Categories: ବାଣିଜ୍ୟ

ନାଲ୍‌କୋ ବକ୍ସାଇଟ ଖଣି ପୁରସ୍କୃତ

ଭୁବନେଶ୍ୱର,୧୮।୯

ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍‌ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ମାନ ଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କଷ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ସ୍ଥାନୀୟ ନୀଳକଣ୍ଠନଗରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ସମ୍ମାନ ଜନକ ପୁରସ୍କାରକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନୀ ନାଲକୋର ଖଣି ଟିମ୍‌କୁ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସିଏମ୍‌ଡି ଶ୍ରୀଧର ପାତ୍ର ଖଣି ଟିମକୁ ଅଭିନନ୍ଦନ ଜଣାଇବା ସହ ଉନ୍ନତ ପରିବେଶ ପରିଚାଳନା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପାତ୍ର ଉଚ୍ଚ ପ୍ରଶଂସା କରିଥିଲେ।

Share