ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ ମାସ ଶେଷଆଡ଼କୁ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ର ନାମ କ’ଣ ରହିଛି ତାହାକୁ ନନ୍ଦିତା ଘୋଷଣା କରିନାହାନ୍ତି। ୨୦୧୮ରେ ସେ ବାୟୋ ପିକ୍‌ ‘ମୋଣ୍ଟୋ’ରେ ବିଶେଷ ସଫଳତା ପାଇବା ପରେ ନନ୍ଦିତା ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ କରିବାକୁ ଚାହୁଁଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ପ୍ରୋଜେକ୍ଟ ଆପଲଜ ଏଣ୍ଟରଟେନ୍‌ମେଣ୍ଟ ଓ ନନ୍ଦିତା ଦାସ ଇନିସିଏଟିଭ ଦ୍ୱାରା ପ୍ରଯୋଜିତ କରାଯାଇଛି। ଏହି ଚଳଚ୍ଚିତ୍ରରେ କପିଲଙ୍କୁ ଜଣେ ଫୁଡ ଡେଲିଭରି ବୟ ଚରିତ୍ରରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କପିଲ କହିଛନ୍ତି, ମୁଁ ନନ୍ଦିତା ଦାସଙ୍କ ଚଳଚ୍ଚିତ୍ରକୁ ନେଇ ବେଶ୍‌ ଖୁସି ଅଛି। ମୋତେ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ, ଯାହାକୁ ନେଇ ମୁଁ ଉତ୍ସାହିତ ଅଛି। ଚଳଚ୍ଚିତ୍ରର ପ୍ରଚ୍ଛଦପଟରେ ଥିବା ନନ୍ଦିତା ଦାସ ଓ ସମୀର ନୈରଙ୍କ ସହ କାମ କରିବାର ସୁଯୋଗ ତାଙ୍କୁ ଆନନ୍ଦ ଆଣି ଦେଇଛି। କପିଲଙ୍କ ବିପକ୍ଷରେ ସୁହାନା ପତ୍ନୀ ଭୂମିକାରେ ଅଭିନୟ କରିବେ। ଅନ୍ୟପକ୍ଷେ ନନ୍ଦିତା ଦାସ କହିଛନ୍ତି, ଜଣେ ସାଧାରଣ ମଣିଷକୁ ପ୍ରତିନିଧିତ୍ୱ କରିବାର ସମ୍ପୂର୍ଣ୍ଣ କ୍ଷମତା କପିଲଙ୍କ ପାଖରେ ରହିଛି। ସେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି। ଏଥିସହ ସାଧାରଣ ଲୋକଙ୍କ ଆଖିରେ ଲୁଚି ରହିଥିବା କଥାକୁ ସେ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ନନ୍ଦିତା ଏବେ ଭୁବନେଶ୍ୱର ଗସ୍ତରେ ଆସିଥିବା ସହ ଆଗାମୀ ଚଳଚ୍ଚିତ୍ର ଶୁଟିଂକୁ ନେଇ ବେଶ୍‌ ଉତ୍ସାହୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri