ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି। ସେ ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡରୀ ପଞ୍ଚାୟତର ଗୁଣ୍ଡରୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଲାଞ୍ଜି ପଞ୍ଚାୟତ ନଙ୍ଗଲବାହାଲିଠାରେ ଥିବା ବିକାଶ ନଗର ପରିଦର୍ଶନ କରି ସେଠାରେ ଥଇଥାନ କରାଯାଇଥିବା ଆଦିବାସୀଙ୍କ ଚାଲିଚଳଣ ବିଷୟରେ ପଚାରି ବୁଝିଥିଲେ। ସେଠାରୁ ସେ କୁମୁଡାପଦରଠାରେ ଥିବା କାଜୁ ବଗିଚା ପରିଦର୍ଶନ କରିଥିଲେ। ପରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସିଏଚ୍‌ସି ପରିଦର୍ଶନ କରି ଗୁଣ୍ଡରୀ ଓ ବିଶ୍ୱନାଥପୁର ସ୍ବାସ୍ଥ୍ୟ କେନ୍ଦ୍ରର ପରିଚାଳନା ଦେଖି ଖୁସିବ୍ୟକ୍ତ କରିଥିଲେ। ସଠାରୁ ସେ ଭବାନୀପାଟଣା ଫେରି ଯାଇଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହିତ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ପ୍ରୋବେଶନାରୀ ଆଇଏଏସ୍‌ ଅନିମେଷ ପ୍ରଧାନ, ଡିପିଏମ୍‌ ଦିଲୀପ କୁମାର ଦୁବେ, ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଡ଼ିଏମ୍‌ଆର୍‌ସିଏଚ୍‌ ରଞ୍ଜନ ରଶ୍ମି ମହାନ୍ତି, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ତୁରେକେଲାରେ ଉତ୍ତରାଞ୍ଚଳ ଆଇଜି

ବଲାଙ୍ଗୀର,୪।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁରେକେଲା ନାବାଳିକା ଗଣବଳାତ୍କାର ଘଟଣାରେ ତୁରେକେଲାରେ ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଅନୁଧ୍ୟାନ କରିଛନ୍ତି। ଘଟଣାରେ ୬ ଜଣ ନାବାଳକଙ୍କୁ…

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri