Posted inଜାତୀୟ

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ ଶରୀର, ଜଟାଭର୍ତ୍ତୀ କେଶ ଏବଂ ଆଖିରେ ନିଆରା ଚମକ ଦ୍ୱାରା ନାଗାସାଧୁ ମହାକୁମ୍ଭ ମେଳାରେ ନିଜର ଉପସ୍ଥିତି ଦ୍ୱାରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି କାହାଣୀ କେବଳ ସାଧୁମାନଙ୍କର ନୁହେଁ ବରଂ ତ୍ୟାଗ, ତପସ୍ୟା ଏବଂ ପରମ୍ପରାର, ଯାହାକି ବର୍ଷ ବର୍ଷ ଧରି ଭାରତୀୟ ସଂସ୍କୃତିର ଜୟଗାନ କରିଆସୁଛି।

ନାଗା ସାଧୁ ହେବାର ରାସ୍ତା ସାଧାରଣ ନୁହେଁ। ଦୀକ୍ଷାଗ୍ରହଣ ପ୍ରକ୍ରିୟା କଠୋର ଏବଂ ରହସ୍ୟମୟ ହୋଇଥାଏ। ଏହା ଏଭଳି ଏକ ମାର୍ଗ ଯେଉଁଥିରେ ସାଂସାରିକ ବନ୍ଧନକୁ ତ୍ୟାଗ କରି, ଆତ୍ମାକୁ ମୁକ୍ତ କରିବାକୁ ପ୍ରୟାସ କରାଯାଇଥାଏ।

ନାଗା ସାଧୁ କେବଳ ସାଧକ ହୋଇ ନ ଥାନ୍ତି, ସେ ତ୍ୟାଗ ଏବଂ ତପସ୍ୟାର ଜୀବନ୍ତ ଉଦାହରଣ ହୋଇଥାନ୍ତି। ପାହାଡ ଗୁମ୍ଫା ଏବଂ ଘଞ୍ଚ ଜଙ୍ଗଲରେ ସେ ସମୟ ବିତାଇଥାନ୍ତି। ସକାଳେ ଧ୍ୟାନ ସହ ଶିବଙ୍କୁ ଆରାଧନା କରିଥାନ୍ତି। କେବଳ ପ୍ରାକୃତିକ ବସ୍ତୁ ଉପରେ ନିର୍ଭର କରିଥାନ୍ତି। ତାଙ୍କର ଦିନଚର୍ଯ୍ୟା କଠିନ ସାଧନା ଏବଂ ଧ୍ୟାନରେ ବିତିଥାଏ।

ସାଧୁମାନେ ଶରୀରରେ ଲଗାଉଥିବା ଭସ୍ମ କେବଳ ତାଙ୍କ ତ୍ୟାଗର ପ୍ରତୀକ ନୁହେଁ, ବରଂ ଜୀବନ ଏବଂ ମୃତ୍ୟୁର ଚକ୍ରକୁ ସ୍ବୀକାର କରିବାର ପ୍ରତୀକ। ଏହା ମନେ ପକାଇଥାଏ ଯେ ଦିନେ ପ୍ରତିଟି ମନୁଷ୍ୟ ପାଉଁଶ ପାଲଟିଯିବ।
ନାଗା ସାଧୁ କେବଳ ଦେଖିବାରେ ଅସାଧାରଣ ହୋଇ ନ ଥାନ୍ତି, ସେ ଜ୍ଞାନ, ସାଧନାର ଏଭଳି ସ୍ତମ୍ଭ ହୋଇଥାନ୍ତି, ଯାହାଙ୍କ ପାଖରେ ବେଦ, ତନ୍ତ୍ର ଏବଂ ଧ୍ୟାନର ପ୍ରାଚୀନ ବିଧି ସଂରକ୍ଷିତ ରହିଥାଏ।

ଗୋଟିଏ ପଟେ ଦୁନିଆ ଆଧୁନିକତା ଆଡ଼କୁ ବଢ଼ୁଥିବା ବେଳେ ନାଗାସାଧୁ ଏହି କଥାର ପ୍ରତୀକ ଯେ ପ୍ରାଚୀନ ପରମ୍ପରାକୁ କିଭଳି ଜୀବିତ ରଖାଯାଇପାରିବ। ସେମାନେ ଭାରତୀୟ ସଂସ୍କୃତିର ଏକ ଏଭଳି ସୂତା ଯିଏ ସମୟ ଏବଂ କାଳକୁ ତ୍ୟାଗ ଏବଂ ଭକ୍ତି ମାଧ୍ୟମରେ ଯୋଡ଼ିଥାନ୍ତି। ସେମାନେ ସତ୍ୟ,ସାଧନା ଏବଂ ଶିବଙ୍କୁ ଖୋଜିବା ଉଦ୍ଦେଶ୍ୟରେ ନିଜକୁ ସମର୍ପିଥାନ୍ତି। ସଂସାରର ଭୌତିକ ସୁଖକୁ ଆଡେଇ ଦେଇ ଏହାକୁ ଭ୍ରମର ଆଖ୍ୟା ଦେଇଥାନ୍ତି। ସେମାନେ ଆତ୍ମାକୁ ଜାଗ୍ରତ କରାଇବା ଲାଗି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri