ପ୍ରାକୃତିକ ଜୀବସାର

ପ୍ରକୃତି ତାହାର କୋଳରେ ଥିବା ଜୀବଜଗତ ନୀରୋଗ ଜୀବନଯାପନ କରିବା ନିମନ୍ତେ ପୋଷକତତ୍ତ୍ୱ ପରିପୂର୍ଣ୍ଣ ଜୀବସାର, ଖଣିଜସାର ଓ ପ୍ରୋଟିନ୍‌ଯୁକ୍ତ ଆହାର ଓ ଔଷଧ ମହଜୁଦ କରି ରଖିଅଛି। ଯଦ୍ଦ୍ବାରା ପ୍ରାଣିଜଗତ ଦୀର୍ଘାୟୁ ଲାଭ କରିବା ସହ ସୃଷ୍ଟି ସର୍ଜନାର ପରିପୂର୍ଣ୍ଣତା ହୋଇପାରିବ। ତେଣୁ ପ୍ରାକୃତିକର ବିକଳ୍ପ ନାହିଁ।
ଜୀବସାର ଦୁଇପ୍ରକାର। ଗୋଟିଏ ଚର୍ବିରେ ଘୋଳନଶୀଳ ଓ ଅନ୍ୟଟି ଜଳରେ ଘୋଳନଶୀଳ। ଚର୍ବି ଘୋଳନଶୀଳ ଜୀବସାରଗୁଡ଼ିକ ଏ, ଡି, ଇ, କେ ଏବଂ ଜଳରେ ଘୋଳନଶୀଳ ଭିଟାମିନ୍‌ ‘ବି’, ଯାହା ଅଧିକ ହେଲେ ପରିସ୍ରା ଦ୍ୱାରା ବାହାରିଯାଏ। ମାତ୍ର ଚର୍ବିରେ ଘୋଳନଶୀଳ ଜୀବସାର ଅଧିକମାତ୍ରାରେ ହେଲେ ଏହା ହାର୍ଟ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ଜମି ରହେ।
ଜୀବସାର ‘ଏ’ (ରେଟିନଲ୍‌) : ଏହା ଦାନ୍ତ, ହାଡ଼, ସୂକ୍ଷ୍ମ କୋଷିକା ଶେଷ୍ଲିକାକଳା ଏବଂ ଚର୍ମକୁ ସୁସ୍ଥ ରଖେ। ଚକ୍ଷୁରେ ଥିବା ରେଟିନାରେ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ। ଏହା କନ୍ଦମୂଳ, ଗାଜର, କଲିଜା, ସାଲମନ ମାଛ, ଅଣ୍ଡା, ଆମ୍ବ, ଅମୃତଭଣ୍ଡା, ପିଜୁଳି, ବ୍ରକୋଲି, ଲହୁଣିରୁ ମିଳେ। ଶରୀର ପାଇଁ ୩୦୦ ରୁ ୯୦୦ ମାଇକ୍ରୋଗାମ ଜୈବିକ ଆବଶ୍ୟକ। ଗର୍ଭାବସ୍ଥାରେ ଓ ପିଲା କ୍ଷୀରପାନ କରୁଥିବା ବେଳେ ଏହା ଅତ୍ୟନ୍ତ ପ୍ରୟୋଜନ। ଏହାର ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ।
ଜୀବସାର ‘ସି’ : ଏହାକୁ ଏସ୍‌ କର୍ବିକ୍‌ ଏସିଡ୍‌ କୁହାଯାଏ। ଏହା କୋଷ, ଚର୍ମ, ରକ୍ତବାହିନୀ, ଅସ୍ଥି ଏବଂ ତରୁଣାସ୍ଥି, ଦାନ୍ତ, ଦାନ୍ତମାଢ଼ିକୁ ସୁସ୍ଥ ରଖେ। ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରେ। ଏହାର ଅଭାବରେ ସ୍କର୍ବିରୋଗ ଦେଖାଯାଏ। ଏହାର ମୁଖ୍ୟ ଉତ୍ସ- ଅଁଳା, ଖଟାଜାତୀୟ ଫଳ, ଲେମ୍ବୁ, କମଳା, ସେଓ ଇତ୍ୟାଦି।
ଜୀବସାର-‘ଡି’ : ଏହା କ୍ୟାଲ୍‌ସିୟମକୁ ଶୋଷଣ କରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ହାଡ଼, ମାଂସପେଶୀ ଓ ହୃଦୟକୁ ସୁସ୍ଥ ରଖେ। ସକାଳ କଅଁଳିଆ ସୂର୍ଯ୍ୟକିରଣ ଚର୍ମ ଉପରେ ପଡ଼ିଲେ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଶୋଷିତ ହୋଇଥାଏ। ଏହି ଭିଟାମିନ୍‌ର ମୁଖ୍ୟ ଉତ୍ସ ହେଉଛି- କ୍ଷୀର, ସାଲମନ, ମାଛ, କଡ୍‌ଲିଭର ଅଏଲ, ଅଣ୍ଡା, ଛତୁ ଏବଂ ସୋୟାବିନ୍‌।
ଶରୀର ପାଇଁ ୬୦୦ ରୁ ୮୦୦ ଆଇୟୁ ଦୈନିକ ଆବଶ୍ୟକ।
ଜୀବସାର-‘ଇ’ : ଏହା ଆଣ୍ଟି ଅକ୍ସିଡାଣ୍ଟ। ଏହି ଭିଟାମିନ୍‌ କୋଷକୁ ସୁସ୍ଥ ରଖିବା ସହ ଚର୍ମକୁ କୁଞ୍ଚନରୁ ରକ୍ଷା କରେ। ମାଂସପେଶୀକୁ ସବଳ କରେ। ଦୈନିକ ଆମ ଶରୀର ପାଇଁ ୧୫ ମିଲିଗ୍ରାମ ଭିଟାମିନ୍‌ ‘ଇ’ ଆବଶ୍ୟକ। ଏହାର ମୁଖ୍ୟ ଉତ୍ସ- ସୂର୍ଯ୍ୟମୁଖୀ ତେଲ, ଆଲ୍‌ମଣ୍ଡ, ବ୍ଲାକବେରୀ, ଅଲିଭ୍‌ ତେଲ ଓ ପିଜୁଳିରୁ ମିଳେ।
ଜୀବସାର ‘କେ’: ଏହା ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ତତ୍‌ ସଙ୍ଗେ ସଙ୍ଗେ ଅସ୍ଥିକୁ ସୁଦୃଢ଼ କରେ। ଏହାର ମୁଖ୍ୟ ଉତ୍ସ- ସେଓ, ପନିପରିବା, ଦୂର୍ବା ସ୍ବରସ ଇତ୍ୟାଦି।
ଜୀବସାର-ବି : ଏହା ଯକୃତ କାର୍ଯ୍ୟ ତ୍ୱରାନ୍ବିତ କରି ଭୋକ ବଢ଼ାଏ। ମସ୍ତିଷ୍କର ସ୍ନାୟୁତନ୍ତ୍ରିକା କାର୍ଯ୍ୟ କରିବାରେ ଶକ୍ତି ପ୍ରଦାନ କରେ। ସ୍ବାସ୍ଥ ବୃଦ୍ଧି କରେ। ରକ୍ତକୋଷିକା ବୃଦ୍ଧି କରେ ଓ ଚର୍ମକୁ ସୁସ୍ଥ ସବଳ ରଖେ।
ଜୀବସାର ‘ବି-୧’ : ଏହି ଭିଟାମିନ୍‌ ଭୋକ, ସ୍ବାସ୍ଥ୍ୟ ଓ ଓଜନ ବଢ଼ାଏ। ଏହା ଅଭାବରୁ ବେରିବେରି ରୋଗ ହୁଏ। ଅନ୍ୟପକ୍ଷରେ ଜୀବସାର ‘ବି-୨’ ରିବୋପ୍ଲୋବିନର ଅଭାବରେ ଜିହ୍ବାରେ ଛାଲି ପଡ଼ିବା (ପାଟି ଘା), ଅକାଳ ବାର୍ଦ୍ଧକ୍ୟ, ସୂର୍ଯ୍ୟ ଆଲୋକ ସହି ନ ପାରିବା ଦେଖାଯାଏ। ଜୀବସାର- ‘ବି-୩’ (ନାଇସିନ୍‌) ଅଭାବରେ ମାନସିକ ବିକାର, ଚର୍ମରେ ଫୋଟକା ପରି ସମସ୍ୟା ଦେଖାଦିଏ। ଜୀବସାର-‘ବି-୭’ (ବାୟୋଟିନ୍‌) ଅଭାବରେ ଶରୀର ଯନ୍ତ୍ରଣା ହେବା, କେଶ ଝଡ଼ିବା ସହ ଠିକ୍‌ ଭାବରେ ବଢ଼ି ନ ଥାଏ॥
ଜୀବସାର‘ବି-୧୨’ (ସାଇନୋକୋବାଲାମାଇନ୍‌) – ଏହି ଭିଟାମିନ୍‌ ଅଭାବରୁ ରକ୍ତ କମିଯାଏ। ଏହି ଜୀବସାରଗୁଡ଼ିକର ମୁଖ୍ୟ ଉତ୍ସ- ଗହମରୁ ପ୍ରସ୍ତୁତ ଅଟା, ଅଣ୍ଡା, ଶରଗ, ବାଦାମ, ଅଖରୋଟ, ନାଲି ଚାଉଳ, ଜୁଆ, ଅଙ୍ଗୁର, ଦୁଧ, ମଟର, ଡାଲି, ଆଳୁ, ମକା, ଚଣା, ନଡିଆ, ପିସ୍ତା, କୋବି, ଦହି, ପାଳଙ୍ଗ ଶାଗ। ଶରୀର ପାଇଁ ଦୈନିକ ଆବଶ୍ୟକ ୦-୨ ମିଲିଗ୍ରା (ଶିଶୁ) ଯୁବକ- ୧.୨ ମିଲିଗ୍ରାମ୍‌ ଏବଂ ଗର୍ଭାବସ୍ଥାରେ ୧.୪ ମିଲିଗ୍ରାମ୍‌।
ଏହି ସମସ୍ତ ଜୀବସାର ଆମେ ବାଡିବଗିଚାରୁ ମିଳୁଥିବା ସଜନାଶାଗ, ପନିପରିବା, ଅନ୍ୟନ୍ୟ ଶାଗ, ବିଭିନ୍ନ ଖାଦ୍ୟ ପଦାର୍ଥ ଓ ବିଭିନ୍ନ ବନୌଷଧିରୁ ମିଳେ। ତେଣୁ ଋତୁ ଅନୁଯାୟୀ ଉପଲବ୍ଧ ସମସ୍ତ ଶାଗ, ପନିପରିବା, ଫଳମୂଳ ଇତ୍ୟାଦି ସେବନ କରିବା ଉଚିତ।
ବର୍ତ୍ତମାନ ବିଷାକ୍ତ ପରିବେଶ ଓ ଜଳବାୟୁ ଏବଂ ବିଷାକ୍ତ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଫଳରେ ଖାଦ୍ୟଦ୍ରବ୍ୟର ଗୁଣବତ୍ତା ଲୋପ ପାଉଛି। ରାସାୟନିକ ଔଷଧ ସେବନ ଓ ଅନ୍ୟନ୍ୟ ଦ୍ରବ୍ୟର ଅତ୍ୟଧିକ ମାତ୍ରାରେ ଖାଦ୍ୟରେ ମିଶ୍ରଣ ଯୋଗୁ ତାହା ଜୀବଜଗତକୁ ରୁଗ୍‌ଣ କରି ଧ୍ୱଂସାଭିମୁଖୀ ପଥକୁ ସୁଗମ କରୁଅଛି। ମାନବ ସମାଜ ଏହି ଜଟିଳ ବ୍ୟାଧିରେ ପୀଡ଼ିତ ହେବାର ଦେଖାଯାଉଅଛି। ଏଥିପାଇଁ ସଚେତନ ହୋଇ ପ୍ରାକୃତିକ ଚିକିତ୍ସା, ଔଷଧ ପ୍ରତି ପ୍ରାଧାନ୍ୟ ଦେବା ଉଚିତ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ, ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri