Posted inଜାତୀୟ

୧୧୯ ବର୍ଷ ପରେ ନାଗାଲାଣ୍ଡକୁ ମିଳିଲା ଦ୍ୱିତୀୟ ରେଳ ଷ୍ଟେଶନ…

କୋହିମା, ୧।୯ :  ନାଗାଲାଣ୍ଡର ଶୋଖୁଭିରେ ରାଜ୍ୟର ଦ୍ୱିତୀୟ ରେଳ ଷ୍ଟେଶନ ସ୍ଥାପିତ ହୋଇଛି। ଦୀର୍ଘ ୧୧୯ ବର୍ଷ ପରେ ରାଜ୍ୟକୁ ଦ୍ୱିତୀୟ ଷ୍ଟେଶନ ମିଳିଛି। ଦିମାପୁରରେ ୧୯୦୩ ମସିହାରେ ପ୍ରଥମ ରେଳ ଷ୍ଷେଶନ ନିର୍ମିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଦ୍ୱିତୀୟ ଷ୍ଟେଶନରୁୁ ଡୋନି ପୋଲୋ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରା କରିବା ଲାଗି ଅନୁମତି ଦେଇଛନ୍ତି।

ଏହି ଟ୍ରେନ ଆସାମର ଗୁଆହାଟି ଏବଂ ଅରୁଣାଚଳ ପ୍ରଦେଶର ନହରଲାଗୁନ ମଧ୍ୟରେ ବୈନିକ କଳାକଳ କରୁଛି। ବର୍ତ୍ତମାନ ଏହି ଟ୍ରେନ ସେବାକୁ ଦିମାପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଶୋଖୁଭି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଧୋନି ପୋଲୋ ଏକ୍ସପ୍ରେସର ଶୋଖୁଭି ରେଳ ଷ୍ଟେଶନର ସମ୍ପ୍ରସାରଣ ସହିତ ବର୍ତ୍ତମାନ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଟ୍ରେନ ସେବା ଦ୍ୱାରା ସିଧାସଳଖ ସଂଯୋଗ ହେବ। ରେଳ ଷ୍ଟେଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନାଗାଲାଣ୍ଡ ପାଇଁ ଏହା ଏକ ଐତିହାସିକ ଦିନ।

ଦିମାପୁର ରେଳ ଷ୍ଟେଶନ ସଠିକ ଭାବରେ ବିକଶିତ ହୋଇଛି ଯାହା ଦ୍ୱାରା ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା କେବଳ ନାଗାଲାଣ୍ଡର ଲୋକ ନୁହେଁ ବରଂ ପଡୋଶୀ ଆସାମର ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ।

ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଜେନେରାଲ ମ୍ୟାନେଜର ଅନସୁଲ ଗୁପ୍ତା କହିଛନ୍ତି ଯେ ଭାରତୀୟ ରେଳବାଇ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଯେ ଉତ୍ତର ପୂର୍ବ ରାଜ୍ୟର ସମସ୍ତ ରାଜଧାନୀକୁ ରେଳବାଇ ସହିତ ସମୟ ସୀମା ମଧ୍ୟରେ ଯୋଡିବା ପାଇଁ ଏହି ବଡ ପ୍ରୟାସ କରାଯାଉଛି।

ଏଥିସହ ଆସାମର ଧାନସିରୀରୁ ନାଗାଲାଣ୍ଡର କୋହିମା ଜିଲାର ଜୁବା ପର୍ଯ୍ୟନ୍ତ ୯୦ କିଲୋମିଟର ବ୍ରଡ ଗଜ ମାର୍ଗର ମୂଳଦୁଆ ପକାଯାଇଥିଲା ଯେଉଁଥିପାଇଁ କାର୍ଯ୍ୟ ଚାଲିଛି। ଏହାର ନିର୍ମାଣ ସମୟସୀମା ୨୦୨୦ ରୁ୨୦୨୪ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗୁପ୍ତା କହିଛନ୍ତି ଯେ ଏହି ଲାଇନଟି ନୂଆ କୋହିମା ଏବଂ ଇମ୍ଫାଲ ଦେଇ ଆଇଜ୍ୱାଲ ପର୍ଯ୍ୟନ୍ତ ବିସ୍ତାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri