ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୨୦ରେ କୋର୍ଟ ମ୍ୟାରେଜ କରିଥିଲେ। ବିବାହଟି ବେଶ ସାଧାସିଧା ଥିବା ବେଳେ ଏବେ ସେମାନେ ଧୁମ୍‌ଧାମ୍‌ରେ ସମସ୍ତ ରୀତିନୀତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ତେବେ ବହୁତ କମ୍‌ ଲୋକ ଜାଣନ୍ତି ପାଣ୍ଡ୍ୟାଙ୍କ ଜୀବନରେ ଆସିବା ପୂର୍ବରୁ ନତାଶା ଆଉ ଜଣେ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଥିଲେ।

‘ନଚ୍‌ ବଲିୟେ’ ଶୋ’ ସମୟରେ ଟେଲିଭିଜନ ଅଭିନେତା ଅଲି ଗୋନିଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ସେ। ଏପରିକି ଶୋ’ରେ ଅଲି ନତାଶାଙ୍କ ସାଥୀ ଥିଲେ। ମାତ୍ର ଅଧିକ ସମୟ ଧରି ସେମାନେ ସମ୍ପର୍କରେ ରହି ନ ଥିଲେ। ଶୀଘ୍ର ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଉଭୟଙ୍କ ସଂସ୍କୃତି ଭିନ୍ନ ଥିଲା। ଏପରିକି ଅଲି ଭାରତୀୟ ଯୁବତୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ। ଏଥିପାଇଁ ଦୁହେଁ ବାଟ ଅଲଗା କରିଥିଲେ।

ଅଲିଙ୍କ ପରେ ନତାଶାଙ୍କ ଜୀବନକୁ ଆସିଥିଲେ ହାର୍ଦ୍ଦିକ। ପ୍ରଥମେ ଦୁହେଁ ଦୁହିଁଙ୍କୁ ଏକ ନାଇଟ୍‌ କ୍ଲବରେ ଭେଟିଥିଲେ। ଉଭୟଙ୍କ ଭେଟ ଶୀଘ୍ର ପ୍ରେମରେ ପରିବର୍ତ୍ତିତ ହୋଇଯାଇଥିଲା। ସେତେବେଳେ ହାର୍ଦ୍ଦିକ ଜଣେ କ୍ରିକେଟର ବୋଲି ନତାଶା ଜାଣି ନ ଥିଲେ। ପରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ୨୦୨୦ରେ ନତାଶା ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ତାଙ୍କ ନାମ ସେ ଅଗସ୍ତ୍ୟ ରଖିଛନ୍ତି।

ହାର୍ଦ୍ଦିକଙ୍କ ବିବାହକୁ ନେଇ ପରିବାର ଏବଂ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri