କାର୍ଡବୋର୍ଡରେ ନନ୍ଦିଘୋଷ ରଥ

ଖୋର୍ଦ୍ଧା ଅଫିସ,୬।୭: ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଯୁକ୍ତ-୨କଳା ଛାତ୍ର ସୁମିତ୍‌ କୁମାର ଦାଶ। କାର୍ଡବୋର୍ଡକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ୪ଫୁଟ ଉଚ୍ଚର ନନ୍ଦିଘୋଷ ରଥ। କଲେଜର ସହପାଠୀମାନେ ଏହି ରଥକୁ ଟାଣିଥିଲେ। ଶ୍ରୀକ୍ଷେତ୍ର ଘୋଷଯାତ୍ରା ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କର ସୁନାବେଶ, ଅଧରପଣା ନୀତି କରାଯିବ ବୋଲି ସେ କହିଛନ୍ତି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅଧ୍ୟକ୍ଷା ଡ.ରଞ୍ଜିତା ସେଠୀ, ଲିଙ୍ଗରାଜ ପରିଡା, ପୂର୍ବତନ ଡିଷ୍ଟ୍ରିକ୍ଟ ଅର୍ଗାନାଇଜିଙ୍ଗ୍‌ କମିଶନର ଗୋପାଳକୃଷ୍ଣ ଦାସ ପ୍ରମୁଖ ସୁମିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଞ୍ଚମ ଶ୍ରେଣୀରୁ ଚିତ୍ର ଓ କାରୁକଳା ପ୍ରତି ସୁମିତଙ୍କ ରୁଚି ରହିଥିଲା। ଏଥିସହ ଚିତ୍ର, ପ୍ରବନ୍ଧ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପୁରସ୍କାର ସାଉଁଟିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ, କୋଣାର୍କ, ଅଯୋଧ୍ୟାର ରାମ ମନ୍ଦିର, ନେପାଳର ପଶୁପତିନାଥ ଆଦି କାରୁକଳା ଦର୍ଶକଙ୍କୁ ବିମୁଗ୍ଧ କରିଛି। ତାଙ୍କ ଦ୍ୱାରା ନିର୍ମିତ ରାଧାକୃଷ୍ଣ, ଜଗନ୍ନାଥ ଓ ବିଭିନ୍ନ କାରୁକଳା କଲେଜର ଅଧ୍ୟାପକଙ୍କ ସାଧାରଣ ପ୍ରକୋଷ୍ଠ, ରୋଭର୍ସ ରେଞ୍ଜର ଭବନରେ ପ୍ରଦର୍ଶିତ ହୋଇଛି।