ପ୍ରାକୃତିକ ଗ୍ୟାସ ମୂଲ୍ୟ କମିଲା

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଲଗାତର ତୃତୀୟଥର ପାଇଁ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ହ୍ରାସ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କେଜି ଡି ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ(ଏମ୍‌ବିଟିୟୁ) ପ୍ରତି ୯.୮୭ ଡଲାରରେ ପରିଣତ ହେବ। ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ପ୍ରତିବର୍ଷ ଏପ୍ରିଲ ୧ ଏବଂ ଅକ୍ଟୋବର ୧ରେ ସ୍ଥିର କରାଯାଉଥିତ୍ବାବେଳେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ହ୍ରାସ ହେତୁ ମୂଲ୍ୟ ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ମୂଲ୍ୟ ହ୍ରାସ ସିଏନ୍‌ଜି ଏବଂ ପିଏନ୍‌ଜି ମୂଲ୍ୟ ଉପରେ କୌଣସିି ପ୍ରଭାବ ପକାଇବ ନାହିଁ।

ରବିବାର ଏକ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ପ୍ରାକୃତିକ ଗ୍ୟାସର ହାର ଏମବିଟିୟୁ ପ୍ରତି ୯.୯୬ ଡଲାର ଥିଲା। ଏପ୍ରିଲ ୧ରୁ ଏଥିରେ ସାମାନ୍ୟ ହ୍ରାସ ହେବା ପରେ ଏବଂ ଆସନ୍ତା ୬ ମାସ ପାଇଁ ନୂତନ ହାର ୯.୮୭ ଡଲାର ରହିବ। କ୍ରମାଗତ ତୃତୀୟ ଥର ପାଇଁ ଏହି ମୂଲ୍ୟ ହ୍ରାସ ପାଇଥିବାବେଳେ ୨୦୨୩ ଅକ୍ଟୋବର ୧ରେ ସରକାର ଗ୍ୟାସ ଦରରେ ୧୮ ପ୍ରତିଶତ ହ୍ରାସ କରିଥିଲେ। ସରକାର ଗ୍ୟାସର ମୂଲ୍ୟ ୧୨.୧୨ ଡଲାରରୁ ୯.୯୬ ଡଲାରକୁ ହ୍ରାସ କରିଥିଲେ। ଏହାର ପୂର୍ବଥର ୧୨.୪୬ ଡଲାରରୁ ୧୨.୧୨ ଡଲାରକୁ ହ୍ରାସ କରାଯାଇଥିଲା।

ଗୋଟିଏ ଆର୍ଥିକ ବର୍ଷରେ ଘରୋଇ ପ୍ରାକୃତିକ ଗ୍ୟାସ ମୂଲ୍ୟ ଦୁଇଥର ସ୍ଥିର କରାଯାଉଥିବାବେଳେ ଏହି ଗ୍ୟାସ ପରେ ଯାନରେ ବ୍ୟବହାର ପାଇଁ ସିଏନଜି ଏବଂ ରୋଷେଇ ଘରେ ବ୍ୟବହାର ପାଇଁ ପିଏନ୍‌ଜିରେ ରୂପାନ୍ତରିତ ହୁଏ । ବିଦ୍ୟୁତ୍‌ ଉତ୍ପାଦନ ଏବଂ ସାର ଉତ୍ପାଦନରେ ମଧ୍ୟ ପିଏନଜି ବ୍ୟବହୃତ ହୁଏ।୨୦୨୩ ମସିହାରେ ଅନ୍ତର୍ଜାତୀୟ ହାର ହ୍ରାସ ହୋଇଥିବାରୁ ଭାରତରେ ଗ୍ୟାସର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶର ୬.୩ ପ୍ରତିଶତ ଶକ୍ତି ଆବଶ୍ୟକତା ପ୍ରାକୃତିକ ଗ୍ୟାସ ଦ୍ୱାରା ପୂରଣ ହେଉଛି। ଏହିକ୍ରମରେ ୨୦୩୦ ସୁଦ୍ଧା ସରକାର ଏହି ସଂଖ୍ୟାକୁ ୧୫ ପ୍ରତିଶତ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri