Posted inଖେଳ

କାହା ବାପା ଶ୍ରମିକ ତ ଆଉ କାହାର କୃଷକ, ସଂଘର୍ଷ ସତ୍ତ୍ୱେ ଆଜି ଭାରତ ପାଇଁ ହିରୋ ପାଲଟିଛନ୍ତି ଏହି ୯ କ୍ରିକେଟର୍‌

କୌଣସି ମଣିଷ ନାହାଁନ୍ତି ଯିଏ ତାଙ୍କ ଜୀବନରେ ସଂଘର୍ଷ କରିନାହଁାନ୍ତି । ଆଜି ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଏହି ଯାଗାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିଛନ୍ତି। ଆପଣଙ୍କୁ ଟିମ ଇଣ୍ଡିଆର ତାରକା ଖେଳାଳିଙ୍କ କାହାଣୀ ବିଷୟରେ ଅବଗତ କରାଯାଉଛି ଯେଉଁମାନେ ଅନେକ ସଂଘର୍ଷ ପରେ ଭାରତ ପାଇଁ ଇତିହାସ ରଚିଛନ୍ତି।

ରିଷଭ ପନ୍ତ: ପିଲାଦିନେ ତାଙ୍କ ମାଆଙ୍କ ସହ ଦିଲ୍ଲୀର ସୋନେଟ କ୍ଲବରେ ଅଭ୍ୟାସ କରିବା ପରେ ପନ୍ତ ଗୁରୁଦ୍ୱାରରେ ଅନେକ ଥର ଆରାମ କରୁଥିଲେ। ତାଙ୍କ ପିତା ରାଜେନ୍ଦ୍ରଙ୍କ ମୃତ୍ୟୁ ପରେ ମଧ୍ୟ ସେ ଆଇପିଏଲରେ ମ୍ୟାଚ ଖେଳିବା ଜାରି ରଖିଥିଲେ।

ମହମ୍ମଦ ସିରାଜ: ସିରାଜ ହାଇଦ୍ରାବାଦ ସ୍ଥିତ ଅଟୋ ଡ୍ରାଇଭର ମହମ୍ମଦ ଗୌସଙ୍କ ପୁଅ। ଦଳ ସହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ସେ ଦଳ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମ ସିରିଜରେ ୫ଟି ଉଇକେଟ ନେଇ ପିତାଙ୍କୁ ଉତ୍ସର୍ଗ କରିଥିବା ବେଳେ ଭାବପ୍ରବଣ ହୋଇଥିଲେ। ଜାତିଆଣ ଅତ୍ୟାଚାରର ସମ୍ମୁଖୀନ ହେବା ପରେ ମଧ୍ୟ ଏହି ଯୁବ ଖେଳାଳି ନିଜକୁ ଏହି ପ୍ରଦର୍ଶନ ଜାରି ରଖିଥିଲେ।

ନବଦୀପ ସଇନି: କରନାଲରେ ବସ ଡ୍ରାଇଭରଙ୍କ ପୁଅ ସଇନି ଦିଲ୍ଲୀରେ ଟେନିସ ବଲରେ କ୍ରିକେଟ ଖେଳୁଥିଲେ। ଦିଲ୍ଲୀର ପ୍ରଥମ ଶ୍ରେଣୀ ଖେଳାଳି ସୁମିତ ନରୱାଲ ତାଙ୍କୁ ରଣଜୀ ଟ୍ରଫିର ନେଟ୍‌ ଅଭ୍ୟାସକୁ ଆଣିଥିଲେ, ଯେଉଁଠାରେ ତତ୍କାଳୀନ ଅଧିନାୟକ ଗୌତମ ଗମ୍ଭୀର ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ କରିଥିଲେ। ଦିଲ୍ଲୀ ବାହାରର ଜଣେ ଖେଳାଳି ଥିବାରୁ ଗମ୍ଭୀର ଏଥିପାଇଁ ବିରୋଧର ସମ୍ମୁଖୀନ ହୋଇଥିଲେ। ଗମ୍ଭୀର ତାଙ୍କ ନିଷ୍ପତ୍ତିରେ ଜିଦ ଧରିଥିଲେ ଏବଂ ସାଇନିଙ୍କୁ ଦଳରୁ ଓହରିଗଲେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ଶୁବମନ ଗିଲ: ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବରେ ଦେଖାଯାଉଥିବା ଏହି ଖେଳାଳି ପଞ୍ଜାବର ଫାଜିଲ୍କାର ଏକ ଗ୍ରାମରେ ଥିବା ସମୃଦ୍ଧ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ତାଙ୍କର ପ୍ରିୟ ନାତି ପାଇଁ କ୍ଷେତରେ ଏକ ପିଚ ପ୍ରସ୍ତୁତ କରିଥିଲେ। ପୁଅର କ୍ରିକେଟ ଅଭିଳାଷ ପୂରଣ କରିବା ପାଇଁ ତାଙ୍କ ପିତା ଚଣ୍ଡିଗଡ଼ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ଅଣ୍ଡର-୧୯ ବିଶ୍ୱକପ ଦଳର ସଦସ୍ୟ ଥିଲେ। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ କୃଷକଙ୍କ ବିରୋଧକୁ ସମର୍ଥନ କରିଥିଲେ।

ଚେତେଶ୍ୱର ପୂଜାରା: ରାଜକୋଟ ଏହି ଖେଳାଳି ଅଧିକ ଭାବନା ପ୍ରକାଶ କରନ୍ତି ନାହଁି। କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ମାନସିକ ସ୍ତରରେ ଶକ୍ତିଶାଳୀ ଖେଳିଥିଲେ, ଯେଉଁଥିରେ ତାଙ୍କ ପିତା ତଥା ପ୍ରଶିକ୍ଷକ ଅରବିନ୍ଦ ପୂଜାରା ବହୁତ ସହଯୋଗ କରିଥିଲେ। ଜୁନିଅର କ୍ରିକେଟ ଖେଳିବାବେଳେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ସେ ଟାର୍ଗେଟକୁ ହାତଛଡ଼ା କରି ନ ଥିଲେ।

ଶାର୍ଦ୍ଦୁଲ ଠାକୁର: ପାଲଘରର ଏହି ଖେଳାଳି ୧୩ବର୍ଷ ବୟସରେ ସ୍କୁଲ କ୍ରିକେଟ (ହ୍ୟାରିସ ସିଲ୍ଡ)ରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ। ସେ ବିବେକାନନ୍ଦ ଅନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଥିଲେ। ସେଠାରେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା ମଧ୍ୟ ପଢୁଥିଲେ। ଉଭୟ ଖେଳାଳିଙ୍କୁ ଦୀନେଶ ଲାଡ ପ୍ରଶିକ୍ଷଣ ଦେଇଛନ୍ତି।

ୱାଶିଂଟନ ସୁନ୍ଦର: ୱାଶିଂଟନ ସୁନ୍ଦରଙ୍କ ପିତା ତାଙ୍କ ପରାମର୍ଶଦାତା ପିଡି ୱାଶିଂଟନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁଅର ନାମ ରଖିଥିଲେ। ସେ ୨୦୧୬ରେ ଅଣ୍ଡର -୧୯ଟିମରେ ଓପନର୍‌ ହୋଇଥିଲେ। ତାଙ୍କର ଅଫ ସ୍ପିନ ବୋଲିଂ ଦେଖି ରାହୁଲ ଦ୍ରାବିଡ ଏବଂ ପରାସ ମହାମ୍ବ୍ରେ ତାଙ୍କୁ ବୋଲିଂରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଟି ନଟରାଜନ: ତାମିଲନାଡୁର ଏକ ସୁଦୂର ଗାଁ ଚିନ୍ନାପମ୍ପଟ୍ଟିର ଏହି ଖେଳାଳି ଜଣେ ଶ୍ରମିକଙ୍କ ପୁଅ। ଟି ନଟରାଜନଙ୍କ ପାଇଁ ଆବଶ୍ୟକ ଜୋତା କିଣିବାକୁ ମଧ୍ୟ ତାଙ୍କ ପିତାଙ୍କ ପାଖରେ ଟଙ୍କା ନ ଥିଲା।

ଅଜିଙ୍କେ ରାହାନେ: ରାହାନେ ପିଲାଦିନେ କ୍ରିକେଟ ଖେଳିବା ପାଇଁ ଲୋକାଲ ଟ୍ରେନରେ ମୁଲୁଣ୍ଡରୁ ଆଜାଦ ଏବଂ କ୍ରସ ଗ୍ରାଉଣ୍ଡକୁ ଯାତ୍ରା କରୁଥିଲେ। ସେ ପିଲାବେଳେ ଜଣେ କରାଟେ ଚାମ୍ପିଅନ (ବ୍ଲାକ ବେଲ୍ଟ) ଥିଲେ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ପ୍ରବୀଣ ଆମ୍ରେଙ୍କ ତତ୍ତ୍ୱାବଧାନରେ ତାଙ୍କର ଦକ୍ଷତା ବୃଦ୍ଧି ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri