NASA ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ…

ଓ୍ବାଶିଂଟନ,୧୭ା୩: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଘଟିବ ଅନ୍ତ। ସୁନୀତା ଓ୍ବିଲିୟମ୍ସଙ୍କ ପୃଥିବୀ ଫେରିବା ନେଇ ସୋମବାର ବଡ଼ ସୂଚନା ଦେଇଛି ନାସା। ଆସନ୍ତା ବୁଧବାର ଭୋର ୩.୩୦ ମିନିଟ୍‌ରେ ମହାକାଶରୁ ଫେରି ପୃଥିବୀପୃଷ୍ଠରେ ପହଞ୍ଚିବେ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର।

କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନୀତା ଏବଂ ବୁଚ୍‌ ପୃଥିବୀକୁ ଫେରି ଆସିବେ। ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ଏହି NASA-SpaceX ମିଶନକୁ Crew-୧୦ ନାମ ଦିଆଯାଇଛି, ଯେଉଁଥିରେ ମୋଟ ୪ ଜଣ ମହାକାଶଚାରୀ ଅଛନ୍ତି। ଆଇଏସ୍‌ଏସ୍‌ରେ ପହଞ୍ଚିଥିବା ମିଶନ କ୍ରୁ-୧୦ ଦଳର ସଦସ୍ୟମାନଙ୍କ ମଧ୍ୟରେ ନାସାର ଆନ ମ୍ୟାକକ୍ଲେନ୍‌ ଏବଂ ନିକୋଲ ଆୟର୍ସ, ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ୍‌ ଏଜେନ୍ସିର ଟାକୁୟା ଓନିଶି ଏବଂ ରୋସକସମୋସ୍‌ ମହାକାଶଚାରୀ କିରିଲ ପେସକୋଭ ଅନ୍ତର୍ଭୁକ୍ତ ଅଛନ୍ତି।

ସୁନୀତା ଏବଂ ବୁଚଙ୍କ ପ୍ରତ୍ୟାବର୍ତ୍ତନ ପାଇଁ NASA-SpaceX ଶୁକ୍ରବାର Crew-୧୦ ମିଶନ ଆରମ୍ଭ କରିଥିଲା। ଏହି ମିଶନକୁ ଫାଲକନ୍‌ ୯ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ କରାଯାଇଥିଲା। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ କରାଯାଇଥିଲା। କିନ୍ତୁ ସିଷ୍ଟମରେ କିଛି ସମସ୍ୟା ଯୋଗୁ ଏହାର ଲଞ୍ଚକୁ ବନ୍ଦ କରିବାକୁ ପଡିଥିଲା। ଏହାକୁ ଶୁକ୍ରବାର ସଫଳତାର ସହ ଲଞ୍ଚ କରାଯାଇଥିଲା। ସାରା ବିଶ୍ୱ ସୁନୀତା ଏବଂ ବୁଚଙ୍କ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍‌ ୫ ତାରିଖରେ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋର ବୋଇଂ ଷ୍ଟାରଲାଇନର୍‌ ପ୍ରଥମ ମିଶନରେ ପରୀକ୍ଷାମୂଳକ ଭାବେ ଇଣ୍ଟରନ୍ୟାଶନାଲ ସ୍ପେସ ଷ୍ଟେଶନକୁ ଯାଇଥିଲେ। ଏହି ଅଭିଯାନ ମାତ୍ର ୮ ଦିନ ଥିଲା। ମାତ୍ର ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁ ସେମାନେ ୯ ମାସ ହେଲା ମହାକାଶରେ ଫସି ରହିଛନ୍ତି। ନାସା ଏବଂ ସ୍ପେସ୍‌ଏକ୍ସ ମିଳିତ ଭାବରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ମିଶନକୁ କାର୍ଯ୍ୟକାରୀ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri