Posted inଜାତୀୟ

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ପ୍ରୟାସ କରି ଉକ୍ତ ୪ ଜଣ ବିଷ ଖାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ମୃତକ ହେଉଛନ୍ତି ମହାକାଲ ବ୍ୟାସ(୪୦), କେ. ରୁକ୍ମିଣୀ ପ୍ରିୟା (୪୫), କେ. ଜଳନ୍ଧରୀ(୧୭) ଏବଂ ମୁକୁନ୍ଦ ଆକାଶ କୁମାର (୧୨)। ସେମାନେ ସମସ୍ତେ ଚେନ୍ନାଇର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି। କିଛି ବର୍ଷ ପୂର୍ବେ ଛାଡ଼ପତ୍ର ନେଇଥିବା ରୁକ୍ମିଣୀ ଝିଅ ଜଳନ୍ଧରୀ ଓ ପୁଅ ମୁକୁନ୍ଦଙ୍କ ସହ କିଛି ମାସ ତଳେ ମହାକାଲ ବ୍ୟାସ ନାମକ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ଭେଟିଥିଲେ। ଆଧ୍ୟାତ୍ମିକତାରେ ରୁଚି ଥିବା ହେତୁ ଉଭୟ ମହାକାଲ ଓ ରୁକ୍ମିଣୀ ଖୁବ୍‌ଶୀଘ୍ର ପରସ୍ପରର ନିକଟତର ହୋଇଥିଲେ। ଫଳରେ ଉଭୟେ ଏକସଙ୍ଗେ ଯାତ୍ରା କରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସେମାନେ ତିରୁଭନ୍ନାମଲାଇରେ ଅନୁଷ୍ଠିତ ହୋଇଥିବା କାର୍ତ୍ତିଗଇ ଦ୍ୱୀପ ମହୋତ୍ସବରେ ଯୋଗଦେଇଥିଲେ। ଏହି ଉତ୍ସବ ପରେ ସେମାନେ ସମସ୍ତେ ଚେନ୍ନାଇ ଫେରି ଆସିଥିଲେ। ତେବେ ଶୁକ୍ରବାର ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେମାନେ ତିରୁଭନ୍ନାମଲାଇ ଆସି ରହିବା ପାଇଁ ଏକ ହୋଟେଲ ବୁକିଂ କରିଥିଲେ। ରାତିରେ ହୋଟେଲ କର୍ମଚାରୀ ସେମାନେ ରହୁଥିବା ରୁମ୍‌ରେ ଆସି ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସନ୍ଦେହ ବଢ଼ିବାରୁ ହୋଟେଲ ପକ୍ଷରୁ ପୋଲିସକୁ ଡକାଯାଇଥିଲା ା ପୋଲିସ ଉକ୍ତ ରୁମ୍‌ ମଧ୍ୟରୁ ୪ ମୃତଦେହକୁ ଜବତ କରିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଚିଠି ଜବତ କରିଛି, ଯେଉଁଥିରେ ଆଧ୍ୟାତ୍ମିକ ମୁକ୍ତି ପାଇବାର ସନ୍ଧାନରେ ସେମାନେ ତାଙ୍କ ଜୀବନକୁ ଶେଷ କରୁଥିବା ଦର୍ଶାଇଛନ୍ତି। ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗବାନ ଅନ୍ନାମଲାଇୟାର ଓ ଦେବୀ ମହାଲକ୍ଷ୍ମୀ ତାଙ୍କୁ ତିରୁଭନ୍ନାମଲାଇ ଆସିବା ପାଇଁ ଡକାଇଥିଲେ ବୋଲି ଏହି ଚିଠିରେ ମହାକାଲ ଓ ରୁକ୍ମିଣୀ ଦର୍ଶାଇଥିଲେ। ସେମାନଙ୍କ ଫୋନ୍‌ରୁ ପୋଲିସ କିଛି ଭିଡିଓ ରେକର୍ଡିଂ ଜବତ କରିଛି, ଯେଉଁଥିରେ ଆତ୍ମହତ୍ୟା କରିବା ପାଇଁ ସେମାନେ ପ୍ରସ୍ତୁତି କରୁଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri