Posted inଜାତୀୟ

ଅମିତ ଶାହାଙ୍କୁ ବଞ୍ଚାଇବା ଲାଗି ଷଡଯନ୍ତ୍ର ରଚିଛି ଭାଜପା; ଠେଲାପେଲାକୁ ନେଇ ପ୍ରିୟଙ୍କାଙ୍କ ବଡ଼ ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ଲଗାଯାଉଥିବା ଠେଲାପେଲା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସବୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଏପରିକି ଭାଜପା ଏମ୍‌ପିମାନେ ଗୁଣ୍ଡା ଭଳି ରାଜ୍ୟ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଧକ୍କା ମାରି ତଳେ ପକାଇଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି।

ପ୍ରିୟଙ୍କା ସଂସଦ ପରିସରରେ ଖବରଦାତାଙ୍କୁୁ କହିଛନ୍ତି, ରାହୁଲ ଆମ୍ବେଦକରଙ୍କ ଫଟୋ ଧରି ‘ଜୟ ଭୀମ’ ସ୍ଲୋଗାନ ଦେଇ ସଂସଦକୁ ଯାଉଥିଲେ। ତାଙ୍କୁ ସଂସଦ ଯିବାକୁ କିଏ ରୋକିଥିଲେ? ଆମେ କିଛିଦିନ ହେଲାଣି ବିରୋଧ କରିଆସୁଛୁ, ହେଲେ କାହାରିକୁ ରୋକି ନାହୁଁ। କେବଳ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଏଭଳି ଷଡଯନ୍ତ୍ର କରାଯାଇଛି ଯେ ରାହୁଲ କାହାକୁ ଧକ୍କା ମାରିଛନ୍ତି। ମୋ ଆଖି ସାମ୍ନାରେ ଖଡ୍‌ଗେ ଜିଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏହାପରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ଏମ୍‌ପିଙ୍କୁ ଧକ୍କା ମାରି ତାଙ୍କ ଉପରେ ପକାଇ ଦିଆଯାଇଥିବା ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି।

କେବଳ ଏତିକି ନୁହେଁ ପ୍ରିୟଙ୍କା ଭାଜପା ଏମ୍‌ପିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯଦି ସେମାନେ ଆମ୍ବେଦକରଙ୍କ ସମ୍ମାନ କରନ୍ତି ତେବେ ‘ଜୟ ଭୀମ’ ସ୍ଲୋଗାନ ଦେଇ ଦେଖାନ୍ତୁ। ଯଦି ଦେଶକୁ କିଛି ଭ୍ରମ ଥିଲା ତେବେ ତାହା ଦୂର ହେବା ଉଚିତ। ହେଲେ ଏମାନଙ୍କର ଅସଲ ଚିନ୍ତାଧାରା ଅମିତ ଶାହାଙ୍କ ମୁହଁରୁ ବାହାରି ସାରିଛି ବୋଲି ସେ କହିଛନ୍ତି।

କହିରଖୁଛୁ, ସମ୍ବିଧାନ ନିର୍ମାତା ବି ଆର୍‌ ଆମ୍ବେଦକରଙ୍କ କଥିତ ଅପମାନ ପ୍ରସଙ୍ଗରେ ସଂସଦ ପରିସରରେ ବିରୋଧୀ ଏବଂ ଶାସକ ଏମ୍‌ପିଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ୨ ଭାଜପା ଏମ୍‌ପି ଆହତ ହୋଇଛନ୍ତି। ଏନେଇ ରାହୁଲଙ୍କୁ ଭାଜପା ଦୋଷ ଦେଉଥିବା ବେଳେ ସେ ଏହାକୁ ଏଡାଇ ଯାଇଛନ୍ତି। ତେବେ ଫୋନ ଯୋଗେ ଉଭୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବା ସହ ସ୍ବାସ୍ଥ୍ୟାବସ୍ଥ୍‌ା ନେଇ ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri