ଭୁବନେଶ୍ୱର,୨୬ା୨: ପବିତ୍ର ମହାକୁମ୍ଭରେ ବୁଡ଼ ପକାଇଲେ ଭାଜପା ଏମ୍ପି ପ୍ରତାପ ଷଡଙ୍ଗୀ । ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଲେ ନନା। ବୁଧବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ମହାକୁମ୍ଭ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକତାର ପ୍ରତିଫଳନ। ପବିତ୍ର ପ୍ରୟାଗରାଜ ସଙ୍ଗମସ୍ଥଳରେ ଦେଶ ବିଦେଶର କୋଟି କୋଟି ଭକ୍ତ ଗଭୀର ବିଶ୍ୱାସ ସହିତ ଏକତ୍ରିତ ହେଉଛନ୍ତି। ପ୍ରୟାଗରାଜ ମହାକୁମ୍ଭର ସଫଳ ଆୟୋଜନ ଓ ସୁନ୍ଦର ବ୍ୟବସ୍ଥା ପାଇଁ ନନା କମ୍ଭମପାଟି ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ମଧ୍ୟ ବୁଡ଼ପକାଉଛନ୍ତି।


