ଜାତୀୟ ହାର ତୁଳନା: ଓଡ଼ିଶାର ମୁଣ୍ଡ ପିଛା ଆୟ କମ୍‌

ଭୁବନେଶ୍ୱର,୨୬।୧୧(ରବିନାରାୟଣ ଜେନା): ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ(ପର୍‌ କ୍ୟାପିଟା ଇନ୍‌କମ୍‌) ଜାତୀୟ ହାର ତୁଳନାରେ ବହୁ ପଛରେ ରହିଛି। ଜାତୀୟ ସ୍ତରରେ  ୨ଲକ୍ଷ  ୧୬୨ ଟଙ୍କା (୨,୪୪୦ ଡଲାର) ରହିଥିବାବେଳେ ଓଡ଼ିଶାରେ ମୁଣ୍ଡ ପିଛା ଆୟ  ୧ ଲକ୍ଷ ୮୨ହଜାର ୫୪୮ ଟଙ୍କା (୨,୨୨୫ ଡଲାର) ରହିଛି। ତେବେ ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏଥିପାଇଁ ଭିଜନ-୨୦୩୬ ଏବଂ ୨୦୪୭ର ପରିକଳ୍ପନା କରାଯିବା ସହ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଇକୋନୋମି ଆଣ୍ଡ ଫାଇନାନ୍ସସେ ଅଫ୍‌ ଓଡ଼ିଶା ଆଣ୍ଡ ମିଡିୟମ ଟର୍ମ ଆଉଟଲୁକ୍‌’ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି।
ନଭେମ୍ବର ୨୦ରେ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, ୨୦୨୪-୨୫ ଆଥିର୍କବର୍ଷରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ପିଛା ଆୟ ଆଇଏନ୍‌ଆର୍‌ ୧,୮୨,୫୪୮ (୨,୨୨୫ ଡଲାର) ରହିଛି, ଯାହାକି ଜାତୀୟସ୍ତରରେ ଆଇଏନ୍‌ଆର୍‌ ୨,୦୦,୧୬୨ (୨,୪୪୦ ଡଲାର) ଠାରୁ କମ୍‌। ଜାତୀୟସ୍ତର ଏବଂ ଓଡ଼ିଶା ମଧ୍ୟରେ ମୁଣ୍ଡ ପିଛା ହାରକୁ ନେଇ ଥିବା ବ୍ୟବଧାନକୁ କମ୍‌ କରିବା ଲାଗି ସରକାରଙ୍କ ପକ୍ଷରୁ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ବ ବୃଦ୍ଧି କରାଯିବା ସହ ମୁଣ୍ଡ ପିଛା ଆୟ କିଭଳି ବଢ଼ିବ ସେଥିପାଇଁ ନୀଳନକ୍ସା ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁଯାୟୀ,  ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ବ୍ୟବଧାନ ୩୧.୬% ରହିଥିଲା, ମାତ୍ର ୨୦୨୪-୨୫ ଆର୍ଥିକ ବର୍ଷରେ ଏହା କ୍ରମଶଃ ହ୍ରାସ ପାଇ ୮.୮%କୁ ଖସିଛି।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଲୋକଙ୍କ ମୁଣ୍ଡ ପିଛା ଆୟ ହାର ବଢୁଥିବା ଅର୍ଥ ବିଭାଗ ରିପୋର୍ଟରେ କୁହାଯାଇଛି।
ଅର୍ଥ ବିଭାଗ ପକ୍ଷରୁ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ର  ପରିକଳ୍ପନା ଅନୁଯାୟୀ, ଭାରତର ସମୁଦାୟ ଘରୋଇ ଉତ୍ପାଦରେ ଓଡ଼ିଶାର ହାର ଏବେ ୨.୮ ପ୍ରତିଶତ ରହିଥିବାବେଳେ ୨୦୩୬ ବେଳକୁ ଏହା ବୃଦ୍ଧି ପାଇ ୪ ପ୍ରତିଶତରେ ପହଞ୍ଚିିବ। ସେହିପରି ବିକଶିତ ଭାରତ ୨୦୪୭ ବେଳକୁ ଭାରତର ଜିଡିପିକୁ ଓଡ଼ିଶା ୫ପ୍ରତିଶତ ଅବଦାନ ରଖିବାକୁ ତଥ୍ୟରେ ରହିଛି; ଯାହାକି ଆମେରିକା ଡଲାରରେ ୫୦୦ ବିଲିୟନ(୨୦୩୬) ବେଳକୁ ହୋଇଥିବାବେଳେ ୨୦୪୭ ବେଳକୁ ୧.୫ ଟ୍ରିଲିୟନ
ଆମେରିକା ଡଲାରରେ ଓଡ଼ିଶା ପହଞ୍ଚିବ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri