Posted inଖେଳ

କାହା ବାପା ଶ୍ରମିକ ତ ଆଉ କାହାର କୃଷକ, ସଂଘର୍ଷ ସତ୍ତ୍ୱେ ଆଜି ଭାରତ ପାଇଁ ହିରୋ ପାଲଟିଛନ୍ତି ଏହି ୯ କ୍ରିକେଟର୍‌

କୌଣସି ମଣିଷ ନାହାଁନ୍ତି ଯିଏ ତାଙ୍କ ଜୀବନରେ ସଂଘର୍ଷ କରିନାହଁାନ୍ତି । ଆଜି ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଏହି ଯାଗାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିଛନ୍ତି। ଆପଣଙ୍କୁ ଟିମ ଇଣ୍ଡିଆର ତାରକା ଖେଳାଳିଙ୍କ କାହାଣୀ ବିଷୟରେ ଅବଗତ କରାଯାଉଛି ଯେଉଁମାନେ ଅନେକ ସଂଘର୍ଷ ପରେ ଭାରତ ପାଇଁ ଇତିହାସ ରଚିଛନ୍ତି।

ରିଷଭ ପନ୍ତ: ପିଲାଦିନେ ତାଙ୍କ ମାଆଙ୍କ ସହ ଦିଲ୍ଲୀର ସୋନେଟ କ୍ଲବରେ ଅଭ୍ୟାସ କରିବା ପରେ ପନ୍ତ ଗୁରୁଦ୍ୱାରରେ ଅନେକ ଥର ଆରାମ କରୁଥିଲେ। ତାଙ୍କ ପିତା ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ ମଧ୍ୟ ସେ ଆଇପିଏଲରେ ମ୍ୟାଚ ଖେଳିବା ଜାରି ରଖିଥିଲେ।

ମହମ୍ମଦ ସିରାଜ: ସିରାଜ ହାଇଦ୍ରାବାଦ ସ୍ଥିତ ଅଟୋ ଡ୍ରାଇଭର ମହମ୍ମଦ ଗୌସଙ୍କ ପୁଅ। ଦଳ ସହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ସେ ଦଳ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମ ସିରିଜରେ ୫ଟି ଉଇକେଟ ନେଇ ପିତାଙ୍କୁ ଉତ୍ସର୍ଗ କରିଥିବା ବେଳେ ଭାବପ୍ରବଣ ହୋଇଥିଲେ। ଜାତିଆଣ ଅତ୍ୟାଚାରର ସମ୍ମୁଖୀନ ହେବା ପରେ ମଧ୍ୟ ଏହି ଯୁବ ଖେଳାଳି ନିଜକୁ ଏହି ପ୍ରଦର୍ଶନ ଜାରି ରଖିଥିଲେ।

ନବଦୀପ ସଇନି: କରନାଲରେ ବସ ଡ୍ରାଇଭରଙ୍କ ପୁଅ ସଇନି ଦିଲ୍ଲୀରେ ଟେନିସ ବଲରେ କ୍ରିକେଟ ଖେଳୁଥିଲେ। ଦିଲ୍ଲୀର ପ୍ରଥମ ଶ୍ରେଣୀ ଖେଳାଳି ସୁମିତ ନରୱାଲ ତାଙ୍କୁ ରଣଜୀ ଟ୍ରଫିର ନେଟ୍‌ ଅଭ୍ୟାସକୁ ଆଣିଥିଲେ, ଯେଉଁଠାରେ ତତ୍କାଳୀନ ଅଧିନାୟକ ଗୌତମ ଗମ୍ଭୀର ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ କରିଥିଲେ। ଦିଲ୍ଲୀ ବାହାରର ଜଣେ ଖେଳାଳି ଥିବାରୁ ଗମ୍ଭୀର ଏଥିପାଇଁ ବିରୋଧର ସମ୍ମୁଖୀନ ହୋଇଥିଲେ। ଗମ୍ଭୀର ତାଙ୍କ ନିଷ୍ପତ୍ତିରେ ଜିଦ ଧରିଥିଲେ ଏବଂ ସାଇନିଙ୍କୁ ଦଳରୁ ଓହରିଗଲେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ଶୁବମନ ଗିଲ: ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବରେ ଦେଖାଯାଉଥିବା ଏହି ଖେଳାଳି ପଞ୍ଜାବର ଫାଜିଲ୍କାର ଏକ ଗ୍ରାମରେ ଥିବା ସମୃଦ୍ଧ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ତାଙ୍କର ପ୍ରିୟ ନାତି ପାଇଁ କ୍ଷେତରେ ଏକ ପିଚ ପ୍ରସ୍ତୁତ କରିଥିଲେ। ପୁଅର କ୍ରିକେଟ ଅଭିଳାଷ ପୂରଣ କରିବା ପାଇଁ ତାଙ୍କ ପିତା ଚଣ୍ଡିଗଡ଼ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ଅଣ୍ଡର-୧୯ ବିଶ୍ୱକପ ଦଳର ସଦସ୍ୟ ଥିଲେ। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ କୃଷକଙ୍କ ବିରୋଧକୁ ସମର୍ଥନ କରିଥିଲେ।

ଚେତେଶ୍ୱର ପୂଜାରା: ରାଜକୋଟ ଏହି ଖେଳାଳି ଅଧିକ ଭାବନା ପ୍ରକାଶ କରନ୍ତି ନାହଁି। କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ମାନସିକ ସ୍ତରରେ ଶକ୍ତିଶାଳୀ ଖେଳିଥିଲେ, ଯେଉଁଥିରେ ତାଙ୍କ ପିତା ତଥା ପ୍ରଶିକ୍ଷକ ଅରବିନ୍ଦ ପୂଜାରା ବହୁତ ସହଯୋଗ କରିଥିଲେ। ଜୁନିଅର କ୍ରିକେଟ ଖେଳିବାବେଳେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ସେ ଟାର୍ଗେଟକୁ ହାତଛଡ଼ା କରି ନ ଥିଲେ।

ଶାର୍ଦ୍ଦୁଲ ଠାକୁର: ପାଲଘରର ଏହି ଖେଳାଳି ୧୩ବର୍ଷ ବୟସରେ ସ୍କୁଲ କ୍ରିକେଟ (ହ୍ୟାରିସ ସିଲ୍ଡ)ରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ। ସେ ବିବେକାନନ୍ଦ ଅନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଥିଲେ। ସେଠାରେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା ମଧ୍ୟ ପଢୁଥିଲେ। ଉଭୟ ଖେଳାଳିଙ୍କୁ ଦୀନେଶ ଲାଡ ପ୍ରଶିକ୍ଷଣ ଦେଇଛନ୍ତି।

ୱାଶିଂଟନ ସୁନ୍ଦର: ୱାଶିଂଟନ ସୁନ୍ଦରଙ୍କ ପିତା ତାଙ୍କ ପରାମର୍ଶଦାତା ପିଡି ୱାଶିଂଟନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁଅର ନାମ ରଖିଥିଲେ। ସେ ୨୦୧୬ରେ ଅଣ୍ଡର -୧୯ଟିମରେ ଓପନର୍‌ ହୋଇଥିଲେ। ତାଙ୍କର ଅଫ ସ୍ପିନ ବୋଲିଂ ଦେଖି ରାହୁଲ ଦ୍ରାବିଡ ଏବଂ ପରାସ ମହାମ୍ବ୍ରେ ତାଙ୍କୁ ବୋଲିଂରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଟି ନଟରାଜନ: ତାମିଲନାଡୁର ଏକ ସୁଦୂର ଗାଁ ଚିନ୍ନାପମ୍ପଟ୍ଟିର ଏହି ଖେଳାଳି ଜଣେ ଶ୍ରମିକଙ୍କ ପୁଅ। ଟି ନଟରାଜନଙ୍କ ପାଇଁ ଆବଶ୍ୟକ ଜୋତା କିଣିବାକୁ ମଧ୍ୟ ତାଙ୍କ ପିତାଙ୍କ ପାଖରେ ଟଙ୍କା ନ ଥିଲା।

ଅଜିଙ୍କେ ରାହାନେ: ରାହାନେ ପିଲାଦିନେ କ୍ରିକେଟ ଖେଳିବା ପାଇଁ ଲୋକାଲ ଟ୍ରେନରେ ମୁଲୁଣ୍ଡରୁ ଆଜାଦ ଏବଂ କ୍ରସ ଗ୍ରାଉଣ୍ଡକୁ ଯାତ୍ରା କରୁଥିଲେ। ସେ ପିଲାବେଳେ ଜଣେ କରାଟେ ଚାମ୍ପିଅନ (ବ୍ଲାକ ବେଲ୍ଟ) ଥିଲେ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରବୀଣ ଆମ୍ରେଙ୍କ ତତ୍ତ୍ୱାବଧାନରେ ତାଙ୍କର ଦକ୍ଷତା ବୃଦ୍ଧି ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri