‘ପ୍ରକୃତି ହିଁ ଭଗବାନ’: ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଗ୍ରୀନ୍‌ ହିରୋ

ଭୁବନେଶ୍ୱର,୨୪୧୧(ବନ୍ଦନା ସେଠୀ):ପ୍ରକୃତି ହିଁ ଭଗବାନ। ଆଜିର ଯୁବପିଢ଼ି ନୂଆ ନୂଆ ଗାଡି ମଡେଲର ନାଁ ଜାଣୁଛନ୍ତି, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ ନଁା କହିପାରୁଛନ୍ତି। କିନ୍ତୁ ଆମ ଚାରିପାଖରେ କେତେ ପ୍ରକାର ଗଛ ଅଛି ତାହା ଜାଣିନାହାନ୍ତି, ଚଢ଼େଇ ଚିହ୍ନିପାରିବେ ନାହିଁ। ପୃଥିବୀରେ ଥିବା ୪୦% ପୋକଙ୍କୁ କୀଟନାଶକ ପକାଇ ମାରି ସାରିଲୁଣି। ୬୦% ଉଡ଼ନ୍ତା ପୋକ ଯଥା ବିରୁଡ଼ି, ମହୁମାଛି ଆଦିଙ୍କୁ ମାରିବା ସହିତ ଧୀରେ ଧୀରେ ପ୍ରକୃତିକୁ ନଷ୍ଟ କରି ଚାଲିଛୁ। ସୁସ୍ଥ ବାତାବରଣ ସୃଷ୍ଟି ପାଇଁ କେହି ବ୍ୟସ୍ତ ହେଉନାହାନ୍ତି। ମଣିଷ ଜାତିକୁ ମଣିଷ ହିଁ ଧ୍ୱଂସ କରୁଛି ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟ ‘ଦ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା’ଠାରେ ଧରିତ୍ରୀ ପକ୍ଷରୁ ରବିବାର ଆୟୋଜିତ ‘ୟୁଥ୍‌ କନ୍‌କ୍ଲେଭ’ ବା ‘ଯୁବ ସମ୍ମିଳନୀ’ର ପଞ୍ଚମ ସଂସ୍କରଣର ପ୍ରଥମ ଦିନରେ ‘ଗ୍ରୀନ୍‌ ହିରୋଜ୍‌ ସମିଟ୍‌’ ଶୀର୍ଷକ କାର୍ଯ୍ୟକ୍ରମ ଅବସରରେ ତଥାଗତ ଆହୁରି କହିଛନ୍ତି ଯେ, ଆଜିକାଲି ଅଭିଭାବମାନେ କେବଳ ଚାକିରି କରିବାକୁ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପରିସ୍ଥିତି ବିଷୟରେ ପିଲାଙ୍କୁ ସଚେତନ କରାଇପାରିଲେ ଏକ ନୂଆ ଯୁଗ ସୃଷ୍ଟି ହୋଇପାରିବ। ସେହିପରି ପରିବେଶ କ୍ଷେତ୍ରରେ କାମ କରି ମଧ୍ୟ ଆମେ ରୋଜଗାର ସହ ପୃଥିବୀର ମଙ୍ଗଳ କରିପାରିବା। ବିଶେଷକରି ବିନା ରାଜନୀତିରେ ପରିବେଶ ପାଇଁ କାମ କରିବା ଦରକାର। ଅନେକ ବର୍ଷ ହେବ ହାତୀ କରିଡର ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରିହେଉ ନାହିଁ। ବିଭିନ୍ନ ସମୟରେ ନିଜର ସୁବିଧା ପାଇଁ ପ୍ରକୃତିକୁ ଆଘାତ ଦେଇ ଚାଲିଛୁ ଏବଂ ନିଜେ ନିଜକୁ ଏଭଳି ବିପରୀତ ପରିସ୍ଥିତିରେ ପକାଇଛୁ ବୋଲି ସେ କହିଛନ୍ତି। ଏଥିସହ ପରିବେଶ କ୍ଷେତ୍ରରେ କାମ କରୁଥିବା ଯୋଦ୍ଧାମାନଙ୍କୁ ଧରିତ୍ରୀ ପକ୍ଷରୁ ଦିଆଯାଉଥିବା ‘କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ, ଓଡ଼ିଶା ଲୋକାୟୁକ୍ତର ପୂର୍ବତନ ସଦସ୍ୟ ତଥା କ୍ଲାଇମେଟ୍‌ ଗ୍ରାଣ୍ଟ୍‌ ଜୁରି ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଯୋଗଦେଇ ପୁରସ୍କାର ଚୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ। ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ ବା ଯୁବ ସମ୍ମିଳନୀ ଏକ ନିଆରା ପ୍ରୟାସ। ସେହିପରି ପରିବେଶ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ କ୍ଲାଇମେଟ୍‌ ଗ୍ରାଣ୍ଟ୍‌ ଏକ ପ୍ରୋତ୍ସାହନ ବୋଲି ଦେବବ୍ରତ ମତ ରଖିଥିଲେ। ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ (ଓପ୍‌ସା)ର ମୁଖ୍ୟ ତଥା କ୍ଲାଇମେଟ୍‌ ଗ୍ରାଣ୍ଟ୍‌ର ଜୁରି ସଦସ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ କହିଲେ, ଏହି କାର୍ଯ୍ୟକ୍ରମ ଦ୍ୱାରା ପରିବେଶ ସୁରକ୍ଷାରେ କାର୍ଯ୍ୟରତ ଗ୍ରୀନ୍‌ ହିରୋ ପରସ୍ପରକୁ ଜାଣିବା ସହିତ ଆମର ନେଟ୍‌ଓ୍ବର୍କ ବଢୁଛି। ସରକାରଙ୍କ ‘ପ୍ରକୃତି ବନ୍ଧୁ’ ପୁରସ୍କାରକୁ ବାଦ୍‌ ଦେଲେ ‘ଧରିତ୍ରୀ’ ପ୍ରଥମ ବେସରକାରୀ ସଂସ୍ଥା, ଯାହା ଆମକୁ ଗ୍ରାଣ୍ଟ୍‌ ଦେବା ସହ ଉତ୍ସାହିତ କରୁଛି। ‘କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ ପାଇଁ ପୂର୍ବବର୍ଷଠାରୁ ଏ ବର୍ଷ ଅଧିକ ଆବେଦନ ଆସିଥିଲା। ତେବେ ଯେଉଁମାନଙ୍କୁ ଗ୍ରାଣ୍ଟ୍‌ ଦିଆଯିବ, ସେମାନେ ଆମ ପାଇଁ ଆଦର୍ଶ ହେବା ଦରକାର। ସେହିପରି ଯେଉଁମାନଙ୍କୁ ଗ୍ରାଣ୍ଟ୍‌ ନ ମିଳିଛି, ସେମାନେ ଆହୁରି ଭଲ କାମ କରନ୍ତୁ ବୋଲି ସୌମ୍ୟରଞ୍ଜନ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଛନ୍ତି ଯେ, ସମସ୍ତେ ଗୋଟିଏ ପରିବାର ଭଳି ଯୋଡ଼ି ହୋଇ ଅଛୁ। ସମସ୍ତଙ୍କର ପରିବେଶ ପାଇଁ କାମ କରିବାର ଉତ୍ସାହ ଅଛି, ଯାହାକି ସମାଜ ପାଇଁ ଶୁଭଙ୍କର। ସମସ୍ତେ ପରସ୍ପରକୁ ଜାଣିବା, ବୁଝିବା ଏବଂ ମିଶିକି କାର୍ଯ୍ୟ କରିବା। ପରିବେଶ ପାଇଁ କାମ କରି ଆଗାମୀ ପିଢ଼ିକୁ ସାହାଯ୍ୟ କରିପାରିବା ବୋଲି ଆଦ୍ୟାଶା ମତ ରଖିଛନ୍ତି। କାର୍ଯ୍ୟକ୍ରମରେ ‘ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି’ର ରାଜ୍ୟ ମୁଖ୍ୟ ମୀନା ଦାସ ମହାପାତ୍ର, ସେଲ୍‌ସିୟସ୍‌ ଫାଉଣ୍ଡେଶନ୍‌ର ପରିଚାଳନା ନିର୍ଦ୍ଦେଶକ ଓମ୍‌ ପ୍ରିୟଦର୍ଶୀ ଛୋଟରାୟ ଯୋଗଦେଇ ପରିବେଶ ସୁରକ୍ଷା ନେଇ ଧରିତ୍ରୀର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ୨୦୨୪ର ‘କ୍ଲାଇମେଟ୍‌ ଗ୍ରାଣ୍ଟ’ ଓ୍ବିନର ପୁପୁନ୍‌ ସାହୁ, ତ୍ରିଲୋଚନ ସାହୁ, ଆଞ୍ଚଳିକ ବିକାଶ ପରିଷଦର ସାଗର କୁମାର ପାତ୍ର ଏବଂ ଜଙ୍ଗଲ ଲୋର୍‌ ଫାଉଣ୍ଡେଶନର ଆକାଶ ରଞ୍ଜନ ରଥ ଉପସ୍ଥିତ ରହି ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଶ ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ଗ୍ରୀନ୍‌ ହିରୋମାନେ ଏକତ୍ରିତ ହୋଇଥିଲେ। କ୍ଲାଇମେଟ୍‌ ଆଣ୍ଡ୍‌ ଇନୋଭେଶନ୍‌, କ୍ଲାଇମେଟ୍‌ ପ୍ରିପେୟାର୍ଡନେସ, କୋଷ୍ଟାଲ କଞ୍ଜରଭେଶନ୍‌, ଫରେଷ୍ଟ କମ୍ୟୁନିଟି କଞ୍ଜରଭେଶନ ଇନ୍‌ ଇଷ୍ଟର୍ନ ଘାଟ୍‌, ପ୍ଲାଣ୍ଟେସନ ଆଣ୍ଡ୍‌ କଞ୍ଜରଭେଶନ୍‌, ପଲ୍ୟୁଶନ, ପ୍ଲାଷ୍ଟିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ଓ୍ବେଷ୍ଟ୍‌, ଅର୍ବାନ ହିଟ୍‌ ଆଇସ୍‌ଲାଣ୍ଡ, ଓ୍ବାଟରଲଗିଂ ଆଣ୍ଡ୍‌ ଗ୍ରୀନ୍‌ ସିଟିଜ୍‌, ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ବାୟୋଡାଇଭରସିଟି କଞ୍ଜରଭେଶନ, ଓ୍ବାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ଆଣ୍ଡ୍‌ କଞ୍ଜରଭେଶନ୍‌ ଏବଂ ୟୁଥ୍‌ ଆକ୍ସନ ଫର୍‌ କ୍ଲାଇମେଟ୍‌ ଆଦି ୧୦ଟି ବିଷୟବସ୍ତୁକୁ ନେଇ ଗ୍ରୀନ୍‌ ହିରୋମାନେ ୧୦ଟି ଗ୍ରୁପ୍‌ରେ ଭାଗ ହୋଇଥିଲେ। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କରିବା ସହିତ ନିଷ୍କର୍ଷକୁ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri