ତାଲିକାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାମ

ଉମରକୋଟ, ୨୪।୧(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ବଡ଼କୁମାରି ପଞ୍ଚାୟତର ଅନେକ ହିତାଧିକାରୀ ଏବେବି ବଞ୍ଚିତ ଅଛନ୍ତି ଆବାସ ଘରରୁ। ଗରିବ ବାସହୀନ ଲୋକଙ୍କ ପାଇଁ ସରକାର ପକ୍କା ଘର ଯୋଗେଇବା ପାଇଁ ଯୋଜନା ପ୍ରସ୍ତୁତି କରୁଥିବାବେଳେ ବାସ୍ତବ ଚିତ୍ର କିଛି ଅଲଗା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ବଡ଼କୁମାରି ପଞ୍ଚାୟତରେ ଅନେକ ହିତାଧିକାରୀ ଆବାସ ଘରରୁ ବଞ୍ଚତ୍ତ ହୋଇଛନ୍ତି। ବଡ଼କୁମାରୀ ପଞ୍ଚାୟତରେ ୧୯୨ ହିତାଧିକାରୀଙ୍କ ନାମ ତାଲିକାରେ ଥିବାବେଳେ ଅନେକ ଯୋଗ୍ୟ ହିତାଧିକାରୀ ଏହି ତାଲିକାରୁ ବାଦ ପଡିଛନ୍ତି। ସେଥିମଧ୍ୟରୁ ସାନ କୁମାରୀ ଆଦିବାସୀ ଗ୍ରାମର ତୁଳସୀ ରାମ ଗଣ୍ଡ, ହରିହର ଦାଶ, ବିଷମ ଗଣ୍ଡ, ଅଗଷ୍ଟ ଗଣ୍ଡ, ସାଧୁ ଗଣ୍ଡ, ସୋମନାଥ ଗଣ୍ଡ, ମଧୁ ଗଣ୍ଡ, ଜଗତୁ ଭତ୍ରା, ରାମ ଗଣ୍ଡ ଏହି ଭଳି ଅନେକ ହିତାଧିକାରୀ ଅଛନ୍ତି। ଯୋଜନାରୁ ଅନ୍ତର୍ଭୁକ୍ତ ହୋଇନଥିବା ଅନେକ ଲୋକ ଏବେବି ଜରି ପାଲ ଘେରି ଘରେ ରହୁଛନ୍ତି ଏବଂ ଏମାନେ ସମସ୍ତେ ପ୍ରାୟ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରିଥାନ୍ତି। ତାଙ୍କ ପ୍ରତି ଅନ୍ୟାୟ ହୋଇଛି, ପୁଣି ଥରେ ସର୍ଭେ କରି ସଠିକ ତାଲିକା ପ୍ରସ୍ତୁତ କରାଯାଉ ବୋଲି ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସରକାରଙ୍କୁ ଗୁହାରି କରୁଛନ୍ତି। ଯେଉଁ ହିତାଧିକାରୀ ପାଇବା ଯୋଗ୍ୟ ସେମାନଙ୍କୁ ତାଲିକା ରେ ନାମ ନ ଦିଆଯାଇ ଘର ଥିବା ଲୋକଙ୍କୁ ଘର ଯୋଗାଇ ଦିଆଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ବିଷୟରେ ଉମରକୋଟ ବିଡିଓ ଡ ହିମାଞ୍ଚଳ ମାଝିଙ୍କୁ ପଚାରିବାରୁ ଯେଉଁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ, ସେମାନେ କିପରି ଆଗାମୀ ଦିନରେ ଘର ପାଇ ପାରିବେ ଏ ନେଇ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri