ ଆଦି ହଜାର ହଜାର ସଂଖ୍ୟାର ବଗ ଦମ୍ପତି ପ୍ରଜନନ ପାଇଁ ଏଠାରେ ବସା ବାନ୍ଧନ୍ତି। ଦଶ ଏକର ବ୍ୟାପ୍ତ ଗୁଅଁା ଓ ସୁନ୍ଦରୀ ଗଛର ଜଙ୍ଗଲ ମଝିରେ ପ୍ରତିବର୍ଷ ବର୍ଷାଋତୁରେ ଗଢ଼ିଉଠେ ହଜାର ହଜାର ଦେଶୀୟ ବଗପକ୍ଷୀ ଦମ୍ପତିଙ୍କ ବସତି ଓ ପ୍ରସୂତିଶାଳା। ଦୂରରୁ ଦେଖିଲେ ମନେହେବ, ସତେଯେପରି ପରିବ୍ୟାପ୍ତ ଲୁଣା ଜଙ୍ଗଲ ଉପରେ ଧଳା ଚାଦରଟିଏ କିଏ ଘୋଡ଼ାଇ ଦେଇଛି। ବର୍ଷା ଦିନେ ଯେତେବେଳେ ଭିତରକନିକାର ଅନ୍ୟାନ୍ୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଏ, ସେତେବେଳେ ‘ବଗ ଗହନ’ ପ୍ରକୃତ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲଟିଥାଏ।
ଗହୀରମଥା ବେଳାଭୂମି:ସତୁରି କିଲୋମିଟର ବ୍ୟାପ୍ତ ଗହୀରମଥା ବେଳାଭୂମିରେ ରହିଛି ‘ଏକକୂଳା’, ‘ହାବାଳି ଖଟି’, ‘ବରୁଣେଇ’, ‘ହୁକିଟୋଲା’ ଏବଂ ହ୍ବିଲର ଆଦି ଛୋଟ ଛୋଟ ଦ୍ୱୀପପୁଞ୍ଜ ଓ ତା’ ନିକଟରେ ଥିବା ନାସି-୧, ନାସି-୨, ବାହୁବଳୀ ଏବଂ ଅଗରନାସିର ମନୋରମ ବେଳାଭୂମି। ବିଜୁଳି ଆଲୋକ ଓ ଯାନ୍ତ୍ରିକ ଶବ୍ଦର କୋଳାହଳଠାରୁ ଅନେକ ଦୂରରେ ଏଠି ରହିଛି ଏକ ନିଆରା ପୃଥିବୀ, ଯେଉଁଠି ଘଡ଼ିଏ ବସିଗଲେ ପ୍ରକୃତି କୋଳରେ ହଜିଯାଏ ପର୍ଯ୍ୟଟକ। ବାହାର ଦୁନିଆକୁ ପୂରାପୂରି ଭୁଲିଯାଏ ସେ।
ବେଳାଭୂମି ନିକଟବର୍ତ୍ତୀ ସମୁଦ୍ରକୁ ‘ଅଲିଭ୍‌ ରିଡ୍‌ଲେ’ କଇଁଛମାନେ ବହୁ ସଂଖ୍ୟାରେ ଆସି ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଅର୍ଥାତ୍‌ ବର୍ଷର ଅଧାରୁ ଅଧିକ ସମୟ ଅଗଭୀର ଜଳରେ ରହିଥାଆନ୍ତି। ଫେବୃୟାରୀରୁ ଏପ୍ରିଲ ମାସ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ମାଈ କଇଁଛ ବେଳାଭୂମି ଉପରକୁ ଉଠିଆସି ସାମୂହିକ ଅଣ୍ଡା ଦେବାର ଦୃଶ୍ୟ ଅତ୍ୟନ୍ତ ବିରଳ। ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ‘ଆରିବାଦା’ ନାମରେ ଖ୍ୟାତ। କେବଳ କୋଷ୍ଟାରିକାର ପାସିଫିକ୍‌ ବେଳାଭୂମି ଓ ମେକ୍‌ସିକୋ, ନିକାରାଗୁଆର ପ୍ରଶାନ୍ତ ମହାସାଗରୀୟ ବେଳାଭୂମିକୁ ଛାଡ଼ିଦେଲେ, ବିଶ୍ୱର ଅନ୍ୟ କୌଣସି ବେଳାଭୂମିରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳେ ନାହିଁ। ଏକକୂଳା: ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଏକାନ୍ତ ନିର୍ଜନ, ନିରୋଳା ପରିବେଶରେ ରହିଛି ‘ଏକକୂଳା’- ବନ ବିଭାଗର ଅତିଥିଶାଳା। ଗୋଟେ ପଟେ ସମୁଦ୍ର ଏବଂ ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା। ଅନ୍ୟପଟେ ମହୀପୂରା ନଈ। କେବଳ ଜୁଆର ଆସିବା ସମୟରେ ଛୋଟ ଡଙ୍ଗା ବା ବୋଟ୍‌ରେ ଏକକୂଳାରେ ପହଞ୍ଚି ହେବ। ଏଠି ରାତି ବିତାଇବା ପାଇଁ ଏକାନ୍ତ ନିର୍ଜନ ବିଶ୍ରାମାଗାର ଓ ତମ୍ବୁର କଟେଜ୍‌ମାନ ରହିଛି। ଯେଉଁଠି ପ୍ରକୃତିପ୍ରେମୀ ପର୍ଯ୍ୟଟକଟିଏ ବିସ୍ତୀର୍ଣ୍ଣ ସ୍ନିଗ୍‌ଧ ବେଳାଭୂମିରେ ବସି ନିର୍ଜନତାର ସ୍ବାଦ ଉପଭୋଗ କରିପାରିବ।
ହାବାଳିଖଟି: ମହୀପୁରା ନଈରୁ ବାଉଁଶଗଡ଼ ଯୋରରେ ପଶିଲେ ହାବାଳିଖଟି ଜେଟି ନିକଟରେ ପହଞ୍ଚି ହେବ। ଜେଟିରୁ କିଛି ବାଟ ପାଦଚଲା ରାସ୍ତାରେ ଗଲେ ପଡ଼ିବ କାଠ ନିର୍ମିତ ପୁରାତନ ବଙ୍ଗଳାଟିଏ ଏବଂ ଅନ୍ୟ କେତୋଟି ଛୋଟବଡ଼ ଅତିଥିଶାଳା। ବଙ୍ଗଳାର ସାମ୍‌ନା ପାର୍ଶ୍ୱରେ ରହିଛି ଦୀର୍ଘ, ନୀରବିତ ବେଳାଭୂମି। ଏକାକୂଳାଠାରୁ ଆରମ୍ଭ ହୋଇ ମାଇଲ ମାଇଲ ବ୍ୟାପ୍ତ ଏହି ବିସ୍ତୀର୍ଣ୍ଣ ବେଳାଭୂମି ‘ହାବାଳିଖଟି’ ଦେଇ ସାତଭାୟା ପର୍ଯ୍ୟନ୍ତ ଲମ୍ବିଯାଇଛି।
କାଳିଭଞ୍ଜଡିହା: ୮ କିଲୋମିଟର ଲମ୍ବ ଏବଂ ୧ କିଲୋମିଟର ଓସାର ବିଶିଷ୍ଟ ଏହି ଦ୍ୱୀପଟି ଭିତରକନିକାର ସବୁଠାରୁ ବଡ଼ ଦ୍ୱୀପ। ଜାତୀୟ ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଦ୍ୱୀପ। ଏଠାରେ ତେଣୁ ହେନ୍ତାଳବନ ବା ଜୁଆରିଆ ଜଙ୍ଗଲ ଉପରେ ଗବେଷଣା କେନ୍ଦ୍ରଟିଏ ଖୋଲାଯିବାର ପ୍ରସ୍ତାବ ରହିଛି। ଦ୍ୱୀପର ବିଶାଳତା ଓ ଜୈବବିବିଧତା ଅନେକ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ।
ହୁକିତୋଳା:ବରୁଣେଇ ମୁହାଣରୁ ଅଗରନାସି ଦେଇ ଆଉ ଟିକିଏ ତଳକୁ ଗଲେ ପଡ଼ିବ ବ୍ରିଟିଶ୍‌ ଅମଳରେ ନିର୍ମିତ ଅର୍ଦ୍ଧଭଗ୍ନ ଐତିହାସିକ ପ୍ରାସାଦ ‘ହୁକିଟୋଲା ବା ହୁକିତୋଳା’। ଜଣେ ବ୍ରିଟିଶ୍‌ ଅଫିସର ହୁକି ଓ୍ବାକରଙ୍କ ନାମରେ ଏହା ନାମିତ। ଏହି ପ୍ରାସାଦଟିର ନିର୍ମାଣ ଶୈଳୀରେ ଏପରି ବ୍ୟବସ୍ଥା କରାଯାଇଥିଲା, ଯାହା ଏଠାରେ ରହୁଥିବା ଲୋକମାନଙ୍କ ପାଇଁ ବର୍ଷସାରା ଦୈନନ୍ଦିନ ବ୍ୟବହାର କରିବା ନିମନ୍ତେ ବର୍ଷାଜଳ ସଂରକ୍ଷଣ କରି ରଖାଯାଇପାରୁଥିଲା। ସେ ସମୟରେ ହୁକିତୋଳା ଏକ ପ୍ରସିଦ୍ଧ ବନ୍ଦର ଥିଲା ଏବଂ ୧୯୨୪ ମସିହା ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ ଥିଲା। ଏବେ କୋଳାହଳଠାରୁ ଦୂରରେ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ନିର୍ଜନତାର ପସରା ମେଲାଇ ବସିଛି ହୁକିତୋଳା।
ଦୃଷ୍ଟିକୋଣରୁ ଏବଂ ପରିବେଶୀୟ ସ୍ବତନ୍ତ୍ରତା ହେତୁ ଭିତରକନିକାର ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଆର୍ଦ୍ରଭୂମିକୁ ଅନ୍ତର୍ଜାତୀୟ ରାମସର ସାଇଟ୍‌ରେ ମାନ୍ୟତା ୨୦୦୨ ମସିହାରେ ମିଳିଛି। ଭିତରକନିକାକୁ ବିଶ୍ୱର ଅନ୍ୟତମ ପ୍ରାକୃତିକ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବା ନିମନ୍ତେ ପ୍ରକ୍ରିୟା ଜାରି ରହିଛି। ସର୍ପିଳ ଗତିରେ କୁଳୁକୁଳୁ ନାଦରେ ବୋହି ଯାଉଥିବା ଭିତରକନିକା ନଦୀରେ ନୌକାଯାତ୍ରା, ଉଭୟ ପାର୍ଶ୍ୱରେ ଘଞ୍ଚ ହେନ୍ତାଳବନ, କର୍ଦ୍ଦମାକ୍ତ ନଈପଠାରେ ଘୁମେଇ ପଡ଼ିଥିବା ଅସଂଖ୍ୟ ବଉଳା କୁମ୍ଭୀର, ପର୍ଯ୍ୟଟନ କୁଟୀର ବାହାରେ ନିର୍ଜନରେ, ନିର୍ଭୟରେ ଚାରଣରତ ମୃଗଦଳ, ଖାଦ୍ୟ ଅନ୍ବେଷୀ ପକ୍ଷୀମାନଙ୍କର କଳରବ ଏବଂ ପ୍ରତ୍ୟହ ପ୍ରତ୍ୟୁଷ ଓ ଗୋଧୂଳିର ରୋମାଞ୍ଚକର ବର୍ଣ୍ଣ ବିଭବ ଏସବୁ ଦେଖିଲେ ମନେହେବ, କେଉଁ ନିପୁଣ ଚିତ୍ରକରର ତୂଳୀରେ ଆଙ୍କି ହୋଇଯାଇଛି ଭିତରକନିକାରେ ଗୋଟିଏ ଗୋଟିଏ ମତୁଆଲା ଦୃଶ୍ୟପଟ।
ଡ. ବିଜୟ କେତନ ପଟ୍ଟନାୟକ

-ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା, ଜାଗମରା
ଭୁବନେଶ୍ୱର, ମୋ-୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?