୪୩ ବର୍ଷରେ ପାଦ ଦେଲା ନାଲ୍‌କୋ

ବଅଁରପାଳ, ୭।୧ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଶନିବାର ପ୍ରତିଷ୍ଠା ଦିବସ ପାଳନ କରିବ। ଚଳିତବର୍ଷ କମ୍ପାନୀ ୪୩ ବର୍ଷରେ ପଦାର୍ପଣ କରୁଛି। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ନାଲ୍‌କୋ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୋପବନ୍ଧୁ ପାର୍କରେ ୨ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂର୍ଣ୍ଣ କ୍ଷମତାରେ ଚାଲୁଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ପାଇବା ସହ ଚଳିତବର୍ଷ କମ୍ପାନୀ ୨୯ଶହ କୋଟି ଟଙ୍କାର ଲାଭ ଅର୍ଜନ କରିଛି।
ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ନାଲ୍‌କୋ ବେଶ୍‌ ସୁନାମ ଅର୍ଜନ କରିଛି। ଏଠାରୁ ଉତ୍ପାଦିତ ଆଲୁମିନିୟମର ଚାହିଦା ବିଶ୍ୱ ବଜାରରେ ରହିଛି। ଉତ୍ପାଦନ ପରି ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀକୁ ବଡ଼ ସଫଳତା ମିଳିପାରିଛି। ଚଳିତ ଆର୍ଥିକ ବର୍ଷରେ ସ୍ମେଲଟର ଓ ସିପିପିରୁ କାଷ୍ଟ ମେଟାଲ ଏବଂ ହଟ୍‌ ମେଟାଲ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଉତ୍ପାଦନ କରାଯାଇଛି। ସ୍ମେଲଟରରେ ଥିବା ସମସ୍ତ ୯୬୦ ପଟ୍‌ କାର୍ଯ୍ୟକ୍ଷମ ଥିବାବେଳେ ସିପିପିର ୧୦ ୟୁନିଟ୍‌ ମଧ୍ୟରୁ ୭ଟି ଚାଲୁଛି। ବିଭିନ୍ନ କ୍ଷେତ୍ରରେ ଅର୍ଜନ କରିଥିବା ସଫଳତା ପାଇଁ ସ୍ମେଲଟର ପ୍ଲାଣ୍ଟକୁ କଳିଙ୍ଗ ସୁରକ୍ଷା ପୁରସ୍କାର ଓ ସିପିପିକୁ ଶକ୍ତିର ଉତ୍କୃଷ୍ଟ ଉପଯୋଗୀ ପୁରସ୍କାର ପ୍ରଦାନ କରାଯାଇଛି। ଉତ୍କଳ ଡି କୋଲ୍‌ ବ୍ଲକ ସହ ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନ୍ସଲରୀ ପ୍ରୋଜେକ୍ଟ ଦ୍ରୁତଗତିରେ ଆଗେଇ ଚାଲିଛି। ସେହିପରି ପ୍ଲାଣ୍ଟ ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବଣ୍ଟନ ଓ ଉନ୍ନୟନ ଦିଗରେ ସହଯୋଗ କରାଯାଉଥିବା ନାଲ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି।

ସମସ୍ତ ପଟ୍‌ କାର୍ଯ୍ୟକ୍ଷମ ରହିଛି
ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ପ୍ଲାଣ୍ଟ ଚାଲିଛି। ସମସ୍ତ ପଟ୍‌ କାର୍ଯ୍ୟକ୍ଷମ ଥିବାରୁ ଉତ୍ପାଦନ ବୃଦ୍ଧି ପାଉଛି। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋ ଏକ ସଫଳତାର ନାମ। ଚଳିତବର୍ଷ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭଲ ଲାଭ ହାସଲ କରିପାରିଛି।
-ଭୀମସେନ ପ୍ରଧାନ, ନିର୍ବାହୀ ନିର୍ଦ୍ଦେଶକ, ନାଲ୍‌କୋ
ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ହେଉଛି
ନାଲ୍‌କୋ ଏକ ଲାଭଦାୟକ ସଂସ୍ଥା। ସବୁକ୍ଷେତ୍ରରେ ଏହି ଉଦ୍ୟୋଗ ସଫଳତା ହାସଲ କରିଚାଲିଛି। ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଦିଗରେ ମଧ୍ୟ ନାଲ୍‌କୋ ଧ୍ୟାନ ଦେଉଛି। ଏହି ପ୍ଲାଣ୍ଟ ଅଧିକରୁ ଅଧିକ ଉନ୍ନତି କରୁ।
-ସୁନୀଲ ମହାପାତ୍ର, ଡିଜିଏମ୍‌, ନାଲ୍‌କୋ
ନୂତନ ନିଯୁକ୍ତି ଉପରେ ଧ୍ୟାନ ଦିଆଯାଉ
ନବରତ୍ନ ଉଦ୍ୟୋଗ ନାଲ୍‌କୋ ୪୩ ବର୍ଷରେ ପହଞ୍ଚିଥିଲେ ମଧ୍ୟ ସର୍ବାଧିକ ଲାଭ ଓ ଉତ୍ପାଦନରେ ରେକର୍ଡ ହାସଲ କରୁଛି। କିନ୍ତୁ ବର୍ତ୍ତମାନ ବହୁ କର୍ମଚାରୀ ଅବସର ନେଉଥିବାରୁ ନୂତନ ନିଯୁକ୍ତି ଓ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦିଆଯିବା ଦରକାର।
-ବିଭବ ଜେନା, ସାଧାରଣ ସମ୍ପାଦକ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ
ଉନ୍ନତି ପାଇଁ ସହଯୋଗ ଲୋଡ଼ା
ନାଲ୍‌କୋ ଯୋଗୁ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଘଟୁଛି। ବହୁ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନେକେ ପରୋକ୍ଷରେ ରୋଜଗାରକ୍ଷମ ହୋଇପାରିଛନ୍ତି। ତେଣୁ ଅଧିକରୁ ଅଧିକ ସହଯୋଗ ଏହି ପ୍ଲାଣ୍ଟର ବିକାଶକୁ ତ୍ୱରାନ୍ବିତ କରିପାରିବ।
-ବିନୋଦ ସାମଲ, ସାଧାରଣ ସମ୍ପାଦକ, ଆଲୁମିନିୟମ ମଜଦୁର ସଂଘ


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri