ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି ଭରସା। ଏଠାକାର ଲୋକମାନେ ନଳକୂପରୁ ଶୁଦ୍ଧ ପିଇବା ପାଣି ପାଉ ନ ଥିବାରୁ ଗାଁ ପାଖ ନାଳ ପାଣି ବ୍ୟବହାର କରୁଛନ୍ତି। ପାଣି ଆଣିବା ପାଇଁ ଖରାରେ ଅନେକ ବାଟ ଚାଲିବାକୁ ପଡ଼ୁଛି। ତେଣୁ ଗାଁରେ ନଳକୂପ ମରାମତି କରିବାକୁ ବାରମ୍ବାର ଦାବି ହେଉଛି। କିନ୍ତୁ ଏ ଦିଗରେ କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।
ଗାଁରେ ୧୨ ରୁ ୧୫ ପରିବାର ରହୁଛନ୍ତି। ସେମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ। ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଗୋଟିଏ ହାଣ୍ଡି ପାଣି ଭର୍ତ୍ତି ହେଉଛି। ତାହା ପୁଣି ମଇଳାପାଣି, ଯାହାକି ପିଇବା ଉପଯୋଗୀ ହୋଇପାରୁନାହିଁ। ତେଣୁ ଲୋକେ ଗାଁଠାରୁ ଅଳ୍ପ ଦୂରରେ ଥିବା ନାଳପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଆଉ କିଛିଦିନ ପରେ ଖରା ବଢ଼ିଲେ ନାଳର ପାଣି ଶୁଖିଯାଏ। ଗାଁରେ ପାନୀୟ ଜଳ ସମସ୍ୟା ନେଇ ମହିଳାମାନେ ଗତ ୧୯ ତାରିଖରେ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ଅବଗତ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ସମାଧାନ କରିବାକୁ ପାନୀୟ ଜଳ ଯୋଗାଣ ବିଭାଗୀୟ ଜେଇ ସନ୍ତୋଷ କାଟ୍ରାକଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜେଇଙ୍କୁ ଭେଟି ପାଣି ସମସ୍ୟା କଥା କହିବାରୁ ନିର୍ବାଚନ କାମ ସରିବା ପରେ ପାଣି ସମସ୍ୟା ବୁଝାଯିବ ବୋଲି ସେ କହିଥିବା ଗାଁର ଲିଲି ଟାକରି, ଟଭା ଟାକିରୀ, ତୁଳସୀ ଯାନୀ, ଦୁବାଇ ଯାନୀ, ଦଇମତି ଯାନୀ, ରାଧାମତି ଯାନୀ, ସୁଦ୍ବିତା ଯାନୀ, ରଶ୍ମିତା ଟାକରି, ବୁନ୍ଦୀ ଟାକରି, ରାମା ଯାନୀ, ତୁଲା ଯାନୀ କହିଛନ୍ତି। ସମସ୍ୟା ସମାଧାନ କରି ଗ୍ରାମରେ ତୁରନ୍ତ ପାନୀୟ ଜଳ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ ବ୍ଲକର ବିଭିନ୍ନ ପଞ୍ଚାୟତ ପାଣି ସମସ୍ୟା ସମାଧାନ ପାଇଁ ନୂଆ ନଳକୂପ ଖୋଳିବାକୁ ଅନୁମତି ଓ ଅର୍ଥ ମଗାଯାଇଛି। ଯେତେ ଶୀଘ୍ର ଆସିବ ଖୋଳାଯିବ ବୋଲି ସେ କହିଛନ୍ତି। କନିଷ୍ଠ ଯନ୍ତ୍ରୀ ସନ୍ତୋଷ କାଟ୍ରାକଙ୍କୁ ପଚାରିବାରୁ ଝରଣଗୁଡ଼ାରେ ଥିବା ନଳକୂପର କିଛି ମରାମତି ଆବଶ୍ୟକ। ଶୁକ୍ରବାର ସୁଦ୍ଧା ମରାମତି କରିଦିଆଯିବ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri