ଭୁବନେଶ୍ୱର,(ଅସମାପିକା ସାହୁ)/ ବାରଙ୍ଗ,୨୪।୮(ଲିଙ୍ଗରାଜ ରାଉତ)ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ରାତିରେ ନନ୍ଦନକାନନ ଖୋଲିବାକୁ ନେଇ ଯୋଜନା କରିଛନ୍ତି। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। କିନ୍ତୁ ଖୁବ୍ଶୀଘ୍ର ରାତିରେ ବି ନନ୍ଦନକାନନ ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡ୍ଏ)ଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ନିକଟରେ ଏଭଳି କିଛି ନୂଆ ବ୍ୟବସ୍ଥାକୁ ନେଇ ନନ୍ଦନକାନନ ମାଷ୍ଟରପ୍ଲାନ ଦାଖଲ କରିଛି। ଆସନ୍ତା (୨୦୨୦-୪୦)୨୦ବର୍ଷ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି। ସନ୍ଧ୍ୟା ୬ରୁ ୭ କିମ୍ବା ୭ରୁ ୮ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି। ମାଷ୍ଟରପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନର ପରିସୀମାକୁ ବୃଦ୍ଧିକରିବା ପାଇଁ ଚୂଡ଼ଙ୍ଗ ଓ କୃଷ୍ଣନଗର ଅଞ୍ଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସୀମାକୁ ୧,୦୪୩ ହେକ୍ଟର ପରିମିତ ଜାଗାକୁ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହେଲେ ଚୂଡ଼ଙ୍ଗ ଓ କୃଷ୍ଣନଗର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଜାଗା ଅକ୍ତିଆର କରିବା ପ୍ରକ୍ରିୟା ସାମୟିକଭାବେ ବନ୍ଦ ରହିଛି। ଏହି ଜାଗା ନନ୍ଦନକାନନରେ ମିଶିଯିବା ପରେ ନାଇଟ୍ ସଫାରି କରିବା ପାଇଁ ନନ୍ଦନକାନନ ପକ୍ଷରୁ ଯୋଜନା କରାଯାଇଛି। ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରି ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି। ତେବେ ମନୋନୀତ ଲୋକ କେବଳ ରାତ୍ରିଚର ଜୀବଙ୍କୁ ଦେଖିବା ପାଇଁ ଯାଇପାରିବେ। ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ। ଏ ନେଇ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି କହିଛନ୍ତି, ଶିକ୍ଷାଗତ ସଚେତନତା ପାଇଁ ରାତିରେ ନନ୍ଦନକାନନ ଖୋଲିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମୋଦନ ଦେଲେ ହୋଇପାରିବ। ଯଦି ପ୍ରସ୍ତାବ ଅନୁସାରେ ସବୁକିଛି ଠିକ୍ ହୋଇଯାଏ ତେବେ ପର୍ଯ୍ୟଟକମାନେ ଖୁବ୍ଶୀଘ୍ର ରାତିରେ ନନ୍ଦନକାନନ ବୁଲିପାରିବେ ବୋଲି ପିସିସିଏଫ୍ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ସିଜେଡ୍ଏଙ୍କ ପକ୍ଷରୁ ଏହି ଅନୁମୋଦନ ପାଇଲେ ପର୍ଯ୍ୟଟକମାନେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ଉଠାଇପାରିବେ ବୋଲି ଉପନିର୍ଦ୍ଦେଶକ ସନତ କୁମାର ଏନ୍ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ ୧୬୯ଟି ପ୍ରଜାତିର ୪ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀ ଅଛନ୍ତି। ଏହା ୨୫୦ ପ୍ରଜାତିକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଉଛି।
Posted inHome, Home Middle, ମେଟ୍ରୋ, ରାଜ୍ୟ View All
ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…
ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…
ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ
ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…
ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!
ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…
ଟେନ୍ସନ୍ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ
ଓ୍ବାଶିଂଟନ୍,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…
ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ
ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…
ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ
କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…
ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!
ତେହରାନ୍,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…
Archives

