ବଦଳିବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗିତ! ଜମାତ-ଇ-ଇସଲାମି ଦେଲା ଅଲଟିମେଟମ

ଢାକା,୮।୯: ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଆମାର ସୋନାର ବଙ୍ଗଲା’କୁ ପରିବର୍ତ୍ତନ କରିବାକୁ ଦାବି କରି ଆଜମୀ କହିଛନ୍ତି ଯେ ୧୯୭୧ରେ ଭାରତ ଆମ ଉପରେ ଏହା ଲଗାଇଥିଲା, ବାଂଲାଦେଶର ନୂତନ ଜାତୀୟ ସଂଗୀତକୁ ନେଇ ଏକ ବିବାଦ ଦେଖାଦେଇଥିଲା, ଯାହା ପରେ କ୍ଷମତାକୁ ଆସିଥିବା ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏକ ବୟାନ ଦେଇଛନ୍ତି।

ବାଂଲାଦେଶର ମୌଳବାଦୀ ଇସଲାମ ପାର୍ଟି ଜମାତ-ଇ-ଇସଲାମିର ପୂର୍ବତନ ଅମିତ ଗୁଲାମ ଆଜାମଙ୍କ ପୁଅ ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ତଥା ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଜାତୀୟ ସଂଗୀତ ପ୍ରସଙ୍ଗକୁ ଏହି ସରକାରଙ୍କ ଉପରେ ଛାଡିଛି। ଆମର ବର୍ତ୍ତମାନର ଜାତୀୟ ସଂଗୀତ ଆମର ସ୍ବାଧୀନ ବାଂଲାଦେଶର ଅସ୍ଥିତ୍ୱର ବିପରୀତ ଅଟେ।
ଏହା ବଙ୍ଗଳା ବିଭାଜନ ଏବଂ ଦୁଇଟି ବଙ୍ଗଳାର ମିଶ୍ରଣ ସମୟକୁ ଚିହ୍ନିତ କରେ। ଦୁଇ ବଙ୍ଗଳାକୁ ଏକଜୁଟ କରିବା ପାଇଁ ସୃଷ୍ଟି ହୋଇଥିବା ଏକ ଜାତୀୟ ସଂଗୀତ କିପରି ଏକ ସ୍ବାଧୀନ ବାଂଲାଦେଶର ଜାତୀୟ ସଂଗୀତ ହୋଇପାରିବ? ଆଜମି ଏହା ଉପରେ ଅଟକି ନଥିଲେ, ସେ କହିଛନ୍ତି ଯେ ଆମ ଦେଶ ଉପରେ ଭାରତ ଏହି ଜାତୀୟ ସଂଗୀତ ଲଦି ଦେଇଛି। ତେଣୁ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ପାଇଁ ଏକ ଆୟୋଗ ଗଠନ କରିବା ଉଚିତ। ଏପଟେ ଏବେ ଜାତୀୟ ସଙ୍ଗିତରେ କୌଣସି ପରିବର୍ତ୍ତନର ଯୋଜନା ନ ଥିବା ବର୍ତ୍ତମାନର ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri