ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ଟା ପର୍ଯ୍ୟନ୍ତ ନଖରା ପଞ୍ଚାୟତ ଶଟ୍‌ଡାଉନ

ଚୌଦର,୬।୭(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତରୁ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ସରପଞ୍ଚ ପବିତ୍ର ଉପାଧ୍ୟାୟ ଉକ୍ତ ପଞ୍ଚାୟତକୁ ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଶର୍ଟଡାଉନ ଘୋଷଣା କରିଛନ୍ତି। ଏଥିସହ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସାନିଟାଇଜ କରାଯାଉଛି।