Posted inଜାତୀୟ

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ

ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ। ଏହି ଗୃହ ହେଉଛି ରାଜ୍ୟଗୁଡିକ ଘର। ବିଗତ ଦଶନ୍ଧି ମଧ୍ୟରେ ଅନେକ ବୁଦ୍ଧିଜୀବୀ ଏହି ଗୃହରୁ ଦେଶକୁ ଦିଶା ଦେଇଛନ୍ତି। ଗୃହରେ ଏମିତି ଲୋକମାନେ ବସିଛନ୍ତି, ଯେଉଁମାନେ ନିଜ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି। ଗୃହରେ ଯାହା ଘଟେ, ଦେଶ ଶୁଣେ ଏବଂ ଗମ୍ଭୀରତାର ସହ ନେଇଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ ଗୃହରେ କିଛି ଲୋକଙ୍କ ଆଚରଣ ଏବଂ ଭାଷଣ କେବଳ ଗୃହକୁ ନୁହେଁ ବରଂ ଦେଶକୁ ମଧ୍ୟ ନିରାଶ କରୁଛି। ମୁଁ ସମ୍ମାନଜନକ ସଦସ୍ୟମାନଙ୍କୁ କହିବି, କାଦୁଅ ତାଙ୍କ ପାଖରେ ଥିଲା, ଗୋଲାପ ମୋ ପାଖରେ ଥିଲା। ତୁମେ ଯେତେ କାଦୁଅ ଫୋପାଡିବ, ପଦ୍ମ ଫୁଲ ସେତେ ଫୁଟିବ।
କଂଗ୍ରେସ ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଛନ୍ତି, ୬୦ ବର୍ଷ ଧରି କଂଗ୍ରେସ ପରିବାର ଖାଲ ଖୋଳିଥିଲେ। ହୁଏତ ଏହା କୌଣସି ଉଦ୍ଦେଶ୍ୟ ରଖି କରି ନ ଥିବେ, କିନ୍ତୁ ସେମାନେ କରିଥିଲେ। ଯେତେବେଳେ ସେମାନେ ଗାତ ଖୋଳୁଥିଲେ, ସେମାନେ ୬ ଦଶନ୍ଧି ନଷ୍ଟ କରିଦେଇଥିଲେ। ସେତେବେଳେ ଦୁନିଆର ଛୋଟ ଦେଶ ମଧ୍ୟ ସଫଳତାର ଉଚ୍ଚତାକୁ ଛୁଇଁଥିଲେ।
ଯିଏ ବି ସରକାର ଗଢେ, ଦେଶ ପାଇଁ କିଛି ପ୍ରତିଶ୍ରୁତି ଦେଇ ଆସନ୍ତି, କିନ୍ତୁ କେବଳ ଭାବନା ପ୍ରକାଶ କରିବା ଦ୍ୱାରା କିଛି ହୁଏ ନାହିଁ। ବିକାଶର ଗତି କ’ଣ, ମୂଳଦୁଆ, ଦିଗ, ପ୍ରୟାସ ଏବଂ ବିକାଶର ଫଳାଫଳ କ’ଣ, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ସେହି ଦେଶକୁ ବିକାଶର ଏକ ମଡେଲ ଦେଉଛୁ ଯେଉଁଠାରେ ହିତାଧିକାରୀମାନେ ସେମାନଙ୍କର ସମସ୍ତ ଅଧିକାର ପାଇବେ। ଦେଶ ବାରମ୍ବାର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରୁଛି, କିନ୍ତୁ ଏହା ପରେ ମଧ୍ୟ କଂଗ୍ରେସ ଷଡଯନ୍ତ୍ରରୁ ନିବୃତ୍ତ ହେଉନାହିଁ। ଜନସାଧାରଣ କେବଳ ସେମାନଙ୍କୁ ଦେଖୁନାହାଁନ୍ତି, ବରଂ ସେମାନଙ୍କୁ ଦଣ୍ଡ ମଧ୍ୟ ଦେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri