Posted inଜାତୀୟ

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପ୍ରଥମେ କେବଳ ଦର୍ଶକ ପାଲଟିଥିଲା। ତେବେ କେହି ଜଣେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ଏବେ ବେଶ ଭାଇରାଲ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଉଭୟ ମହିଳା ହିଲ୍‌ସାର ମାଲଓ୍ବାନ ଗାଁର ବାସିନ୍ଦା। ସେମାନଙ୍କ ଶ୍ୱଶୁର ମହେନ୍ଦ୍ର ପାସଓ୍ବାନଙ୍କ ତିନି ପୁଅ । ସେମାନଙ୍କ ମଧ୍ୟରୁ ବଡ଼ ପୁଅ ହେଉଛନ୍ତି ସୁବୋଧ କୁମାର ଏବଂ ମଝିଆ ପୁଅ ହେଉଛନ୍ତି ମ୍ୟାନେଜର ପାସଓ୍ବାନ। ସେହିଭଳି ସାନପୁଅଙ୍କ ନାମ ହିରେନ୍ଦ୍ର ପାସଓ୍ବାନ। ବଡ଼ ପୁଅ ଦ୍ୱୟ ବିବାହିତ ଥିବା ବେଳେ ସାନ ପୁଅ ହିରେନ୍ଦ୍ର ପଢ଼ୁଥିବା କାରଣରୁ ବିବାହ କରି ନ ଥିଲେ।

କିଛି ଦିନ ତଳେ ମହେନ୍ଦ୍ରଙ୍କ ମଝିଆ ପୁଅ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିଲା। ଏଣୁ ତାଙ୍କ ପତ୍ନୀ ହେମନ୍ତି ବିଧବା ଭାବେ ଜୀବନଯାପନ ଆରମ୍ଭ କରିଥିଲେ। ପରିସ୍ଥିତିକୁ ଦେଖି ହେମନ୍ତିଙ୍କ ବିବାହ ହିରେନ୍ଦ୍ରଙ୍କ ସହ କରିବା ଲାଗି ପରିବାରଲୋକେ ଚିନ୍ତା କରିଥିଲେ। ଏଥିଲାଗି ଉଭୟ ହିଲ୍‌ସାର ଆଡଭୋକେଟ ଆସୋସିଏଶନ କ୍ୟାମ୍ପସ୍‌ରେ ପହଞ୍ଚିଥିଲେ। ଏହି ସମୟରେ ମହେନ୍ଦ୍ରଙ୍କ ବଡ଼ ବୋହୂ ସେଠାରେ ପହଞ୍ଚି ଦିଅରଙ୍କୁ ବିବାହ କରିବେ ବୋଲି ଜିଦ୍‌ ଧରିଥିଲେ।

ଘଟଣାକୁ ଦେଇ ହିରେନ୍ଦ୍ରଙ୍କ ଦୁଇ ଭାଉଜ ପରସ୍ପର ସହ ଝଗଡ଼ା କରିଥିଲେ। ପରେ ମାରପିଟ ଯାଏ କଥା ଯାଇଥିଲା। ଦୁଇ ମହିଳାଙ୍କୁ ଏଭଳି ଦେଖି ଟ୍ରାଫିକ୍‌ ଜାମ ହେବା ସହ ଶହ ଶହ ଲୋକ ଛିଡ଼ା ହୋଇ ଏହାକୁ ଦେଖିଥିଲେ। ଶେଷରେ ପୋଲିସ ମାମଲାରେ ହସ୍ତକ୍ଷେପ କରି ଉଭୟ ବୋହୂଙ୍କୁ ପୋଲିସ ଷ୍ଟେଶନକୁ ନେଇଥିଲା। ସେଠାରେ ସମସ୍ତଙ୍କ ସହମତିରେ ହିରେନ୍ଦ୍ରଙ୍କ ବିବାହ ହେମନ୍ତିଙ୍କ ସହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri