ଆଜିଠୁ ନାଟମଣ୍ଡପ ମରାମତି

ପୁରୀ,୧୭ା୧୧(ଅଜିତ୍‌ ମହାନ୍ତି): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାରଠାରୁ ବିଧିବଦ୍ଧ ଭାବେ ଏଏସ୍‌ଆଇ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଏନ୍‌ଓସି ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ। ତା’ପରେ ନାଟମଣ୍ଡପରେ ଫାଟ ଥିବା ବିମ୍‌କୁ ଯାଞ୍ଚ କରାଯିବ। ଏଏସ୍‌ଆଇର ସ୍ବତନ୍ତ୍ର ଟେକ୍ନିକାଲ ଟିମ୍‌ ବିମ୍‌ ମରାମତି କରିବ। ବିମ୍‌ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ ବୋଲି ସୂଚନା ମିଳିଛି।
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ହାଇକୋର୍ଟ ଏଏସ୍‌ଆଇକୁ ସମାଲୋଚନା କରିବା ସହ ଗୁରୁବାରଠାରୁ କାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ ଏବଂ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଦାସ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ନାଟମଣ୍ଡପ ଓ ରତ୍ନପଲଙ୍କ ମରାମତି, ପ୍ରଭା ନିର୍ମାଣ, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନାଟମଣ୍ଡପ ମରାମତି କାର୍ଯ୍ୟ କରିବା ପାଇଁ ଏଏସ୍‌ଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନ୍‌ଓସି ଦିଆଗଲା। ଶୁକ୍ରବାରଠାରୁ ଏଏସ୍‌ଆଇ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ। ଗରୁଡ଼ସ୍ତମ୍ଭ ନିକଟରୁ କାର୍ଯ୍ୟ ଆରମ୍ଭ ହେବ। ଯେଉଁଠାରେ କ୍ରାକ୍‌ ବା ଫାଟ ରହିଛି ସେଗୁଡ଼ିକୁ ଅନୁଧ୍ୟାନ କରାଯିବ। ଯେଉଁ ସବୁ ସ୍ଥାନରେ କାର୍ଯ୍ୟ ହେବ, ସେଠାରେ ଲୁହାଭାରା ବନ୍ଧାଯାଇ ଷ୍ଟେଜିଂ କରାଯିବ। ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ କାର୍ତ୍ତିକ ନୀତି ଓ ଭକ୍ତଙ୍କ ପ୍ରବଳ ସମାଗମ ଥିବାରୁ କାର୍ଯ୍ୟ କରିବା ପାଇଁ ୬ଘଣ୍ଟା ସମୟ ନ ମିଳିପାରେ। ସେମାନେ ସୁବିଧା ଦେଖି କାର୍ଯ୍ୟ କରିବେ। କାର୍ତ୍ତିକ ମାସ ପରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। କାର୍ଯ୍ୟ ସମୟରେ ଯେପରି ନୀତି ପ୍ରଭାବିତ ନ ହେବ ଏବଂ ଭକ୍ତ ଓ ସେବାୟତମାନଙ୍କର କିଛି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଭକ୍ତଙ୍କୁ ନିୟନ୍ତ୍ରଣ କରିବା ସହ କେଉଁ ସମୟରେ କାର୍ଯ୍ୟ କରାଯାଇପାରିବ ସେ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ଟେକ୍ନିକାଲ ଟିମ୍‌ ଓ ସେବକ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯିବ। ୨୪ ତାରିଖରେ ଏଏସ୍‌ଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସ୍ଥିତି ଦେଖି ସମୟ ଅନୁଯାୟୀ କାର୍ଯ୍ୟ କରାଯିବ। ବର୍ତ୍ତମାନ ଗୋଟିଏ କ୍ରାକ୍‌ ଥିବା ଜଣାପଡ଼ିଛି। କାର୍ଯ୍ୟ ହେବା ପରେ ବିସ୍ତୃତ ଭାବେ ଜଣାପଡ଼ିବ କେତେ କ’ଣ କ୍ରାକ୍‌ ହୋଇଛି। ସେହି ଅନୁସାରେ କାର୍ଯ୍ୟ ହେବ। ସେହିପରି ଶ୍ରୀବିଗ୍ରହମାନଙ୍କର ରତ୍ନପଲଙ୍କଗୁଡ଼ିକ ବହୁ ପୁରୁଣା ହୋଇଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ସେଗୁଡ଼ିକୁ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଛି। ନୂତନ ଭାବେ ନିର୍ମାଣ ଲାଗି ମଧ୍ୟ ଅନୁମୋଦନ କରାଯାଇଛି। ଶୁକ୍ରବାରଠାରୁ ରତ୍ନପଲଙ୍କ ତିଆରି ହେବ। ୩ଟି ନୂଆ ରତ୍ନପଲଙ୍କ ବର୍ମାଟିକ୍‌ କାଠରେ ନିର୍ମାଣ କରାଯିବ। ଏଥିପାଇଁ କାଠ ଉପଲବ୍ଧ ଅଛି। ଲାଗିବାକୁ ଥିବା ରୁପାଗୁଡ଼ିକୁ ଜଣେ ଦାତା ଦେଇଛନ୍ତି। ଏହାଛଡ଼ା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମରାମତି କରାଯାଇ ପୁନଃବ୍ୟବହାର କରାଯିବ। ଆସନ୍ତା ଓଡ଼ିିଆ ନବବର୍ଷ ତଥା ପଣାସଂକ୍ରାନ୍ତିଠାରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଚଳନ୍ତି ପ୍ରତିମା ମଦନମୋହନ, ମାଧବ, ନାରାୟଣ, ଅମାବାସ୍ୟା ନାରାୟଣ, ଶୟନ ଠାକୁରଙ୍କ ସମେତ ଶ୍ରୀଦେବୀ ଓ ଭୂବେଦୀଙ୍କ ପ୍ରଭାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ପ୍ରଭା ନିର୍ମାଣ ମଧ୍ୟ କରାଯିବ। ଚନ୍ଦନଯାତ୍ରା ପୂର୍ବରୁ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷରେ ଦିବ୍ୟାଙ୍ଗ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପ୍ରତ୍ୟେକ ଦିନ ୩୦ରୁ ୪୦ ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟ ଠାରୁ ଚେୟାର ସାହାଯ୍ୟରେ ଦର୍ଶନ ପାଇଁ ନିଆଯାଉଛି। ତେବେ ଶ୍ରୀଜଗନ୍ନାଥ ରିସେପଶନ୍‌ ସେଣ୍ଟର ହେଲେ ବସିବା ସହ ଅଧିକ ସୁବିଧା ମିଳିବ। ଅନ୍‌ଲାଇନ ରେଜିଷ୍ଟ୍ରେଶନ କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ହୁଇଲ ଚେୟାର ଯୋଗେ ନିଆଯିବ। ସେଠାରୁ ର଼୍ୟାମ୍ପ୍‌ ଯୋଗେ ଭିତରଦ୍ୱାର ଯାଏ ନିଆଯିବ। ପାଟଅଗଣାରେ ହୁଇଲ୍‌ଚେୟାର ଗଡ଼ିପାରିବ ନାହିଁ, ତେଣୁ ପାଟଅଗଣାଠାରୁ ପଲି କାର୍ବୋନେଟ୍‌ ସ୍ବତନ୍ତ୍ର ବ୍ୟବସ୍ଥା ଯୋଗେ ନିଆଯିବ। ଦିବ୍ୟାଙ୍ଗ ଭକ୍ତମାନେ ଜୟବିଜୟ ଦ୍ୱାରଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୧୦ରୁ ୧୧ଟା ଓ ଅପରାହ୍ନ ୩.୩୦ରୁ ୪ଟା ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ଦିବ୍ୟାଙ୍ଗ ଭକ୍ତ। ଭୋଗ ସମୟରେ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି। ତେବେ ଏନେଇ ଛତିଶା ନିଯୋଗରେ ଆଲୋଚନା କରାଯିବା ପରେ ବିଧିବଦ୍ଧ ଭାବେ ତାହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri