Posted inଖେଳ

ଚିତ୍ରଭେଲ, ଅବିନାଶ, ପାରୁଲଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୮ା୫ (ପି.ଟି.): ବିଶ୍ୱ ଆଥ୍‌ଲେଟିକ୍ସ ଦିବସରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ, ୫୦୦୦ ମିଟର ଧାବକ ଓ ଧାବିକା ଅବିନାଶ ସାବଲେ ଏବଂ ପାରୁଲ ଚୌଧାରୀ। କ୍ୟୁବାରେ ପ୍ରବୀଣ ଜାତୀୟ ରେକର୍ଡ ଭାଙ୍ଗିବା ସହିତ ୨୦୨୩ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଲସ୍‌ ଆଞ୍ଜେଲ୍ସ ଆଥ୍‌ଲେଟିକ୍‌ ମିଟ୍‌ରେ ୫୦୦୦ ମିଟର ଦୌଡ଼ରେ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଅବିନାଶ ଓ ପାରୁଲ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।
ଚିତ୍ରଭେଲ ୧୭.୩୭ ମିଟର ଉଚ୍ଚ ଡେଇଁବା ସହିତ ରଞ୍ଜିତ୍‌ ମାହେଶ୍ୱରୀଙ୍କ ନାମରେ ଥିବା ୨୦୧୬ ମସିହାର ରେକର୍ଡ ଭାଙ୍ଗିଛନ୍ତି। ଶନିବାର କ୍ୟୁବାର ହାଭାନାରେ ଭି ପୁରେବା କନଫ୍ରଣ୍ଟେଶନରେ କାଟେଗୋରି ଏଫ୍‌ ଇଭେଣ୍ଟରେ ୨୧ ବର୍ଷୀୟ ଚିତ୍ରଭେଲ ୧୭.୩୭ ମିଟର ଜମ୍ପ୍‌ ସହିତ ପୋଡିୟମ ଫିନିଶ କରିଥିଲେ। ଏହାସହିତ ୨୦୨୩ ବୁଦାପେଷ୍ଟ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ପାଇଁ ରହିଥିବା ୧୭.୨୦ର ମାର୍କ ଅତିକ୍ରମ କରିଛନ୍ତି। ଏହାପୂର୍ବରୁ ଚିତ୍ରଭେଲଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୭.୧୮ ମିଟର ରହିଥିଲା। ଚିତ୍ରଭେଲ ବର୍ତ୍ତମାନ କୋଚ୍‌ ୟୋଆନ୍ଦି ବେଟାଞ୍ଜୋସଙ୍କ ଅଧୀନରେ କ୍ୟୁବାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଲସ୍‌ ଆଞ୍ଜେଲ୍ସ ଆଥଲେଟିକ୍‌ ମିଟ୍‌ରେ ୫୦୦୦ ମିଟର ଦୌଡ଼ରେ ଅବିନାଶ ୧୩.୧୯.୩୦ ମିନିଟ୍‌ର ସମୟ ନେବା ସହିତ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିଲେ। ପୂର୍ବରୁ ୧୩.୨୫.୬୫ ମିନିଟ୍‌ର ଜାତୀୟ ରେକର୍ଡ ସାବଲେଙ୍କ ନାମରେ ଥିଲା। ଏହି ଦୌଡ଼ରେ ସେ ୧୨ତମ ସ୍ଥାନରେ ରେସ୍‌ ସମାପ୍ତ କରିଥିଲେ। ଅନ୍ୟପକ୍ଷରେ ୧୩ ବର୍ଷର ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ପାରୁଲ। ନବମ ସ୍ଥାନରେ ରେସ୍‌ ଶେଷ କରିଥିବା ପାରୁଲ୍‌ ୧୫.୧୦.୩୫ ମିନିଟ୍‌ର ସମୟ ନେଇଥିଲେ। ଏହାସହିତ ୧୩ ବର୍ଷ ପୂର୍ବେ ପ୍ରୀଜା ଶ୍ରୀଧରନଙ୍କ ଜାତୀୟ ରେକର୍ଡ ୧୫.୧୫.୮୯ ମିନିଟ୍‌ ସହ ଜାତୀୟ ରେକର୍ଡ ନିଜ ନାମରେ ରଖିଥିଲେ। ଅବିନାଶଙ୍କ ନାମରେ ୩୦୦୦ ମିଟର ଷ୍ଟିପଲଚେଜ୍‌ ରେକର୍ଡ ରହିଥିବା ବେଳେ ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ଷ୍ଟିପଲଚେଜ୍‌ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri