କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ ପୂର୍ବରୁ ଚାଇନାରେ ଜାତୀୟତାବାଦୀ ଭାବନା ବୃଦ୍ଧି…

ବେଜିଂ,୮।୧୦ : ଚାଇନାରେ ଶାସକ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସ ପୂର୍ବରୁ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଉଥିବା ଦେଖାଯାଉଛି। କମ୍ୟୁନିଷ୍ଟ ପାର୍ଟି ନିଜେ ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସହିତ କରୁଛି। ନିକଟ ଅତୀତରେ, ସରକାରୀ ସମର୍ଥକ ଗଣମାଧ୍ୟମ ଏହାର ଅଭିଯାନକୁ ତୀବ୍ର କରି ସଂଗ୍ରାମ ଏବଂ ଲାଲଐତିହ୍ୟ ଉପରେ ଧ୍ୟାନ ଦେଇଥିଲେ। ମିଡିଆ ଆଲୋଚନା କ୍ରମାଗତ ଭାବରେ ଚାଇନା ପ୍ରତି ବଢୁଥିବା ବାହ୍ୟ ତଥା ଆଭ୍ୟନ୍ତରୀଣ ବିପଦ ଏବଂ ଶତ୍ରୁ ବାହିନୀ ସହିତ ଲଢ଼ିବାର ଆବଶ୍ୟକତା ବିଷୟରେ ଦର୍ଶାଯାଇ ଗୁରୁତ୍ୱ ପ୍ରଦାନ କରାଯାଉଛି।

କମ୍ୟୁନିଷ୍ଟ ପାର୍ଟିର ମହାଅଧିବେଶନ ପୂର୍ବରୁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ର କଂଗ୍ରେସ ସମୟରେ ଶି ଜିନପିଙ୍ଗ ତୃତୀୟ ଥର ପାଇଁ ଦଳର ସାଧାରଣ ସମ୍ପାଦକ ତଥା ଦେଶର ରାଷ୍ଟ୍ରପତିଭାବରେ ନିର୍ବାଚିତ ହେବେ ବୋଲି କୁହାଯାଉଛି।

ଚଳିତ ସପ୍ତାହରେ ସିପିସି ମୁଖପତ୍ର ପିପୁଲ୍ସ ଡେଲିରେ  ଏକ ଆର୍ଟିକିଲରେ ଜିନପିଙ୍ଗ କହିଛନ୍ତି ଯେ ଆମେ ଆମର ଲାଲଐତିହ୍ୟ ଜାରି ରଖିବା ଉଚିତ, ସଂଗ୍ରାମର ଭାବନାକୁ ପ୍ରେରଣା ଦେବା ଉଚିତ ଏବଂ ଦଳର ଜାରି ଐତିହାସିକ ସଂଗ୍ରାମ ମାଧ୍ୟମରେ ଦେଶକୁ ଆଗେଇ ନେବା ଉଚିତ। ଏହି ଆର୍ଟିକିଲରେ ଚାଇନାର ମହାନ ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଚାଇନାର ବଢୁଥିବା ଶକ୍ତି ଏବଂ ସଫଳତା ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ହେଉଛି। ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ, ଏହା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରାଯାଉଛି। ବିଦେଶରେ ଚାଇନା ବିରୋଧୀ ପରିବେଶ ସୃଷ୍ଟି କରାଯାଉଛି ବୋଲି ଚେତାବନୀ ଦିଆଯାଉଛି, ଯେଉଁଥିପାଇଁ ଦେଶବାସୀଙ୍କୁ ଏହି ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କୁହାଯାଇଛି।

ଜିନପିଙ୍ଗଙ୍କ ଏକ ଆର୍ଟିକିଲ କମ୍ୟୁନିଷ୍ଟ ପାର୍ଟିର ଆଦର୍ଶ ପତ୍ରିକା ଚିୟୁଶିର ନୂତନ ସଂଖ୍ୟାରେ ପ୍ରକାଶ ପାଇଛି। ଏଥିରେ ଦଳର ଯୁଦ୍ଧ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରାଜନୈତିକ ଏବଂ ଆଦର୍ଶ କ୍ଷେତ୍ରରେ ଦେଶକୁ ନେତୃତ୍ୱ ଦେବାବେଳେ ଏହା କରିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri