ନୂଆଦିଲ୍ଲୀ, ୧ା୧୨: ସୋମବାରଠାରୁ ଆରମ୍ଭ ହୋଇଥିବା ନ୍ୟାଶନାଲ ଶୁଟିଂ ଚାମ୍ପିୟନଶିପ୍ ପାଇଁ ରେକର୍ଡ ସଂଖ୍ୟକ ୧୬,୦୦୦ ପ୍ରତିଯୋଗୀ ପିସ୍ତଲ, ରାଇଫଲ ଓ ଶଟ୍ଗନ୍ ଇଭେଣ୍ଟରେ ଭାଗ ନେବାଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ବାର୍ଷିକ ପ୍ରତିଯୋଗିତାର ଗତବର୍ଷ ଅଂଶଗ୍ରହଣକାରୀଙ୍କ ସଂଖ୍ୟ ୧୩,୫୦୦ ରହିଥିଲା।
ସୋମବାର ତୁଗଲକ୍ବାଗ୍ସ୍ଥିତ କାର୍ନି ସିଂ ରେଞ୍ଜର୍ସଠାରେ ଶଟ୍ଗନ୍ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ପିସ୍ତଲ ଓ ରାଇଫଲ ଇଭେଣ୍ଟ ଯଥାକ୍ରମେ ଦିଲ୍ଲୀ ଓ ଭୋପାଳଠାରେ ଡିସେମ୍ବର ୧୧ରୁ ଆରମ୍ଭ ହେବ। ସମସ୍ତ ୩ଟି ବିଭାଗର ୭ଟି କାଟେଗୋରୀରେ ପ୍ରତିଯୋଗିତା ମାସାଧିକ କାଳ ଚାଲିବ।
କାଟେଗୋରୀଗୁଡ଼ିକ ହେଲା ସୁପର ମାଷ୍ଟର୍ସ (୭୦ ବର୍ଷ ଓ ତଦୂର୍ଦ୍ଧ୍ୱ), ସିନିୟର ମାଷ୍ଟର୍ସ (୬୦ରୁ ୭୦ବର୍ଷ), ମାଷ୍ଟର୍ସ (୪୫ରୁ ୬୦ ବର୍ଷ), ସିନିୟର୍ସ (ଓପନ), ଜୁନିୟର୍ସ (୨୧ବର୍ଷ), ୟୁଥ୍ ( ୧୯ବର୍ଷ କିମ୍ବା ପୂର୍ବରୁ) ସବ୍-ୟୁଥ (୧୬ ବର୍ଷରୁ କମ୍ କିମ୍ବା ପୂର୍ବରୁ)।

