ଖବରକାଗଜରେ ନନ୍ଦିଘୋଷ ନିର୍ମାଣ

ବ୍ରହ୍ମପୁର,୨୦ା୬(ସ୍ମୃତି ରଞ୍ଜନ ମହାଲିକ୍‌): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏକ ନିଆରା ପ୍ରୟାସରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଖବର କାଗଜରେ ସେ ୭ ଇଞ୍ଚ ଉଚ୍ଚତା, ୪.୫ ଇଞ୍ଚ ଓସାରର ଏହି ରଥ ତିଆରି କରିଛନ୍ତି। ୪୫ ଗ୍ରାମ ଓଜନର ଏହି ରଥରେ ପୁରୀ ନନ୍ଦିଘୋଷ ରଥ ଭଳି ୧୬ଟି ଚକ, ୪ଟି ଘୋଡା, ୨ଟି ଓଲଟ ଶୁଆ, ଦଧିନଉତି, ବାନା ଓ ସାରଥି ରହିଛନ୍ତି। ଏହି ରଥ ନିର୍ମାଣ କରିବାକୁ ୧ ଦିନ ସମୟ ଲାଗିଥିବା ସତ୍ୟ କହିଛନ୍ତି। ସତ୍ୟ ପୂର୍ବରୁ କାଠରେ ୧ ମିଲିମିଟର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ ଓ ୧ ସେଣ୍ଟିମିଟର ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସତ୍ୟ ଅନ୍ୟାନ୍ୟ ସାମଗ୍ରୀରେ ମଧ୍ୟ ରଥ ପ୍ରସ୍ତୁତ କରି ଏସିଆ ବୁକ ଅଫ ରେକର୍ଡ, ନ୍ୟାଶନାଲ ବୁକ ଅଫ ରେକର୍ଡ, ଗ୍ଲୋବାଲ ବୁକ ଅଫ ରେକର୍ଡ, ୱାର୍ଲଡ ରେକର୍ଡ ସେକ୍ଟର ହାସଲ କରିଛନ୍ତି।
ଅନ୍ୟପକ୍ଷରେ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ବି-ଟେକ ପ୍ରଥମ ବର୍ଷ ଛାତ୍ରୀ ଆମ୍ବପୁଆର ମନିଷା କୁମାରୀ ପଣ୍ଡା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀରେ ୧୦୮ ଟି ଜଗନ୍ନାଥଙ୍କ ଆକୃତି ନିର୍ମାଣ କରିଛନ୍ତି। ସେ ଚାଉଳ, ଧାନ, ଗହମ, ବିରି ଡାଲି, ମାଣ୍ଡିଆ, ମୁଗ, ରାଶି, ହରଡ ଡାଲି, ଚଣା ଡାଲି, ବାଲି, ଗୋଡି, ମୟୁରପୁଚ୍ଛ, ଚାମୁଚ, ଟଙ୍କିକିଆ କଏନ, ଓସ୍ତ ପତ୍ର, ବୋତାମ, କାଗଜ, ମଲାଟ ଓ ସୋଲ, ଶାମୁକା, କାନଭାସ, ତୁଳସୀ ପତ୍ର, ଗୁଜୁରାତି, ହରିଡା, ଗୁଆ, ଦର୍ପଣ, ସିମ କାର୍ଡ ଓ ବୋତଲ ଠିପିରେ ଜଗନ୍ନାଥଙ୍କ ଆକୃତି ନିର୍ମାଣ କରିଛନ୍ତି। ଏସବୁକୁ ନିର୍ମାଣ କରିବାକୁ ୭ ଦିନ ସମୟ ଲାଗିଥିବା ମନିଷା କହିଛନ୍ତି। ସେହିପରି ଶ୍ରୀରାମନଗର ଜଗନ୍ନାଥ ବିହାର ୬ଷ୍ଠ ଲେନର ହରଗୋବିନ୍ଦ ମହାରଣା ହରିଡା, ବାହାଡା ଓ ଅଂଳାରେ ୩ ଠାକୁରଙ୍କ ରଥ ନିର୍ମାଣ କରିଛନ୍ତି। ସେ ନିର୍ମାଣ କରିଥିବା ନନ୍ଦିଘୋଷ ରଥର ଉଚ୍ଚତା ୨ ଇଞ୍ଚ, ତାଳଧ୍ୱଜ ରଥର ଉଚ୍ଚତା ୨ ଇଞ୍ଚ ଓ ଦେବଦଳନ ରଥର ଉଚ୍ଚତା ୧.୭୫ ଇଞ୍ଚ ରହିଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ଉଚ୍ଚତା ୧ ସେଣ୍ଟି ମିଟରରୁ କମ ରହିଥିବା ବେଳେ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୦.୭ ସେଣ୍ଟି ମିଟର ରହିଛି। ଏହାକୁ ନିର୍ମାଣ କରିବାକୁ ୧୫ରୁ ୧୬ ଦିନ ସମୟ ଲାଗିଥିବା ହରଗୋବିନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri