ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା କୋଇରାଲାଙ୍କ ଲଭ୍‌ଷ୍ଟୋରୀ। ଏକ ସମୟରେ ପରସ୍ପରର ପ୍ରେମରେ ପାଗଳ ଥିଲେ ଦୁହେଁ। ସେମାନେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ପାଇଁ ସେମାନଙ୍କ ସମ୍ପର୍କ ତୁଟିଯାଇଥିଲା।

କୁହାଯାଏ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଅଗ୍ନିସାକ୍ଷୀ’ର ଶୁଟିଂ ସେଟ୍‌ରୁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ସେତେବେଳେ ନାନା ବିବାହିତ ଥିଲେ ହେଁ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ। ଏଣୁ ମନିଷାଙ୍କ ସହ ମିଳାମିଶା ଉପରେ କିଛି ପ୍ରତିବନ୍ଧକ ନ ଥିଲା। ଅନେକ ଦିନ ଧରି ସେମାନେ ଏକାଠି ସମୟ ବିତାଇବା ପରେ ବିବାହ କରିବାକୁ ସଜ ହୋଇଥିଲେ ମନିଷା। ହେଲେ ଏହି ସମୟରେ ଅଭିନେତ୍ରୀ ଆୟେଶା ଜୁଲ୍କା ନାନାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ। ପରେ ସବୁକିଛି ବଦଳି ଯାଇଥିଲା।

ନାନା ଧିରେ ଧିରେ ଆୟେଶାଙ୍କ ନିକଟତର ହୋଇଥିଲେ। ଏକଦା ଆୟେଶାଙ୍କୁ ଭେଟିବାକୁ ଯାଇଥିବାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଧିରେ ଧିରେ ଏହା ବଢ଼ିବାକୁ ଲାଗିଥିଲା। ଶେଷରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏନେଇ ପଚରା ଯାଇଥିଲେ ହେଁ କେବେ କେହି ମୁହଁ ଖୋଲି ନ ଥିଲେ। ମାତ୍ର ଆୟେଶା ଯଦି ଆସି ନ ଥାନ୍ତେ ତେବେ ଉଭୟ ବିବାହ କରିଥାନ୍ତେ ବୋଲି ଆଜି ବି ଚର୍ଚ୍ଚା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri