Categories: ଖେଳ

ଡୋପିଂରୁ ବଞ୍ଚତ୍ବା ଲାଗି ଆଥ୍‌ଲେଟ୍‌ଙ୍କ ପାଇଁ ମୋବାଇଲ ଆପ୍‌ ଲଞ୍ଚ କଲା ନାଡା

ନୂଆଦିଲ୍ଲୀ,୩୦।୬(ପି.ଟି.): ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା)ର ପ୍ରଥମ ମୋବାଇଲ ଆପ୍‌ ଲଞ୍ଚ୍‌ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି। ନିଷିଦ୍ଧ ପଦାର୍ଥ ନେଇ ସୂଚନା ଦେବା ଓ ଏହାର ବେପରୁଆ ବ୍ୟବହାର ଦ୍ୱାରା ଉପୁଜୁଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ନେଇ ଆଥଲେଟଙ୍କୁ ସଚେତନ କରିବା ପାଇଁ ଏହି ଆପ୍‌ ଲଞ୍ଚ୍‌ କରାଯାଇଛି। ମୋଟାମୋଟି ଉପରେ ଏହି ଆପ୍‌ ଦ୍ୱାରା ଆଥଲେଟମାନେ ସଚେତନ ରହିବା ସହ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।
ଏହି ଆପ୍‌ ଦ୍ୱାରା ଆଥଲେଟମାନେ ଅତି ସହଜରେ ଅତ୍ୟାବଶକ ସୂଚନା ଅତି ସହଜରେ ପାଇପାରିବେ। ଏହା ଦ୍ୱାରା ଆଥଲେଟ୍‌ ଓ ନାଡ଼ା ମଧ୍ୟରେ ସମ୍ପର୍କ ଦୃଢ ହୋଇପାରିବ। କ୍ରୀଡ଼ାକୁ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ରିଜିଜୁ କହିଛନ୍ତି। ତେବେ ପ୍ରଥମେ ଆଥଲେଟମାନଙ୍କୁ ନିଷିଦ୍ଧ ପଦାର୍ଥ ଓ ଏହାର ସେବନର ଫଳାଫଳ ନେଇ ସଚେତନତା ସୃଷ୍ଟି କରିବା ହେଉଛି ପ୍ରଥମ ଲକ୍ଷ୍ୟ। ଖେଳାଳିମାନେ କେଉଁ ପଦାର୍ଥକୁ ଔଷଧ ଭାବେ ସେବନ କରିବେ ନାହିଁ ସେ ନେଇ ସ୍ପଷ୍ଟ କରାଯାଇଛି ବୋଲି ଅନ୍‌ଲାଇନ୍‌ରେ ଏହି ଆପ୍‌ ଲଞ୍ଚ୍‌ କରିବା ଅବସରରେ ରିଜିଜୁ କହିଛନ୍ତି। କେଉଁ ପଦାର୍ଥ ସେବନ କରିବାକୁ ହେବ ଓ ନାହିଁ ସେ ନେଇ ଆଥଲେଟମାନେ ଏହି ଆପ୍‌ ଦ୍ୱାରା ସୂଚନା ପାଇପାରିବେ। ଯଦି ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୁଏ ତେବେ ଆଥଲେଟମାନେ କେଉଁ ଔଷଧ ସେବନ କରିବେ ସେ ନେଇ ଅତି ସହଜରେ ସୂଚନା ପାଇପାରିବେ। ପୁଣି ଏହି ଆପ୍‌ ଦ୍ୱାରା ଖେଳାଳିମାନଙ୍କ ଡୋପ୍‌ ଟେଷ୍ଟ ପ୍ରକ୍ରିୟା ସହଜ ଓ ବୋଧଗମ୍ୟ ହୋଇପାରିବ। ଉଭୟ ଆଥଲେଟ ଓ ଡୋପିଂ କଣ୍ଟ୍ରୋଲ ଅଧିକାରୀ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ନାଡ଼ା ଇଣ୍ଡିଆ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରିହେବ। ଏହି ଆପ୍‌ ଲଞ୍ଚ୍‌ ଅବସରରେ କ୍ରୀଡ଼ା ସଚିବ ରବି ମିତ୍ତଲ ଓ ନାଡ଼ାର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।

Share