ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି. ଶୁକ୍ରବାର ଏନେଇ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଖବରଦାତା ସମ୍ମିଳନୀ କରି ବଲାଙ୍ଗୀର ଜିଲା ଦେଓଗଁା ଥାନା ବଗଡା ଗଁାରେ ଯୁବକ ସନ୍ତୋଷ ଖର୍ସେଲ (୪୦)ଙ୍କୁ ବଳି ଦିଆଯିବା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗିରଫ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ (୪୦)ଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି।
ଏସ୍‌ପି ଅଭିଳାଷ କହିଛନ୍ତି, ଅଭିଯୁକ୍ତ ଶତ୍ରୁଘ୍ନ ପାଟଣାଗଡ ଅଞ୍ଚଳରେ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ କୌଣସି କାରଣରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ନିରକ୍ଷର ଶତ୍ରୁଘ୍ନ ସ୍ତ୍ରୀ ଫେରି ଆସିବ ବୋଲି ଆଶା ରଖି ଘରେ ମନ୍ତ୍ର, ତନ୍ତ୍ର, ପୂଜାପାଠ କରୁଥିଲେ। ନରବଳି ଦେଲେ ଦେବତାମାନେ ସନ୍ତୁଷ୍ଟ ହେବେ ଏବଂ ତାଙ୍କ ସ୍ତ୍ରୀ ଶୀଘ୍ର ଘରକୁ ଫେରିଆସିବ ବୋଲି ତାଙ୍କର ଧାରଣା ହୋଇଥିଲା। ଏହାପରେ ସେ ଏଥିପାଇଁ ଯୋଜନା କରି ଆସୁଥିଲେ। ଗଁା ପୋଖରୀ ନିକଟ ଏକ ଘରେ ପୂଜାସ୍ଥଳୀ କରିଥିଲେ। ଘର ଭିତରେ ଏକ ପଥରରେ ସିନ୍ଦୂର ଲଗାଇ, ତମ୍ବାର ନାଗସାପମାନ ରଖି ପୂଜାପାଠ କରି ଆସୁଥିଲେ। ଗତ ୧୮ ତାରିଖ ଦିନ ଶତ୍ରୁଘ୍ନ ତୁଷରା ଯାଇଥିବା ବେଳେ ସେ ଟେପରାମୁଣ୍ଡାର ସନ୍ତୋଷ ଖର୍ସେଲଙ୍କୁ ଭେଟିଥିଲେ। ତାଙ୍କୁ ଏକ ସିଙ୍ଗଡା ଖାଇବାକୁ ଦେବା ସହ ଗଁାକୁ ଡାକି ଆଣିଥିଲେ। ନଦୀ ନିକଟ ଶ୍ମଶାନରେ କିଛି ସମୟ ବସି ସେଠାରେ ଉଭୟେ ମଦ ଆସର ଜମାଇଥିଲେ। ଏହାପରେ ସନ୍ତୋଷଙ୍କୁ ଘରକୁ ଡାକି ଆଣିଥିଲେ। ଘରେ ରାତି ପାଇଁ ଭୋଜନ ପ୍ରସ୍ତୁତ କରିଥିଲେ। ଭାତ, ଆଳୁ ତରକାରୀ, ମିଲକ୍‌ମେକର ରାନ୍ଧି ସନ୍ତୋଷଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ରାତିରେ ତାଙ୍କ ଘରେ ଶୋଇପଡିବାକୁ ସନ୍ତୋଷଙ୍କୁ କହିଥିଲେ। ଖାଇସାରିବା ପରେ ସନ୍ତୋଷଙ୍କ ପାଖରେ ଶତ୍ରୁଘ୍ନ ମଧ୍ୟ ଶୋଇପଡିବା ଅଭିନୟ କରିଥିଲେ। ସନ୍ତୋଷ ଶୋଇପଡିବା ପରେ ଶତ୍ରୁଘ୍ନ ଯୋଜନା ମୁତାବକ ଏକ ବଡ ଧାରୁଆ କଟୁରିରେ ତାଙ୍କ ବେକକୁ କାଟି ଦେଇ ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲେ। ମୁଣ୍ଡ କାଟିସାରିବା ପରେ ମୁଣ୍ଡରୁ ଝରୁଥିବା ରକ୍ତକୁ ପୂଜାସ୍ଥଳୀରେ ପକାଇ ପୂଜା କରିଥିଲେ। ଏହାପରେ ଘର ଭିତରେ ଏକ ଗାତ ଖୋଳି କଟାମୁଣ୍ଡକୁ ସେଠାରେ ପୋତି ଦେଇଥିଲେ। କଟାମୁଣ୍ଡ ପୋତିଥିବା ସ୍ଥାନ ଉପରେ ବେଲପତ୍ର ପକାଇ ପୂଜା କରି ମୁଣ୍ଡ ଯେପରି ତାଙ୍କ ସ୍ତ୍ରୀ ଫେରିଆସିବା ପର୍ଯ୍ୟନ୍ତ ସୁରକ୍ଷିତ ରହିବ ସେହି ବ୍ୟବସ୍ଥା କରିଥିଲେ। କଟାମୁଣ୍ଡ ପୋତିଥିବା ସ୍ଥାନ ଉପରେ ନିଜର ଖଟ ପକାଇ ସେ ସ୍ଥାନର ସୁରକ୍ଷା ବ୍ୟବସ୍ଥା କରିଥିଲେ। ଏହାପରେ ମୁଣ୍ଡବିହୀନ ଗଣ୍ଡିକୁ ଘରୁ ଉଠାଇ ନେଇ ପ୍ରାୟ ୨୦ ମିଟର ଦୂରରେ ଥିବା ପୋଖରୀରେ ଫିଙ୍ଗି ଦେଇ ପୁଣି ଘରକୁ ଫେରି ଆସିଥିଲେ। ସ୍ତ୍ରୀ ଫେରି ଆସିବ ବୋଲି ନରବଳି ଦେଇଥିବା ଜେରାବେଳେ ଅଭିଯୁକ୍ତ ପୋଲିସକୁ ସୂଚନା ଦେଇଛନ୍ତି। ଏହି କାଣ୍ଡ ପାଇଁ ତାଙ୍କ ମନରେ କୌଣସି ଅନୁଶୋଚନା ନ ଥିବା ଏସପି ଅଭିଳାଷ କହିଛନ୍ତି। ଅଶିକ୍ଷା, କୁସଂସ୍କାର ଯୋଗୁ ଏଭଳି ନାରକୀୟ କାଣ୍ଡ ଘଟିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏ ଦିଗରେ ସାମାଜିକ ସଚେତନତାର ଢ଼େର ଆବଶ୍ୟକ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ସ୍ତ୍ରୀ ଫେରିଆସିବ ବୋଲି ନରବଳି ଦେଇଥିଲେ ଶତ୍ରୁଘ୍ନ: ସନ୍ତୋଷଙ୍କ ଗଣ୍ଡିମୁଣ୍ଡ ଅଲଗା କରିବା ପରେ ଘଟିଲା…

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର):ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ ସମ୍ମୁଖରେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ…

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଗର୍ଭପାତ ଆଶଙ୍କା ୨୦% ଅଧିକ

ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୨୧ା୮(ମକାରୁ ବେମାଲ): ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri