ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମର ଶିବପ୍ରସାଦ ଜେନା ସୋମବାର ରାଇପୁର ଗସ୍ତ କରିଛନ୍ତି। ସେଠାରେ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅଭ୍ୟାସ କ୍ୟାମ୍ପ ଏବଂ ୬ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ୍ରେ ଶିବପ୍ରସାଦ ଅଂଶ ଗ୍ରହଣ କରିବେ। ସେଠାରେ ସେ ଉନ୍ନତ ଖେଳ ପ୍ରଦର୍ଶନ କରି ଗୋଲଡ଼ ମେଡାଲ ଜିତିବା ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଶିବପ୍ରସାଦ ସ୍ଥାନୀୟ ଜୟଶ୍ରୀ କେମିକାଲସ କରମେଟ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ଏଥିସହ କେନ୍ଦୁଝରରେ ନିର୍ମିତ କୋଭିଡ ସ୍କୁଲରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ମଧ୍ୟ ଗୋଲଡ଼ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।


