Categories: ବାଣିଜ୍ୟ

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଇନ୍‌ କର୍ମଶାଳା

ଭୁବନେଶ୍ୱର,୧୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତନଶୀଳ ଜଗତରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଥମ ଜାତୀୟ ଆଇନ୍‌ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରି ମୌଳିକ ଅଧିକାରର ସୁରକ୍ଷା ପ୍ରଦାନ କରିବା ଦିଗରେ ନ୍ୟାୟପାଳିକାର ଯଥେଷ୍ଠ ଭୁମିକା ରହିଛି ବୋଲି ଅଭିମତ ପ୍ରଦାନ କରିଥିଲୋ

ସେହିଭଳି ଆଡ୍‌ଭୋକେଟ୍‌ ଜେନେରାଲ,ଓଡିଶା ଅଶୋକ କୁମାର ପରିଜା ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବିଶ୍ୱର ଦୃତ ପ୍ରଗତି ଓ ଆଟିଫିସିଆଲ ଇଣ୍ଟେିଲ୍‌ଜେନ୍‌ସିର କାର୍ଯ୍ୟକାରିତା ଦିଗରେ ନ୍ୟାୟପାଳିକାର ଗୁରୁତ୍ୱପୂଣ୍ଣ ଭୁମିକା ରହିଛି ବୋଲି ମତବ୍ୟକ୍ତ କରିଥିଲୋ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟ ଓଡିଶାର କୁଳପତି ପ୍ରଫେସର୍‌ ବେଦ୍‌ କୁମାରୀ ତାଙ୍କର ଅଭିଭାଷଣରେ ବ୍ୟକ୍ତିଗତ ଗୋପନୀୟତା, ବିବାହ ଓ ଯୌତୁକ ଆଇନ୍‌ ଓ ବାଳ ଅପରାଧ ମାମଲା ସମ୍ବନ୍ଧୀୟ ନ୍ୟାୟୀକ ନିଷ୍ପତି ସମ୍ପର୍କରେ ବିଶେଷଭାବେ ଆଲୋକପାତ କରିଥିଲେ।

ପରିର୍ବନଶୀଳ ସମାଜରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ବୋଲି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧକ୍ଷ ପ୍ରଫେସର୍‌ (ଡ.) ବିଶ୍ୱଜିତ୍‌ ପଟ୍ଟନାୟକ ତାଙ୍କର ସ୍ବାଗତ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ଦିଗରେ ଆଇନ୍‌ର ପ୍ରଚେଷ୍ଟା ଅଭିନନ୍ଦନୀୟ ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ ଏବଂ ପରିଶେଷରେ ଅତିଥିମାନଙ୍କୁ ଉପଢୌକନ ଓ ଫଳକ ପ୍ରଦାନ କରିଥିଲେ।

Share