ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ କରିଛି । ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ବ୍ଲକ ପ୍ରଶାସନକୁ ହାତବାରିଶି କରି ମନମୁଖୀ କାର୍ଯ୍ୟ କରୁଥିବା, ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଓ ଅସମ୍ମାନ, ବ୍ଲକ ଅଞ୍ଚଳର ବିକାଶ କାର୍ଯ୍ୟରେ ଶିଥିଳତା, ଭତ୍ତା ପର୍ଯ୍ୟନ୍ତ ସବୁଥିରେ ଅନିୟମିତତା ଦର୍ଶାଇ ଏହି ଆନ୍ଦୋଳନ କରାଯାଇଛି । ହଜାର ସଂଖ୍ୟାରେ ବିଜେଡି କର୍ମୀ ନନ୍ଦପୁର ସର୍ବେଶ୍ଵର ମନ୍ଦିର ଠାରୁ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପ୍ରାୟ ଦୁଇ ଘଣ୍ଟା ଧରି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ।

ବ୍ଲକ ଫାଟକ ସମ୍ମୁଖରେ ବିଧାୟକ ଓ ବ୍ଲକ ପ୍ରଶାସନ ଉଦ୍ଦେଶ୍ୟରେ ନାରାବାଜି କରିବା ସହ ଆଗାମୀ କାର୍ଯ୍ୟବଳିରେ ସଂଶୋଧନ କରନ୍ତୁ । ନଚେତ୍ ବିଜେଡି ବ୍ଲକରେ କୌଣସି କାର୍ଯ୍ୟ କରାଇ ଦେବ ନାହିଁ ବୋଲି ଚେତାବନୀ ଦେଇଥିଲେ । ବ୍ଲକ ବିଜେଡି ସଭାପତି କାଶୀନାଥ ଗୋଲରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଏମପି ତଥା ଜିଲ୍ଲା ବିଜେଡି ସଭାପତି ଜିନୋ ହିକକା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପୀତମ ପାଢ଼ୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ଜୋନାଲ ମହିଳା ସଭାନେତ୍ରୀ ଲତା ରାୟ, ଉର୍ମିଳା ମୁଦୁଲି, ପଟାଙ୍ଗି ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି, ନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ ଉପାଧ୍ୟକ୍ଷ ଗୋପାଳ ହନ୍ତାଳ, ବରିଷ୍ଠ ବିଜେଡି କର୍ମୀ ଗୋପାଳ କୃଷ୍ଣ ବେବର୍ତ୍ତା, ଜଗନ୍ନାଥ ପାଙ୍ଗି, କାର୍ତ୍ତିକ ଖେମୁଣ୍ଡୁ, ପ୍ରଭାତ ଗୁରୁମାଇଙ୍କ ସମେତ ୨୩ ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ସାମିଲ ଥିଲେ।

ସୂଚନା ଥାଉକି, ଗତ ଶନିବାର ସରପଞ୍ଚ ସମିତି ସଭ୍ୟ ଜିଲାପାଳଙ୍କୁ ପତ୍ରଲେଖି ସାମୂହିକ ଇସ୍ତଫା ଧମକ ଓ ବ୍ଲକ କାର୍ଯ୍ୟଳୟରେ ଅନୁଷ୍ଠିତ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷାଙ୍କୁ ସାମିଲ ନକରିବା ଅଭିଯୋଗ ହୋଇଛି। ସେହିପରି ବିଧାୟକ କୁଲାରସିଂ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଧକ୍କା ମାରିବା ଘଟଣା ଓ ନନ୍ଦପୁର ବିଜେଡିର ବିଧାୟକଙ୍କୁ ଖୋଲା ଚିଠି ପ୍ରଦାନ ପରେ ବିଜେଡି ତରଫରୁ ଆଗାମୀ ପଞ୍ଚାୟତ ନିର୍ବାଚନ ଆଗରୁ ନିଜର ଉପସ୍ଥିତି ଜାହିର କରିବାକୁ ଏଭଳି ଶୋଭାଯାତ୍ରା ଓ ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ନନ୍ଦପୁର ପୋଲିସ ଉପଖଣ୍ଡ ଅଧିକାରୀ ଦେବେନ୍ଦ୍ର ମଲ୍ଲିକ, ଥାନାଧିକାରୀ ତ୍ରିନାଥ ତୋଟା ପାଡ଼ିଆ ପୋଲିସ ଦଳ ସହ ଉପସ୍ଥିତ ରହି ପରିସ୍ଥିତି ଉପରେ କଡା ନଜର ରଖିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri