Posted inଫୁରସତ

ଏ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ! ବର୍ଷର ୩୬୫ ଦିନରୁ ଶୋଇଥାନ୍ତି ୩୦୦ ଦିନ…

ନାଗୌର: ରାମାୟଣରେ ରାବଣର ସାନଭାଇ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ସେ ବର୍ଷରେ ଛଅମାସ ଖାଉଥିବା ବେଳେ ଛଅମାସ ଶୋଇଥାନ୍ତି। ଏବେ ରାଜସ୍ଥାନର ନାଗୌରରେ ଏଭଳି ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି, ଯିଏ ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୋଉଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ବୋଲି କହୁଛନ୍ତି।

ବ୍ୟକ୍ତିଜଣଙ୍କ ହେଲେ ନାଗୌର ଜିଲା ଭଦଓ୍ବା ଗ୍ରାମର ୪୨ ବର୍ଷୀୟ ପୁରଖରାମ। ସେ ୨୩ ବର୍ଷରୁ ଆକ୍ସିସ ହାଇପରସୋମନିୟା ନାମକ ଏକ ବିରଳ ରୋଗରେ ପୀଡ଼ିତ। ସାଧାରଣତଃ ଲୋକଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ପୁରଖରାମ ୨୫ ଦିନ ଲଗାତାର ଭାବେ ଶୋଇଥାନ୍ତି। ଏହି କାରଣରୁ ସେ ମାସକୁ ମାତ୍ର ୫ ଦିନ ନିଜ ଦୋକାନ ଚଳାଇପାରିଥାନ୍ତି।

ପୁରଖରାମଙ୍କ ପରିବାରସଦସ୍ୟ କୁହନ୍ତି, ସେ ଯେତେବେଳେ ଶୋଇପଡ଼ନ୍ତି, ତାଙ୍କୁ ଉଠାଇବା କଷ୍ଟକର ହୋଇପଡେ। ପ୍ରାରମ୍ଭିକ ଦିନରେ ଏହି ସମସ୍ୟା ଦେଖାଦେବାବେଳେ ପରିବାରଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଦିନକୁ ୧୫ ଘଣ୍ଟା ଶୋଉଥିଲେ। ଧିରେଧିରେ ଶୋଇବାର ଅବଧି କିଛି ଘଣ୍ଟା ବଢ଼ିଥିଲା। ପରେ ଅନେକ ଦିନକୁ ବୃଦ୍ଧି ପାଇଲା। ତେବେ ତାଙ୍କର ଲକ୍ଷଣ ଏତେ ଖରାପ ହେଲା ସେ ଏବେ ସେ ଥରେ ଶୋଇଲେ ୨୦-୨୫ ଦିନ ଶୋଇଯାଇଥାନ୍ତି।

ପୁରଖରାମଙ୍କ ପରିବାରସଦସ୍ୟ ତାଙ୍କୁ ଶୋଇବା ସମୟରେ ଖାଇବାକୁ ଦିଅନ୍ତି ଏବଂ ଗାଧୋଇ ଦିଅନ୍ତି। ବେଳେବେଳେ ସେ କାମ କରୁଥିବା ସମୟରେ ମଧ୍ୟ ଶୋଇପଡ଼ନ୍ତି। ଚିକିତ୍ସା ଏବଂ ଅତ୍ୟଧିକ ନିଦ୍ରା ସତ୍ତ୍ୱେ ତାଙ୍କ ଶରୀର ଅଧିକାଂଶ ସମୟ କ୍ଳାନ୍ତ ରହିଥାଏ। କାମ କରିବାକୁ ତାଙ୍କୁ ଇଚ୍ଛା ନ ଥାଏ। ହେଲେ ସେ ଶୀଘ୍ର ସୁସ୍ଥ ହୋଇ ପୂର୍ବଭଳି ସାଧାରଣ ଜୀବନଯାପନ କରିବେ ବୋଲି ସ୍ତ୍ରୀ ଲିଚ୍ଛମୀ ଦେବୀ ଏବଂ ମା’ କାବେରୀ ଦେବୀ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri