ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦: ଲାଗୁ ହେଲେ ବନ୍ଦ ହୋଇଯିବ ଅଙ୍ଗନବାଡି!

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମଲେଖାଇବା ନିୟମକୁ ଦେଇ କୁ ସଂଶୋଧିତ କରିଛନ୍ତି। ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬ ରୁ ଅଧିକ ବର୍ଷ ବୟସ ପ୍ରାପ୍ତ କରିଥିବା ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ।

ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ସଂଖ୍ୟା ୧୨୩୪ ୧୫.୦୧.୨୦୨୪ ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା ।

ଜାତୀୟ ଶିକ୍ଷାନୀତି NEP ଲାଗୁ ନେଇ ଯେଉଁ ରୂପରେଖ ପ୍ରସ୍ତୁତ ହୋଇଛି ସେ ଅନୁଯାୟୀ, ବର୍ତ୍ତମାନ ଅଙ୍ଗନବାଡିରେ ରହିବ ଶିଶୁ ବାଟିକା ୧ ଓ ୨ । ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ୩ ରଖିବାକୁ ପ୍ରସ୍ତାବ ଅଛି । କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଆଗାମୀ ଦିନରେ ଶିଶୁ ବାଟିକା ୧ ଓ ୨କୁ ପ୍ରାଥମିକ ବିଦ୍ୟାଳୟକୁ ଅଣାଯିବ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ହେବ।

ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି କରନ୍ତି ତେବେ ଅଙ୍ଗନବାଡିରେ ପଢିବେ କିଏ? ୩ ବର୍ଷରୁ ପିଲା ସ୍କୁଲରେ ପଢିଲେ ଗାଁ ଗାଁରେ ଖୋଲିଥିବା ଅଙ୍ଗନବାଡି କ’ଣ ହେବ। ଆଗାମୀ ଦିନରେ ସରକାର କଣ ଅଙ୍ଗନବାଡି ବନ୍ଦ କରିଦେବେ କି? ତେବେ ଏତେ ସବୁ ପ୍ରଶ୍ନ ଭିତରେ, ରାଜ୍ୟରେ ଜାତୀୟ ଶିକ୍ଷାନୀତି NEPର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଆରମ୍ଭ ହୋଇଛି ତିନି ଦିନିଆ କର୍ମଶାଳା। ଏଥିରେ ୧୦+ ୨ ବଦଳରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ନୀତି କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟର ପ୍ରାରମ୍ଭିକ ପଦକ୍ଷେପର ଏକ ଅଂଶ ଭାବରେ, ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରାଧାନ୍ୟ ଦେଇ ଜାତୀୟ ନୀତି ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି ସେପ୍ଟେମ୍ବର ୨୦୨୪ ରେ ନିପୁଣ ଓଡ଼ିଶା ଯୋଜନା ଆରମ୍ଭ କରାଯାଇଥିଲା । ଏଥିସହିତ ରାଜ୍ୟ ସରକାର ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି । ସମ୍ପୃକ୍ତ ଶିକ୍ଷାବର୍ଷ ସେପ୍ଟେମ୍ବର ୧ ରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ସଂଶୋଧିତ କରି ୬ ବର୍ଷ ଓ ଉର୍ଦ୍ଧ୍ବ ବୟସ କରାଯାଇଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରିକଳ୍ପନା ଅନୁଯାୟୀ, ୫ ବର୍ଷ ଓ ଉର୍ଦ୍ଧ୍ବ ବୟସର ପିଲାମାନଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ନିମନ୍ତେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ଶିଶୁ ବାଟିକା” ଖୋଲିବା ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ୧୭୫୩ ୟବଗ୍ଧରୟ ୨୦.୦୧.୨୦୨୫ ରେ ଘୋଷଣା କରାଯାଇଛି ।

୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ରାଜ୍ୟ ପାଠ୍ୟକ୍ରମ ରୂପରେଖର ସଂଶୋଧନ ଆରମ୍ଭ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗୀକରଣ ସହିତ ପ୍ରାରମ୍ଭିକ ପର୍ଯ୍ୟାୟକୁ ( Preparatory Stage) ଗ୍ରହଣ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ଶିଶୁର ପ୍ରଥମ ୧୫ ବର୍ଷ ଶିକ୍ଷା ( ୩-୧୮ ବର୍ଷ ବୟସ) ପର୍ଯ୍ୟାୟକ୍ରମେ ୫+୩+୩+୪ ଭିତ୍ତିରେ ପରିବର୍ତ୍ତନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟ (Foundational Stage) (ଦୁଇ ଭାଗରେ, ଅର୍ଥାତ୍ ୩ ବର୍ଷ ଅଙ୍ଗନବାଡି, ୨ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ, ବୟସ ୩ ବର୍ଷରୁ ୮ ବର୍ଷ ), ପ୍ରସ୍ତୁତି ପର୍ଯ୍ୟାୟ (Preparatory Stage) (ତିନି ବର୍ଷ ଅର୍ଥାତ୍ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ, ବୟସ ୮ ବର୍ଷରୁ ୧୧ ବର୍ଷ), ମଧ୍ୟ ପର୍ଯ୍ୟାୟ (Middle Stage) ( ତିନି ବର୍ଷ ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ବୟସ ୧୧ ବର୍ଷରୁ ୧୪ ବର୍ଷ), ମାଧ୍ୟମିକ ପର୍ଯ୍ୟାୟ (Secondary Stage) ( ଚାରି ବର୍ଷ ଅର୍ଥାତ୍ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ, ବୟସ ୧୪ ବର୍ଷରୁ ୧୮ ବର୍ଷ ) । ନୀତି କାର୍ଯ୍ୟାନ୍ୱୟନର ପ୍ରଥମ ଭାଗରେ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ (Preparatory Stage) ପରିବର୍ତ୍ତନ ଉପରେ ରାଜ୍ୟ ଧ୍ୟାନ ଦେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତି, ମଧ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟାନ୍ୱୟନ ଆରମ୍ଭ କରାଯିବ ।

ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା । ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ (National Curriculum Frameworks) ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ( State Curriculum Frameworks) ପ୍ରସ୍ତୁତ କରିବ ।

ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ୟ୍ୟକାରିତାକୁ ସୁଗମ କରିବା ପାଇଁ, ଓଡ଼ିଶାରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ୟ୍ୟନ୍ତ ଆୟୋଜନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯିବ । ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ୟ୍ୟାୟକ୍ରମେ କାର୍ୟ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri