ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ ଏଏଲ୍‌-୫୯’କୁ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଯାଇଛି। ଏପରିକି ଏଏଲ୍‌-୫୯ ମୁଖ୍ୟତଃ ବୈଦ୍ୟୁତିକ ସଞ୍ଚାରଣ ଓ ବିତରଣ କ୍ଷେତ୍ରରେ ବ୍ୟବହୃତ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇଥାଏ। ସେହିଭଳି ଭାରତ ସରକାରଙ୍କ ଦ୍ୱାରା ସଂଶୋଧିତ ବିତରଣ କ୍ଷେତ୍ର ଯୋଜନା (ଆର୍‌ଡିଏସ୍‌ଏସ୍‌) ଆରମ୍ଭ ହେବା ପରେ ଏହାର ବହୁଳ ବ୍ୟବହାର କରାଯାଉଛି।

ଏହି ଧାତୁରୁ ପ୍ରସ୍ତୁତ କଣ୍ଡକ୍ଟର ଗୁଣାତ୍ମକ ହେବା ସହ ତିଆରି କରୁଥିବା କମ୍ପାନୀ ନିମନ୍ତେ ଏକ ସ୍ବତନ୍ତ୍ର ବଜାର ଚାହିଦା ସୃଷ୍ଟି କରିବ। ସେହିପରି ଏଏଲ୍‌-୫୯ ଆଲୟେରୁ ତିଆରି କଣ୍ଡକ୍ଟରଗୁଡ଼ିକୁ ଭିନ୍ନ ଭିନ୍ନ ଭୋଲ୍‌ଟେଜ (ଲୋ ଠାରୁ ଅଲ୍ଟ୍ରା ହାଇ) ଥିବା ବୈଦ୍ୟୁତିକ ସଞ୍ଚାରଣ ଓ ବିତରଣ ଲାଇନରେ ବ୍ୟବହାର କରାଯାଇଥାଏ। ଏହି ଆଲୟେର ଅବକ୍ଷୟ ପ୍ରତିରୋଧୀ ଗୁଣ ଥିବା ଯୋଗୁ ଏହା ବିଶେଷ ଭାବେ ଉପକୂଳବର୍ତ୍ତୀ ଅଞ୍ଚଳର ବୈଦ୍ୟୁତିକ ସଞ୍ଚାରଣ ଏବଂ ବିତରଣରେ ବ୍ୟବହାର କରାଯାଇଥାଏ। ଏପରିକି କଣ୍ଡକ୍ଟର ଉତ୍ପାଦନକାରୀମାନେ ବର୍ତ୍ତମାନ ନାଲ୍‌କୋର ଏଏଲ୍‌-୫୯ ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ କ୍ରୟ କରିପାରିବେ ଏବଂ ଏହାକୁ ଏଏଲ୍‌-୫୯ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଫିଡ୍‌ ଷ୍ଟକ୍‌ ଭାବେ ବ୍ୟବହାର କରିପାରିବେ।

ଅପରପକ୍ଷରେ ଉତ୍ପାଦର ପ୍ରଥମ ଗ୍ରାହକ ଏବଂ ନାଲ୍‌କୋର ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀର ନିର୍ଦ୍ଦେଶକ(ବାଣିଜି୍ୟକ) ସଦାଶିବ ସାମନ୍ତରାୟ ଏହି ନୂତନ ଆଲୁମିନିୟମ ଆଲୟେ ଇନ୍‌ଗଟ୍‌ ଏଏଲ୍‌-୫୯ ବୋଝେଇ ଗାଡ଼ିକୁ ପତାକା ଦେଖାଇ ବଜାର ପ୍ରବେଶ କରାଇଥିଲେ।
ଏ ନେଇ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ସ୍ମେଲଟର ଏବଂ ମାର୍କେଟିଂ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ଭବିଷ୍ୟତମୁଖୀ ଉତ୍ପାଦ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri