ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ ଭାରତରେ ମଧ୍ୟ ନିକଟ ଅତୀତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୋଟ ଉପରେ କହିବାକୁ ଗଲେ ପୃଥିବୀରେ ଭୂକମ୍ପର କଳା ଇତିହାସ ଲମ୍ବା। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀରେ କେବଳ ଭୂକମ୍ପ ହୁଏ ନାଁ ଅନ୍ୟଗ୍ରହ ଗୁଡିକରେ ଭୂକମ୍ପ ଅନୁଭୂତ ହୁଏ? ଆପଣ ଠିକ୍‌ ଭାବିଛନ୍ତି। କେବଳ ପୃଥିବୀ ନୁହେଁ ଅନ୍ୟ ଗ୍ରହଗୁଡିକରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୁଏ। ନିକଟରେ ଚନ୍ଦ୍ରପୃଷ୍ଠ ଏବଂ ମଙ୍ଗଳ ଗ୍ରହରେ ଭୂକମ୍ପ ହେବା ନେଇ ସୂଚନା ମିଳିଛି।

ରିକ୍ଟର ସ୍କେଲର ତୀବ୍ରତା ୪.୭ରେ ମଙ୍ଗଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଗତ ବର୍ଷ ମେ ୪ତାରିଖରେ ଅନୁଭୂତ ହୋଇଥିଲା। ଏହି ତୀବ୍ରତା ପୃଥିବୀପୃଷ୍ଠରେ ସାମାନ୍ୟ ରହିଥିଲେ ମଧ୍ୟ ମଙ୍ଗଳପୃଷ୍ଠରେ ପୃଥିବୀର ଭୂକମ୍ପ ତୀବ୍ରତା ଠାରୁ ଯଥେଷ୍ଟ ଅଧିକ ଥିଲା। ସ୍ପେସ ଏଜେନ୍ସି ନାସାର ଇନସାଇଟ ଲ୍ୟାଣ୍ଡର ଏନେଇ ସୂଚନା ପ୍ରଦାନ କରିଛି।

ଗତ ୪ବର୍ଷ ମଧ୍ୟରେ ନାସାର ଇନସାଇଟ ଲ୍ୟାଣ୍ଡର ଦ୍ୱାରା ମଙ୍ଗଳପୃଷ୍ଠରେ ୧୩୧୯ ଭୂକମ୍ପ ଚିହ୍ନଟ ହୋଇଛି। ଏହି ସମ୍ପର୍କରେ ଇମ୍ପେରିଆଲ କଲେଜ ଲଣ୍ଡନର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ସେହିଭଳି ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ତଥ୍ୟରେ ଉଲ୍‌କାପିଣ୍ଡ ଯୋଗୁ ଲାଲ୍‌ ଗ୍ରହ ମଙ୍ଗଳରେ ଭୂକମ୍ପ ହୋଇଥିବା ଅନୁମାନ କରାଯାଉଛି।

ବୈଜ୍ଞାନିକଙ୍କ ଅନୁଯାୟୀ, ଟେକ୍ଟୋନିକ ପ୍ଲେଟର ଚଳନ ଯୋଗୁ ପୃଥିବୀପୃଷ୍ଠରେ ଭୂକମ୍ପ ହୋଇଥାଏ। ସେହିଭଳି ଭାବେ ମଙ୍ଗଳରେ ମଧ୍ୟ ଏକ କଠିନ ପ୍ଲେଟ ରହିଛି। ଯାହାର ଚଳନ ଯୋଗୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେଉଛି।
ସୂଚନାଯୋଗ୍ୟ, ମେ ୪ରେ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଥିଲା। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ସେତେଟା ଶକ୍ତିଶାଳୀ ନ ହେଲେ ମଧ୍ୟ ପୃଥିବୀରେ ଅନୁଭୂତ ହେଉଥିବା ଭୂକମ୍ପ ଠାରୁ କେଇଗୁଣା ଅଧିକ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଏହି ତୀବ୍ରତାରେ ପୃଥିବୀରେ ଭୂକମ୍ପ ହେଲେ ବଡ ବଡ ମହଲ ଭୁଶୁଡି ପଡିବା ସହ ଘରର ଝରକା ଭାଙ୍ଗିଯାଇପାରେ। କିନ୍ତୁ ମଙ୍ଗଳ ଗ୍ରହରେ ହୋଇଥିବା ଏହି ଭୂକମ୍ପ ମଙ୍ଗଳପୃଷ୍ଠରେ ବଡ ଧରଣର ହୋଇଥିବ ବୋଲି ଅନୁମାନ କରାଯାଉଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଛି। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri