Categories: Video

ରାଷ୍ଟ୍ରୀୟ କୃଷକ ଦିବସ

ଦେଶରେ କୃଷକ ମାନଙ୍କ ଅବଦାନକୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ହେଲେ ସେଇ କୃଷକ ଆଜିବି ଅବହେଳିତ । କୃଷକଙ୍କୁ ସମ୍ମାନ ତ ଦୂରର କଥା , ଉଚିତ ମୂଲ୍ୟ ଦେବାକୁ ବି କିଛି ଲୋକ କୁଣ୍ଠାବୋଧ କରିଥାନ୍ତି ।