Posted inଫୁରସତ

ଜାତୀୟ ମାତାପିତା ଦିବସ

ମାତାପିତା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ସମ୍ପର୍କକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ପ୍ରତିବର୍ଷ ଲୋକମାନେ ମାତାପିତା ଦିବସ ପାଳନ କରିଥାନ୍ତି। ମାତାପିତା ସୋମାନଙ୍କ ପିଲାମାନଙ୍କୁ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ପ୍ରତିପୋଷଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ନିଜ ପିଲାଙ୍କ ପାଖରେ ଠିଆ ହୁଅନ୍ତି। ସେମାନଙ୍କୁ ଏହା ହୃଦୟଙ୍ଗମ କରିବା ପାଇଁ ଏହି ଦିନ ପାଳନ କରାଯାଏ।

ଜାତୀୟ ମାତାପିତା ଦିବସରେ ଆମେ ଆମର ମାତାପିତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ବଳିଦାନ ଏବଂ ଭଲ ପାଇବାକୁ ମନେ ରଖିଥାଉ। ଏହି ଦିନରେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଯଦି ଆମେ ଏହି ଦିବସର ଇତିହାସ ବିଷୟରେ କହିବା ତେବେ ଏହା ୧୯୭୩ରେ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ଦକ୍ଷିଣ କୋରିଆରେ ପାଳନ କରାଯାଇଥିଲା। କିନ୍ତୁ ଏହା ପରେ ୧୯୯୪ରେ ଆମେରିକାରେ ପାଳନ କରାଯାଇଥିଲା।

ଯେଉଁଦିନ ଆମେରିକାରେ ଜାତୀୟ ମାତାପିତା ଦିବସ ପାଳନ କରାଯାଇଥିଲା ସେହିଦିନ ଜୁଲାଇର ଚତୁର୍ଥ ରବିବାର ଥିଲା। ତେଣୁ ଅନେକ ଦେଶରେ ଜୁଲାଇର ଚତୁର୍ଥ ରବିବାରରେ ଜାତୀୟ ମାତାପିତା ଦିବସ ପାଳନ କରାଯାଏ। ଆମ ଦେଶରେ ମଧ୍ୟ ଜୁଲାଇ ୪ର୍ଥ ରବିବାର ଆଜିର ଦିନରେ ପାଳନ କରାଯାଉଛି।

ମାତାପିତାମାନେ ନିଜ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି, କେବଳ ଏତିକି ନୁହେଁ, ସେମାନେ ନିଜ ପିଲାମାନଙ୍କ ପାଇଁ ବହୁତ ବଳିଦାନ ଦିଅନ୍ତି। ମାତାପିତାମାନେ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ନିଜ ପିଲାମାନଙ୍କର ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତି, ତେଣୁ ଏହି ଦିନ ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ମାତାପିତାଙ୍କ ସେବା କରିବା। କେବଳ ଏହି ଗୋଟିଏ ଦିନ ନୁହେଁ, ପିଲାମାନେ ମାତାପିତା ବଞ୍ଚିଥିବା ଯାଏ ସେବା କରିବା ଉଚିତ୍‌। ତେବେ ଯାଇ ମାତାପିତାଙ୍କ ଜୀବନ ସାର୍ଥକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri